ETV Bharat / city

ହୀରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି

author img

By

Published : Aug 19, 2021, 10:39 PM IST

ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି
ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି

ହୀରାକୁଦ ଜଳଭଣ୍ଡାର ହେବ ପଶ୍ଚିମ ଓଡିଶା ପର୍ଯ୍ୟଟନର ଆଧାର । ଅତ୍ୟାଧୁନିକ ବୋଟ ସେବା ସହ ନିର୍ମାଣ ହେବ କଟେଜ। 130 କୋଟି ଟଙ୍କା ବିନିମୟରେ ଆରମ୍ଭ ହୋଇଛି କାର୍ଯ୍ୟ। ଅଧିକ ପଢନ୍ତୁ...

ସମ୍ବଲପୁର: ସହରରେ ପର୍ଯ୍ୟଟନର ପ୍ରବଳ ସମ୍ଭାବନା ଓ ଭିତ୍ତିଭୂମି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ଦିନରେ ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ମୁଖ୍ୟତଃ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଆଗାମୀ ଶୀତ ଋତୁରେ ଅନେକ ପର୍ଯ୍ୟଟନ ପ୍ରକଳ୍ପ ଆରମ୍ଭ ହେବାକୁ ଥିବାବେଳେ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ମଧ୍ୟ ହେବ ।ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ଜଙ୍ଗଲ ଓ ପରିବେଶ ବିଭାଗ ଓ WODC ଅର୍ଥ ଯୋଗାଇବେ। ଆଉ ପର୍ଯ୍ୟଟନ ବିଭାଗ ପକ୍ଷରୁ 130 କୋଟି ଟଙ୍କାର ପାଣ୍ଠି ମଞ୍ଜୁର ମଧ୍ୟ ହୋଇ ସାରିଛି । ଏହିଭଳି ଭାବରେ ଆଗାମୀ ଦିନରେ ହୀରାକୁଦ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରର ଗେଟ-ୱେ ହେବ ବୋଲି କୁହାଯାଇଛି ।

ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟିହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି

ଏଥିପାଇଁ ଏକ ମାଷ୍ଟର ପ୍ଲାନ ତିଆରି କରିବାକୁ ରାଜ୍ୟ ସରକାର ଏକ ନାମକରା କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି । ଆଗାମୀ ଦିନରେ ହୀରାକୁଦ ଜଳଭଣ୍ଡାରର ରାଇଟ ଡାଇଜ ଅଞ୍ଚଳରେ ଚାଲିବ କ୍ରୁଜ ବୋଟ । ସବୁ ବର୍ଗର ଲୋକ ଏହାର ମଜା ଉଠାଇ ପାରିବେ। ଆସନ୍ତା ଡିସେମ୍ବରରୁ ଜାନୁଆରୀ ମଧ୍ୟରେ 2ଟି ବିଳାସପୂର୍ଣ୍ଣ ବୋଟ ଏଠାକୁ ଆସିବ। ଏଥିସହ ଜଳଭଣ୍ଡାରରେ ଫ୍ଲୋଟିଂ ରେଷ୍ଟୁରେଣ୍ଟ ଓ ବୋଟିଂ କ୍ଲବର ବ୍ୟବସ୍ଥା ମଧ୍ୟ ରହିବ।

ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି
ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି

ବୋଟିଂ କ୍ଲବରେ ରେଷ୍ଟୁରେଣ୍ଟ, ଶୋଭେନିୟର ଶପ, ସୁନ୍ଦର ଆସବାବପତ୍ର ସହ ଆଲୋକୀକରଣର ବ୍ୟବସ୍ଥା ହେବ। ଏହା ସହ ଜଳ ଭଣ୍ଡାର ଭିତରେ ଥିବା ଏକ ଦ୍ବୀପରେ ପର୍ଯ୍ୟଟକଙ୍କ ପାଇଁ କଟେଜର ବ୍ୟବସ୍ଥା ସହ ସବୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ଏହାସହ ହୀରାକୁଦ ଲେଫ୍ଟ ଡାଇକର ଜମାଦାରପାଲି ଠାରେ ହେଉଥିବା ଇକୋ-ରିଟ୍ରିଟ ଚଳିତ ବର୍ଷ ଠାରୁ 5 ବର୍ଷ ପାଇଁ ହେବ। ଏହା ସହ ଡେଷ୍ଟିନେସନ ଡେଭେଲପମେଣ୍ଟ ପାଇଁ ଅନେକ ପଦକ୍ଷେପ ନିଆଯିବ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇ ସରିଥିବାବେଳେ ଏହାକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକ।

ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି
ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି
ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି
ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି
ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି
ହିରାକୁଦ ହେବ ପଶ୍ଚିମ ଓଡିଶାର ପର୍ଯ୍ୟଟନ ଗେଟ-ଓ୍ବେ, ଖର୍ଚ୍ଚ ହେବ 130 କୋଟି

ଏହା ବ୍ୟତୀତ ଦେବରିଗଡ଼ ଅଭୟାରଣ୍ୟ ଅଞ୍ଚଳରେ ହୀରାକୁଦ ଜଳଭଣ୍ଡାରରେ ୱାଟର ସଫାରି ଆରମ୍ଭ ହେବ । 3ଟି ସ୍ଥାନରେ 3ଟି ବୋଟ ଚାଲିବ। ଏହା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୀରାକୁଦ ଜଳଭଣ୍ଡାରରର କେତେକ ସ୍ଥାନରେ ହୋଟେଲ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଭିନ୍ନ କମ୍ପାନୀ ଗୁଡିକୁ ପ୍ରୋତ୍ସାହନ ଦିଆଯିବାକୁ ଥିବାବେଳେ ହୋଟେଲ କମ୍ପାନୀଙ୍କ ସହ ଆଲୋଚନା ସରିଥିବା କୁହାଯାଇଛି। ହୀରାକୁଦର ବିଭିନ୍ନ ସ୍ଥାନରେ ଲେଜର ସୋ, ୟୋଗା ଗାର୍ଡେନ,ଏକୁଆରୀୟମ,ଵଟର ଫ୍ଲାଇ ପାର୍କ ଓ ସଫାରିର ବ୍ୟବସ୍ଥା କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.