ଶ୍ରୀଜଗନ୍ନାଥଙ୍କ ଆୟୂଧ ନୀଳଚକ୍ର, ଆବାହମାନ କାଳରୁ ଚୂଡାରେ ବାନା ବାନ୍ଧୁଛନ୍ତି ଚୂନରା ସେବାୟତ

author img

By

Published : Jun 24, 2022, 7:03 AM IST

ଶ୍ରୀଜଗନ୍ନାଥଙ୍କ ଆୟୂଧ ନୀଳଚକ୍ର, ଆବାହମାନ କାଳରୁ ଚୂଡାରେ ବାନା ବାନ୍ଧୁଛନ୍ତି ଚୂନରା ସେବାୟତ

ନୀଳାଚଳରେ ବଡ ଦେଉଳ, ବଡ ଦେଉଳରେ ନୀଳଚକ୍ର, ଆଉ ନୀଳଚକ୍ରରେ ଫର ଫର ଉଡୁଥାଇ ପତିତପାବନ ବାନା । ମନ୍ତ୍ରମୁଗ୍ଧକର ଶୀକ୍ଷେତ୍ରାଧିପତି କାଳିଆ ସାଆନ୍ତଙ୍କ ନୀଳଚକ୍ର । ତେବେ ଆସନ୍ତୁ ଜାଣିବା ନୀଳଚକ୍ରରେ ରହିଛି କି କି ବିଶେଷତ୍ତ୍ବ ।

ପୁରୀ: ଚକ୍ର ଆଢୁଆଳ କରି ରଖନ୍ତି, ପତିତପାବନ ବାନାରେ ସୁରକ୍ଷା ଦିଅନ୍ତି ଆଉ ଖଣ୍ଡୁଆ ପାଟରେ ଆଖିର ଲୁହ ପୋଛି ଦିଅନ୍ତି, ସେ ନୀଳାଚଳିଆ ଜଗବନ୍ଧୁ ବ୍ୟତୀତ ଆଉ କେହି ନୁହନ୍ତି । ଅଠର ନଳା ବାଟ ମଙ୍ଗଳାରୁ ନୀଳଚକ୍ର ଦେଖି ଛଳ ଛଳ ହୋଇଯାଏ ଆଖି, ଶ୍ରୀମନ୍ଦିର ପାଖେଇ ଆସୁଛି ପାଖେଇ ଆସୁଛି ଭାବରେ ମନ ହୁଏ ଉତ୍‌ଫୁଲ୍ଲିତ । ନୀଳାଚଳରେ ବଡ ଦେଉଳ, ବଡ ଦେଉଳରେ ନୀଳଚକ୍ର, ଆଉ ନୀଳଚକ୍ରରେ ଫର ଫର ଉଡୁଥାଇ ପତିତପାବନ ବାନା । ମନ୍ତ୍ରମୁଗ୍ଧକର ଶୀକ୍ଷେତ୍ରାଧିପତି କାଳିଆ ସାଆନ୍ତଙ୍କ ନୀଳଚକ୍ର । ତେବେ ଆସନ୍ତୁ ଜାଣିବା ନୀଳଚକ୍ରରେ ରହିଛି କି କି ବିଶେଷତ୍ତ୍ବ ।

ଶ୍ରୀଜଗନ୍ନାଥଙ୍କ ଆୟୂଧ ନୀଳଚକ୍ର, ଆବାହମାନ କାଳରୁ ଚୂଡାରେ ବାନା ବାନ୍ଧୁଛନ୍ତି ଚୂନରା ସେବାୟତ

ନୀଳଚକ୍ର ତଥା ଚକ୍ର ରାଜ ସୁଦର୍ଶନ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ଆୟୁଧ ବା ଅସ୍ତ୍ର । ଅଷ୍ଟଧାତୁରେ ନିର୍ମିତ ଏହି ନୀଳଚକ୍ରରେ ରହିଛି ସୁନା, ରୁପା, ଲୁହା, ତମ୍ବା, ସୀସା, ପାରଦ ଇତ୍ୟାଦି । ଦୂରରୁ ଏହାର ଉଚ୍ଚତା 2 ଫୁଟ ଭଳି ଲାଗୁଥିଲେ ମଧ୍ୟ ଏହା ପ୍ରକାଣ୍ଡକାୟ । ନନ୍ଦିଘୋଷ ଚକ ତଥା କୋଣାର୍କ ଚକ ଠାରୁ ମଧ୍ୟ ବିଶାଳ ମହାପ୍ରଭୁଙ୍କ ଏହି ଆୟୁଧ । ନୀଳଚକ୍ର ଓ ଏହା ଉପରେ ଥିବା ପାନପତ୍ରୀଙ୍କୁ ମିଶାଇଲେ ଏହାର ଉଚ୍ଚତା ହେବ ସାଢ଼େ 13 ଫୁଟ । ଏହାର 8 ଟି ଅର ସହ ରହିଛି 8 ଟି ଦଣ୍ଡା । ପ୍ରତ୍ୟେକ ସଂକ୍ରାନ୍ତିରେ ନୀଳଚକ୍ରଙ୍କୁ ମାଜଣା ତଥା ସ୍ନାନ କରାଯାଏ ।

