ଭଡାଘରେ ଝୁଲନ୍ତା ମୃତଦେହ ଘଟଣାର ପର୍ଦ୍ଦାଫାସ: ପରକୀୟା ପ୍ରୀତି ପାଇଁ ସାଙ୍ଗକୁ ମାରିଥିଲା ସାଙ୍ଗ

author img

By

Published : Sep 5, 2021, 11:42 AM IST

ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ: ପରକୀୟା ପ୍ରୀତି ପାଇଁ ଘଟିଥିଲା ହତ୍ୟା

ଭଡାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ପରକୀୟା ପ୍ରୀତି କାରଣରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ...

ରାୟଗଡ଼ା: ଭଡାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଉପରୁ ଉଠିଲା ପରଦା । ପରକୀୟା ପ୍ରୀତି କାରଣରୁ ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହେଲା । ମାମଲାରେ ସମ୍ପୃକ 3 ଯୁବକଙ୍କୁ ଗିରଫ କଲା ପୋଲିସ । ରାୟଗଡା ସହରର କପିଳାସ ରୋଡରେ ଗତ ୧ ତାରିଖରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡା ପୁଲିସ ।

ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ: ପରକୀୟା ପ୍ରୀତି ପାଇଁ ଘଟିଥିଲା ହତ୍ୟା

3 ଜଣ ଯୁବକଙ୍କୁ ଗିରଫ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶଙ୍କର ପ୍ରସାଦ ଦ୍ଵିବେଦୀ । ସୂଚନା ଅନୁଯାୟୀ ମୃତ ଯୁବକ ବି. ରାଜୁ ଅଭିଯୁକ୍ତ ଲିଙ୍ଗାଳୁ ସୀମାଞ୍ଚଳମ ସହ ଗତ 6 ମାସ ମଧ୍ୟରେ ଘନିଷ୍ଠ ସମ୍ପର୍କ ହୋଇଥିବାରୁ ରାଜୁ ସୀମାଞ୍ଚଳମ ଘରକୁ ଯିବା ଆସିବା କରୁଥିଲେ । ଇତି ମଧ୍ୟରେ ସୀମାଞ୍ଚଳମଙ୍କ ସ୍ତ୍ରୀ ସହିତ ରାଜୁର ସମ୍ପର୍କ ଘନିଷ୍ଠ ହୋଇ ଉଠିଥିଲା । ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଜଣ ଫୋନରେ ଅଧିକ ସମୟ କଥାବାର୍ତ୍ତା ହେବା ସହ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଏନେଇ ଜାଣିବା ପରେ ଲିଙ୍ଗାଳୁ ସୀମାଞ୍ଚଳମ ରାଜୁକୁ ମାରିବା ପାଇଁ ଯୋଜନା କରିଥିଲେ ।

ମିଛରେ ବାହାରକୁ ଯାଉଛି କହି ଘର ପାଖରେ ଲୁଚି ରହିଥିଲା ଲିଙ୍ଗାଳୁ । ଏହାପରେ ରାଜୁ ତାଙ୍କ ପତ୍ନୀଙ୍କ ପାଖକୁ ଆସିବା ସମୟରେ ବାହାରେ ଲୁଚି ରହିଥିବା ଲିଙ୍ଗାଳୁ ଏବଂ ତାଙ୍କର ୨ ସହଯୋଗୀ ସାବେରିସ ଓ ବଳରାମ ପାଢୀ ରାଜୁଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ତେବେ ରାଜୁଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ଭଡା ଘର ଫ୍ୟାନରେ ଟାଙ୍ଗି ଦେଇଥିଲେ । ପରେ ପୋଲିସ ତଦନ୍ତ କରି ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ପରକୀୟା ପ୍ରୀତି ନେଇ ସୂଚନା ଦେଇଛନ୍ତି । ଆଜି(ରବିବାର) ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଅତିରିକ୍ତ ଏସପି ଶଙ୍କର ପ୍ରସାଦ ଦ୍ବିବେଦୀ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.