Cannes 2022: ଜଜ୍ ଦାୟିତ୍ବ ତୁଲାଇବେ ବଲିଉଡ ସୁନ୍ଦରୀ ଦୀପିକା

author img

By

Published : Apr 27, 2022, 1:39 PM IST

Deepika Padukone to be part of competition jury

କାନ୍ସ 2022 ଫିଲ୍ମ ମହୋତ୍ସବ ପକ୍ଷରୁ ମଙ୍ଗଳବାର ବିଚାରପତି ତାଲିକା ଘୋଷଣା ହୋଇଛି । ଏଥର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କାନ୍ସ ଚଳଚ୍ଚିତ୍ର ସମାରୋହର 75ତମ ସଂସ୍କରଣରେ ଜଜ୍ ଭାବରେ ଭାଗ ନେବେ । ଅଧିକ ପଢନ୍ତୁ

ପ୍ୟାରିସ: କାନ୍ସ 2022 ଫିଲ୍ମ ମହୋତ୍ସବ ପକ୍ଷରୁ ମଙ୍ଗଳବାର ବିଚାରପତି ତାଲିକା ଘୋଷଣା ହୋଇଛି । ଏଥର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କାନ୍ସ ଚଳଚ୍ଚିତ୍ର ସମାରୋହର 75ତମ ସଂସ୍କରଣରେ ଜଜ୍ ଭାବରେ ଭାଗ ନେବେ । ସେହିପରି ଫ୍ରାନ୍ସ ଅଭିନେତ୍ରୀ ବିସେଟ ଲଣ୍ଡନ ବିଚାରପତି ଅଧ୍ୟକ୍ଷ ହେବେ । 17 ମେରୁ ଆରମ୍ଭ ହେବ କାନ 2022 ଫିଲ୍ମ ସମାରୋହ । 28ମେ ଯାଏ ଚାଲିବ ।

ଜଜ୍ ଦାୟିତ୍ବ ତୁଲାଇବେ ବଲିଉଡ ସୁନ୍ଦରୀ ଦୀପିକା
ଜଜ୍ ଦାୟିତ୍ବ ତୁଲାଇବେ ବଲିଉଡ ସୁନ୍ଦରୀ ଦୀପିକା

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରି ସଭାପତି ଏବଂ ପ୍ରତିଯୋଗିତା ସଦସ୍ୟ ଜୁରି ଚଳିତ ବର୍ଷର ପାଲମେ ଡି’ ସମ୍ମାନର ବିଜେତା ଚୟନ କରିବେ ଏବଂ ବଲିଉଡ ସୁନ୍ଦରୀ ଦୀପିକା ଏଥିରେ ଅଂଶଗ୍ରହଣ କରିବେ । 2017 ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜର ରେଡ କାର୍ପେଟରେ ଡେବ୍ୟୁ କରିଥିବା ଦୀପିକା ତାଙ୍କ ପ୍ରଶଂସକଙ୍କ ସହ ଓସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ଅସଗର ଫରହାଦି, ଜେଫ ନିକୋଲ୍ସ, ରେବିକା ହଲ୍, ନୋମି ସହିତ ଅନ୍ୟ ଜଜ୍ ସଦସ୍ୟଙ୍କ ସହିତ ଫଟୋ ସେୟାର କରିଛନ୍ତି।

Deepika Padukone to be part of competition jury
Deepika Padukone to be part of competition jury

କାନ୍ସ ରେଡ କାର୍ପେଟରେ ଅନେକଥର ଦୀପିକା ତାଙ୍କ ଜଲୱା ଦେଖାଇଛନ୍ତି । ମାତ୍ର ଏଥର ବିଚାରପତି ସଦସ୍ୟ ଭାବେ ଦାୟିତ୍ବ ତୁଲାଇବେ । ଏବର୍ଷ କାନ୍ସ ଫିଲ୍ମ ମହୋତ୍ସବରେ ସ୍ବତନ୍ତ୍ର ଫିଲ୍ମ ସ୍କିନିଙ୍ଗରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଶୈନକ ସେନଙ୍କ ଡକ୍ୟୁମେଣ୍ଟାରୀ 'ଅଲ୍ ଦି ବ୍ରିଷ୍ଟ ସ୍କିନିଙ୍ଗ ହେବ । ଏଥି ସହିତ ହଲିଉଡର ପ୍ରସିଦ୍ଧ ମେଭେରିକ୍ ଏବଂ ଏଲଭିସ୍ ପ୍ରେସ୍ଲିଙ୍କ ବାୟୋପିକ୍ ସ୍କ୍ରିନିଂ ହେବ । ଏହା ବ୍ୟତୀତ ପାକିସ୍ତାନର ଫିଲ୍ମ 'ଜୋୟଲ୍ୟାଣ୍ଡ'କୁ ମଧ୍ୟ ଏକ ଏଣ୍ଟ୍ରି ମିଳିଛି ।

ଦୀପିକା ପାଦୁକୋନ୍ କନ୍ନଡ ଫିଲ୍ମ ‘ଐଶ୍ୱର୍ଯ୍ୟା’ରୁ ତାଙ୍କ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିଲେ । ୨୦୦୭ ମସିହାରେ ହିନ୍ଦୀ ଫିଲ୍ମ ‘ ଓମ୍ ଶାନ୍ତି ଓମ୍ ‘ମାଧ୍ୟମରେ ଏଣ୍ଟ୍ରି କରିଥିଲେ। ଏହି ଭୂମିକା ପାଇଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଏହା ପରେ ସେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’ ଏବଂ ରାମଲିଲା’ ଭଳି ଚମତ୍କାର ଫିଲ୍ମ ଦେଇ ଦର୍ଶକ ହୃଦୟ ଜିତିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.