ETV Bharat / city

ବେଲ୍ଟରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ

author img

By

Published : Jul 30, 2022, 2:29 PM IST

Updated : Jul 30, 2022, 2:39 PM IST

ସତ୍ୟବାଦୀ ଥାନା ଶୁକଳ ଛକରେ ବେଲ୍ଟରେ ଯୁବକଙ୍କୁ ନିସ୍ତୁକ ମାଡ ମାରି ଲହୁଲହାଣ କଲେ ଡ୍ରାଇଭର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ବେଲ୍ଟରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ
ବେଲ୍ଟରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ

ପୁରୀ: ସତ୍ୟବାଦୀ ଥାନା ଶୁକଳ ଛକରେ ଅମାନବୀୟ କାଣ୍ଡ । ସାମାନ୍ୟ ବଚସାରୁ ନିର୍ଦ୍ଦୟ ପାଲଟିଗଲେ ଅଟୋ ଡ୍ରାଇଭର । ବେଲ୍ଟରେ ଯୁବକଙ୍କୁ ନିସ୍ତୁକ ମାଡ ମାରି ଲହୁଲହାଣ କଲେ ଡ୍ରାଇଭର ଜଣଙ୍କ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓଟିରେ ଜଣେ ଯୁବକଙ୍କୁ ବେଲ୍ଟରେ ନିସ୍ତୁକ ମାଡ ମରାଯାଉଥିବା ଦେଖାଯାଉଛି ଓ ଯୁବକ ଜଣଙ୍କ ରକ୍ତାଙ୍କ ଅବସ୍ଥାରେ କାନ୍ଦୁଥିବା ଦେଖିବାକୁ ମିଳିଛି । ଏହି ସମୟର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

ବେଲ୍ଟରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ

ବେଲ୍ଟରେ ମାଡ ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶୁକଳର ଅଟୋ ଚାଳକ ଅନିଆ ବିଶ୍ଵାଳ ଓ ଯୁବକ ଜଣଙ୍କ ହେଉଛନ୍ତି ଭଣ୍ଡାରୀଦଣ୍ଡା ଗ୍ରାମର ହାଇଓ୍ବା ହେଲପର୍ ଅମର ପରିଡା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ପରେ ପୁରୀ ସତ୍ୟବାଦୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଅନିଆ ବିଶ୍ବାଳଙ୍କୁ ଅଟକ ରଖାଯାଇଛି । ସେହିପରି ପାଲଟା ଅଭିଯୋଗରେ ଆକ୍ରମଣର ଶିକାର ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଶୁକଳ ଛକରେ ଜଳଖିଆ ଖାଇବାକୁ ଯାଇଥିବାବେଳେ ଦୋକାନ ସମ୍ମୁଖରେ ଅଟୋ ରଖିଥିଲେ । ଅଟୋ ସାଇଡ କରିବାକୁ ନେଇ କଥା କଟାକଟି ମାରପିଟ୍‌ର ରୂପ ନେଇଥିଲା । ପରେ ଅମରଙ୍କ ମାଲିକ ଏଥିରେ ହସ୍ତକ୍ଷେପ କରି ସମାଧାନ କରିଥିଲେ । ମାତ୍ର ଅଧଘଣ୍ଟା ପରେ ଅନିଆ ପୁଣି ଥରେ ଅମରଙ୍କ ପାଖକୁ ଆସି ଏକ ବେଲ୍ଟରେ ପିଟି ପିଟି ଲହୁଲୁହାଣ କରିଥିଲା । ଏନେଇ ଉଭୟ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ ହୋଇଛି ।

Last Updated :Jul 30, 2022, 2:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.