ETV Bharat / city

ସମ୍ବଲପୁରର ବିଭିନ୍ନ ମେଢ଼ରେ ଦୁର୍ଗାଷ୍ଟମୀ ପୂଜା ସମ୍ପନ୍ନ

author img

By

Published : Oct 4, 2022, 7:31 AM IST

ସମ୍ବଲପୁରର ବିଭିନ୍ନ ମେଢ଼ରେ ଦୁର୍ଗାଷ୍ଟମୀ ପୂଜା ସମ୍ପନ୍ନ
ସମ୍ବଲପୁରର ବିଭିନ୍ନ ମେଢ଼ରେ ଦୁର୍ଗାଷ୍ଟମୀ ପୂଜା ସମ୍ପନ୍ନ

ସମ୍ବଲପୁର ସହରର ବିଭିନ୍ନ ମେଢ଼ ଗୁଡିକରେ ଜଗତ ଜନନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଶେଷ ହୋଇଯାଇଛି । ମୁଖ୍ୟତଃ କୋଭିଡ ଯୋଗୁ 2 ବର୍ଷ ପରେ ଦୁର୍ଗା ପୂଜା ହେଉଥିବାରୁ ସମ୍ବଲପୁର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସମ୍ବଲପୁର: ସୋମବାର ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ହୋଇଥିଲା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର । ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ମାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି । ମହାଅଷ୍ଟମୀ ପୂଜା ଅବସରରେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ମୁଖ୍ୟତଃ କୋଭିଡ ଯୋଗୁ 2 ବର୍ଷ ପରେ ଦୁର୍ଗା ପୂଜା ହେଉଥିବାରୁ ଏଥର ସମ୍ବଲପୁର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସମ୍ବଲପୁର ସହରର ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକ ରେ ଆକର୍ଷଣୀୟ ତୋରଣ, ରଙ୍ଗୀନ ଆଲୋକ ସଜ୍ଜା ସହ ମାଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛି ।

ସମ୍ବଲପୁରର ବିଭିନ୍ନ ମେଢ଼ରେ ଦୁର୍ଗାଷ୍ଟମୀ ପୂଜା ସମ୍ପନ୍ନ
ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ସମ୍ବଲପୁର ସହର ର ବିଭିନ୍ନ ମେଢ଼ ଗୁଡ଼ିକରେ ମା' ଦଶଭୁଜାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ପୂଜା ବିଧି ଅନୁସାରେ ସୋମବାର ଅଷ୍ଟମୀ ପୂଜା ସମ୍ପନ୍ନ ହୋଇଛି । ସମ୍ବଲପୁର ସହରର ଧନୁପାଲି, ଗୋବିନ୍ଦତୋଳା, ଜିଲ୍ଲା ସ୍କୁଲ ଛକ, ସାକ୍ଷୀପଡା, ଜେଲ୍‌ ଛକ, ଲକ୍ଷ୍ମୀ ଟକିଜ ଛକ, ଧୁଚୁରାପଡା, ଫାଟକ, ଅଇଁଠାପାଲି ଆଦି ଛକ ଗୁଡ଼ିକ ସହ 53ଟି ସ୍ଥାନରେ ଦୁର୍ଗା ପୂଜା ହେଉଥିବାବେଳେ ଆଜି ଦୁର୍ଗାଷ୍ଟମୀ ପୂଜା ସମ୍ପନ୍ନ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ହାଇଦ୍ରାବାଦରେ ବୋମା ବିସ୍ଫୋରଣ ପାଇଁ ପାକିସ୍ତାନରେ ହେଉଥିଲା ଯୋଜନା !

ସେମବାର ପୂଜା ବିଧି ଅନୁସାରେ ଉଗ୍ରଚଣ୍ଡା, ଚଣ୍ଡୀ, ଚଣ୍ଡାବତୀ ଦେବୀଙ୍କ ପୂଜା ହୋଇଥିଲା । ଏହା ପରେ ଅପରାହ୍ନ 04. 09ରୁ 04. 51 ମଧ୍ୟରେ ସନ୍ଧି ପୂଜା ହୋଇଥିଲା । ଅଷ୍ଟମୀ ତିଥିରେ ସନ୍ଧି ପୂଜାରର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଥାଏ । ମା'ଙ୍କୁ ଆଜିର ଦିନରେ ଦର୍ଶନ କଲେ ରୋଗ ବ୍ୟାଧି ନଷ୍ଟ ହେବା ସହ ଶତ୍ରୁ ବିନାଶ ହୋଇଥାଏ । ତେଣୁ ଅଷ୍ଟମୀ ପୂଜାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଧୂପ ଦୀପ ଜାଳି ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିଥିଲେ ।

ମଙ୍ଗଳବାର ମଣ୍ଡପ ଗୁଡିକରେ ମହନବମୀ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ଅକ ଭକ୍ତ କହିଛନ୍ତି ଯେ, "କୋରୋନା ପାଇଁ ଆମେ ଦୁଇ ବର୍ଷ ପରେ ମା'ଙ୍କୁ ବିନା କଟକଣାରେ ଦର୍ଶନ କରିପାରିଲୁ । ବିନା କଟକଣାରେ ମେଢ ବୁଲିବୁଲି ଦେଖିଲୁ । ଏବର୍ଷ ଧୁମଧାମରେ ମେଢ ସହ ପୂଜା କରାଯାଇଛି । ଆମକୁ ଖୁସି ଲାଗୁଛି । ଆଜି ମା'ଙ୍କର ଅଷ୍ଟମୀ ପୂଜା ହୋଇଥିବାରୁ ଆମେ ଆସିଛୁ । ବହୁତ ଭକ୍ତ ମଧ୍ୟ ଆସୁଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.