ETV Bharat / city

ସମ୍ବଲପୁର ପାଇଁ WODC ପକ୍ଷରୁ 10 କୋଟିର ପ୍ୟାକେଜ

author img

By

Published : Apr 29, 2022, 8:46 AM IST

wodc chairman asit tripathy announce 10 crore for sambalpur
Lawer's Day: ସମ୍ବଲପୁର ପାଇଁ WODC ପକ୍ଷରୁ 10 କୋଟିର ପ୍ୟାକେଜ

ଜିଲ୍ଲା ଓକିଲ ସଂଘ ଦ୍ବାରା ଆଇନଜୀବୀ ଦିବସ ପାଳିତ । ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ସମ୍ବଲପୁର: ଜିଲ୍ଲା ଓକିଲ ସଂଘ ଦ୍ବାରା ଆଇନଜୀବୀ ଦିବସ ପାଳିତ। ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବଲପୁର ପାଇଁ WODC ପକ୍ଷରୁ 10 କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି ।

Lawer's Day: ସମ୍ବଲପୁର ପାଇଁ WODC ପକ୍ଷରୁ 10 କୋଟିର ପ୍ୟାକେଜ

ଆୟୋଜିତ ସଭାରେ ଅସିତ ତ୍ରିପାଠୀ ରାଜ୍ୟ ସରକାରଙ୍କ 5T ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବିଷୟରେ ନିଜର ଅଭିବ୍ୟକ୍ତି ରଖିଥିଲେ। ଆଗାମୀ ଦିନରେ WODC ପକ୍ଷରୁ ସମ୍ବଲପୁରକୁ 10 କୋଟିର ପାଣ୍ଠି ମିଳିବ । ଏହି ପାଣ୍ଠିରେ ଜିଲ୍ଲାରେ ଅତ୍ୟାଧୁନିକ ଅଡିଟୋରୀୟମ ଓ ପ୍ରଦର୍ଶନୀ ପଡ଼ିଆ ନିର୍ମାଣ କରାଯିବ । ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଜାଗା ଚିହ୍ନଟ ପାଇଁ କୁହାଯାଇଛି । ଅନ୍ୟପଟେ ସମ୍ବଲପୁର-ଭୁବନେଶ୍ବର ରାଜ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ବେଳେ ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ଅସିତ ତ୍ରିପାଠୀ ପ୍ରତିଶୃତି ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.