ETV Bharat / city

ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ, ଚାଲିଛି ଷୋଡ଼ଶ ଉପଚାର ପୂଜା

author img

By

Published : Sep 22, 2022, 7:18 PM IST

ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ, ଚାଲିଛି ଷୋଡ଼ଶ ଉପଚାର ପୂଜା
ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ, ଚାଲିଛି ଷୋଡ଼ଶ ଉପଚାର ପୂଜା

ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ଚଣ୍ଡୀପାଠରେ ଫାଟି ପଡୁଛି ମନ୍ଦିର ପ୍ରାଙ୍ଗଣ । ଅଧିକ ପଢନ୍ତୁ

ପୁରୀ: ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠ ହୋଇଉଠିଛି ଚଳଚଞ୍ଚଳ । ଦେବୀ ମାନଙ୍କର ଚାଲିଛି ଷୋଡ଼ଶ ଉପଚାର ପୂଜା । ମା'ଙ୍କ ଦର୍ଶନ ପାଇ ଭକ୍ତ ଆନନ୍ଦିତ । ଏହି ଅବସରରେ ପୁରୀର ପ୍ରସିଦ୍ଧ ଶ୍ୟାମାକାଳୀ ମନ୍ଦିରରେ ଷୋଡ଼ଶ ପୂଜା ଚାଲିଥିବା ବେଳେ ଚଣ୍ଡୀପାଠରେ ମନ୍ଦିର ପ୍ରାଙ୍ଗଣ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ, ଚାଲିଛି ଷୋଡ଼ଶ ଉପଚାର ପୂଜା

ଶାରଦୀୟ ଦୂର୍ଗାତ୍ସୋବରେ ଷୋଡ଼ଷ ଉପଚାରରେ ପୂଜା ବିଧିର ସ୍ବତନ୍ତ୍ରତା ରହିଛି । ଏହି ସମୟରେ ଶକ୍ତି ପୀଠ ଗୁଡିକରେ ଠାକୁରାଣୀ ମାନଙ୍କର ଷୋଡ଼ଷ ଉପଚାର ପୂଜା ଅନୁଷ୍ଠିତ ହୋଇଥାଏ । ଶ୍ରୀକ୍ଷେତ୍ରରେ ଗଜପତିଙ୍କ ଦ୍ବାରା ବରଣ ହୋଇଥିବା ବ୍ରାହ୍ମଣ ମାନେ ବିଭିନ୍ନ ଶକ୍ତିପୀଠକୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାର ପୂଜାବିଧି ସହ ଚଣ୍ଡୀ ପାଠ କରିଥାନ୍ତି । ଏହି ସମୟରେ ଶ୍ୟାମାକାଳୀଙ୍କ ଶକ୍ତି ପୀଠରେ ସପ୍ତମୀ ଓ ଅଷ୍ଟମୀ ତିଥିରେ ଅଷ୍ଟଭୂଜା ବେଶ ଓ ନବମୀରେ ଦଶଭୂଜା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଏହା ବି ପଢନ୍ତୁ- Puri Heritage Corridor Project: ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜୋରଦାର

ଶ୍ରୀକ୍ଷେତ୍ରରେ ରହିଛି ଅନେକ ଶକ୍ତି ପୀଠ । ଗତ ମୂଳାଷ୍ଟମୀ ଠାରୁ ଶ୍ୟାମାକାଳୀ, ବରାହୀ, ମରିଚେଇ, ଅଲାମଚଣ୍ତୀ, ରାମଚଣ୍ଡୀ ଆଦି ପ୍ରମୁଖ ଶକ୍ତି ପୀଠ ଗୁଡିକରେ ଷୋଡ଼ଷ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଏହି ଶକ୍ତିପୀଠର ପରମ୍ପରା ଅନୁଯାୟୀ ସେଠାରେ ଠାକୁରାଣୀଙ୍କର ବିଭିନ୍ନ ପ୍ରକାର ବେଶ ଅନୁଷ୍ଠିତ ହୋଇଥାଏ । କେବଳ ସେତିକି ନୁହେଁ ଅନେକ ଶକ୍ତି ପୀଠ ଗୁଡିକରେ ଶଙ୍ଖୁଡି ଭୋଗ ତଥା ଆମିଷ ଭୋଗ ମଧ୍ୟ ମା'ଙ୍କ ପାଖରେ କରାଯାଇଥାଏ । ଏହାକୁ ପ୍ରସାଦ ରୂପରେ ଭକ୍ତ ମାନେ ସେବନ କରି ନିଜକୁ ଭାଗ୍ୟବାନ ମନେ କରିଥାନ୍ତି ।

ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଷୋଡ଼ଷ ଉପଚାର ପୂଜା ସମୟରେ ଠାକୁରାଣୀଙ୍କ ଦର୍ଶନରୁ ବଞ୍ଚିତ ଥିଲେ । ତେବେ ଚଳିତ ବର୍ଷ କଟକଣା ମୁକ୍ତ ଥିବାରୁ ଭକ୍ତଙ୍କ ମହଲରେ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି । ସେପଟେ ଶ୍ରୀମନ୍ଦିର ଭିତରେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କର ମଧ୍ୟ ଷୋଡ଼ଶ ଉପଚାର ପୂଜା ଚାଲିଥିବା ବେଳେ ଭକ୍ତଙ୍କ ଆଗମନ ବଢ଼ିବାରେ ଲାଗିଛି । ଭକ୍ତଙ୍କ ସୁବିଧା ଲାଗି ସମସ୍ତ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୨ ବର୍ଷର ପରେ ଖୁସିରେ ମାଆଙ୍କ ଦର୍ଶନ ଲାଭ ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.