ETV Bharat / bharat

ହାଇଦ୍ରାବାଦରେ ବୋମା ବିସ୍ଫୋରଣ ପାଇଁ ପାକିସ୍ତାନରେ ହେଉଥିଲା ଯୋଜନା !

author img

By

Published : Oct 3, 2022, 10:35 PM IST

ହାଇଦ୍ରାବାଦରେ ନରସଂହାର ପାଇଁ ପାକିସ୍ତାନରେ ପ୍ରସ୍ତୁତ ହୋଇଥିଲା ଯୋଜନା (plan made in Pakistan for bomb blast ) । ଭିନ୍ନ ସ୍ଥାନରେ ଆତଙ୍କ ଖେଳାଇବା ଯୋଜନା କରୁଥିଲେ ୩ ଆତଙ୍କୀ । ଅଧିକ ପଢ଼ନ୍ତୁ

plan made in pakistan for bomb blast in hyderabad suspecting city police
ପୋଲିସର ସନ୍ଦେହ, ହାଇଦ୍ରାବାଦରେ ବୋମା ବିସ୍ଫୋରଣ ପାଇଁ ପାକିସ୍ତାନରେ ହେଉଥିଲା ଯୋଜନା !

ହାଇଦ୍ରାବାଦ: ନବାବ ନଗରୀରେ ନରସଂହାର ପାଇଁ ପାକିସ୍ତାନରେ ପ୍ରସ୍ତୁତ ହୋଇଥିଲା ଯୋଜନା (plan made in Pakistan for bomb blast ) । ଗତ ରବିବାର ହାଇଦ୍ରାବାଦ ପୋଲିସ ତିନ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏମାନଙ୍କ ନିକଟରୁ ହ୍ୟାଣ୍ଡ ଗ୍ରେନେଡ, ୫ ଲକ୍ଷ ଟଙ୍କା ଓ ଗୋଟିଏ ବାଇକ ଜବତ କରିଥିଲା ପୋଲିସ । ଏମାନେ ମେଟ୍ରୋ ସିଟି ହାଇଦ୍ରାବାଦରେ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇବା ଯୋଜନା କରୁଥିଲେ । ଗିରଫ ହୋଇଥିବା ତିନି ଆତଙ୍କୀ ହେଉଛନ୍ତି ଫର୍‌ତୁଲ୍‌ହାତ ଘୋରୀ, ସିଦ୍ଦିକି ପିନ ଓସମାନ୍‌, ଅବଦୁଲ ମାଜିଦ ।

ମୁସାରାମ୍‌ବାଗ୍‌ ଅଞ୍ଚଳର ଅବ୍‌ଦୁଲ ଜାହେଦ ନାମକ ବ୍ୟକ୍ତିଠାରୁ ଗିରଫ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ମିଳୁଥିଲା । ଅବ୍‌ଦୁଲ୍‌ ପୂର୍ବରୁ ମଧ୍ୟ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଅଭିଯୋଗ ହୋଇଥିଲା । ଅବଦୁଲ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସହ ବାରମ୍ବାର ବୈଠକ କରୁଥିଲା । ସେମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଆତଙ୍କୀ ରାସ୍ତା ଆପଣାଇବାକୁ ପ୍ରୋତ୍ସାହିତ କରୁଥିଲା । ଏଥିପାଇଁ ଅବଦୁଲ୍‌କୁ ପାକିସ୍ତାନରୁ ନିର୍ଦ୍ଦେଶ ମିଳୁଥିଲା । ଗତ କିଛି ଦିନ ମଧ୍ୟରେ ସାମ୍ପ୍ରଦାୟିକତାର ସୁଯୋଗ ନେଇ ସହରରେ ବୋମା ବିସ୍ଫୋରଣ କରାଇବାକୁ ଯୋଜନା କରାଯାଇଥିଲା । ମୁଖ୍ୟତଃ ଦଶହରା ପର୍ବକୁ ଟାର୍ଗେଟ କରିଥିଲେ ଏହି ଆତଙ୍କୀ ।

ଜବତ ହୋଇଥିବା ଗ୍ରେନେଡ ପାକିସ୍ତାନରୁ ପ୍ରଥମେ କାଶ୍ମୀର ଆସିଥିଲା । ଏହାପରେ ଅବଦୁଲ ସେଠାରୁ ହାଇଦ୍ରାବାଦ ଆଣିଥିବା ପୋଲିସ ସନ୍ଦେହ କରୁଛି । ନିକଟରେ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିଲା । ଏହି ବ୍ଲୁ ଗ୍ରେନେଡରେ ମେଡ ଇନ୍‌ ଚାଇନା ବୋଲି ଲେଖା ଥିଲା । ଅବଦୁଲ ଜାହେଦଠାରୁ ଜବତ ହୋଇଥିବା ଗ୍ରେନେଡ ମଧ୍ୟ ତା ସହିତ ମେଳ ଖାଉଛି ।

ସୂତ୍ର ମୁତାବକ ଜାହେଦ ଏକ ମାସ ପୂର୍ବରୁ ଏକ ମିନି ଭ୍ୟାନ୍‌ରୁ ଗ୍ରେନେଡ ବକ୍ସ ପାଇଥିଲା । ଜବତ ହୋଇଥିବା ଗ୍ରେନେଡ ସେହି ଗ୍ରେନେଡ ବୋଲି ଅନୁମାନ କରାଯାଉଛି । ୨୦୦୬ରେ ମଧ୍ୟ ଆର୍‌ଟିସି କ୍ରସ୍‌ ରୋଡ୍‌ ଓ ଓଡିନ ଥିଏଟର ନିକଟରେ ବିସ୍ଫୋରଣ ଘଟିଥିଲା । ସେହି ସମୟରେ ବି ଗ୍ରେନେଡ ଅବଶେଷରେ ମେଡ୍‌ ଇନ୍‌ ଚାଇନା ଲେଖା ଥିଲା ।

ଗ୍ରେନେଡ ମିଳିବା ପରେ ଏହି ଆତଙ୍କୀ ଏକ ମାସ ହେଲା ପାକିସ୍ତାନରୁ ଆଗାମୀ ନିର୍ଦ୍ଦେଶର ଅପେକ୍ଷାରେ ରହିଥିଲେ । ବର୍ତ୍ତମାନ CIA (Central Intelligence Agency) ସହରର ପୋଲିସକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି । ପୋଲିସ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ସହରରେ ସମସ୍ତ ଗତିବିଧି ଉପରେ ନଜର ରଖିଛନ୍ତି । ମୁସାରାମବାଗରେ ଗୁପ୍ତ ଭାବରେ ଅପରେସନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.