ତେବେ ମହାପ୍ରଭୁଙ୍କର ଏହି ଆୟୁଧକୁ ନେଇ ରହିଛି ଏକ କିମ୍ବଦନ୍ତୀ । ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ ହୋଇଛନ୍ତି । ଏହା ପଛରେ ଥିବା ପୌରାଣିକ କିମ୍ବଦନ୍ତୀ ହେଉଛି... ସୁଦର୍ଶନ ଦୂତ ରୂପେ ବା କାର୍ଯ୍ୟନିର୍ବାହୀ ରୂପେ ପ୍ରଭୁଙ୍କ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା । ସୁଦର୍ଶନ ଚକ୍ର ଯୋଗୁଁ ପ୍ରଭୁଙ୍କ ନାମ ଚକ୍ରଥର ବୋଲି ସେ ଖୁବ୍‌ ଅହଁକାର କରୁଥିଲେ ।

ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ କଦଳୀବନରେ ତପସ୍ୟା କରୁଥିବା ହନୁମାନଙ୍କୁ ଡାକି ଆଣିବା ପାଇଁ ସୁଦର୍ଶନଙ୍କୁ ପଠାଇଲେ ମହାପ୍ରଭୁ । ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ର ସବୁ କାଟି କାଟି ଯାଇ ସେଠାରେ ଅଭୟ ମୁଦ୍ରାରେ ତପସ୍ୟାରେ ବସିଥିବା ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ । ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି ।

ସୁଦର୍ଶନ ଏହାଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ବାରରେ ଅପେକ୍ଷା କରିଛନ୍ତି । ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶୀଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ ପହଁଞ୍ଚିଲ କିପରି । ହନୁମାନ ଉତ୍ତର ଦେଇ କହିଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ । ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି । କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି ।

ହନୁମାନଙ୍କ ଶକ୍ତି ପରୀକ୍ଷା ପାଇଁ ସୁଦର୍ଶନ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦ୍ବାରରେ ଚାରୋଟି ସୁଦର୍ଶନ ରୂପେ ବାଟ ଓଗାଳିଲେ । ଏହା ଦେଖି ହନୁମାନ ପ୍ରଭୁ ରାମଙ୍କୁ ସ୍ମରଣ କରି ଚାରି ହାତରେ ଚାରୋଟି ସୁଦର୍ଶନଙ୍କୁ ଆଣି ଗିଳିଦେଇ ପ୍ରଭୁଙ୍କ ପାଖରେ ପହଞ୍ଚିଲେ । ପ୍ରଭୁ ହନୁମାନଙ୍କୁ ଏକାକୀ ଦେଖି ସୁଦର୍ଶନଙ୍କ କଥା ପଚାରିଲେ । ହନୁମାନ କହିଲେ, ପ୍ରଭୁ ଆପଣ ସବୁ ଜାଣନ୍ତି, ଆପଣ ତାଙ୍କୁ ଯେପରି ଚାରୋଟି ରୂପ ଦେଲେ, ମତେ ସେପରି ଚାରୋଟି ହାତ ଦେଲେ, ଚାରିଦ୍ବାରରେ ସେ ମୋ ପଥରୋଧ କରିବାରୁ ମୁଁ ତାଙ୍କୁ ଗିଳିଦେଇଛି ।

ପ୍ରଭୁଙ୍କ ଦର୍ଶନରେ ମୁଁ କୌଣସି ବାଧା ମାନିବି ନାହିଁ କହିଲେ ହନୁମନ୍ତ । ତତ୍ପରେ ପ୍ରଭୁଙ୍କ ଆଦେଶ ମୁତାବକ ହନୁମାନ ସୁଦର୍ଶନଙ୍କୁ ବାହାର କଲେ, କିନ୍ତୁ ଚାରୋଟିଯାକ ସୁଦର୍ଶନ ଏକ ସ୍ତମ୍ଭାକାର ହୋଇ ତଳେ ପଡ଼ିଲେ । ଉଭୟଙ୍କ ଅହଙ୍କାର ପାଇଁ ପ୍ରଭୁ ଦଣ୍ଡବିଧାନ କଲେ । ସୁଦର୍ଶନ ସେହି ସ୍ତମ୍ଭାକାର ରୂପେ ଦକ୍ଷିଣପାର୍ଶ୍ବ ପରିବର୍ତ୍ତେ ବାମପାର୍ଶ୍ବରେ ରହିଲେ । ହନୁମାନ ତପସ୍ବୀ ହନୁମାନ ନାମରେ ଆଠହାତଯୁକ୍ତ ପ୍ରଶସ୍ତ ମୁଦ୍ରାରେ ଉତ୍ତର ଦ୍ବାର ଜଗି ରହିଲେ ।

ତେବେ ନିଜର ଅହଂକାର ଯୋଗୁଁ ଖୁବ୍‌ ଲଜ୍ଜିତ ହୋଇ ପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ସୁଦର୍ଶନ । ତାପରେ ସେଇ ରହସ୍ୟମୟୀ ହସଟିଏ ହସିଥିଲେ କାଳିଆ ଦଳନ । ସୁଦର୍ଶନଙ୍କୁ କ୍ଷମାଦେଇ ତାଙ୍କର ସମ୍ମାନ ରକ୍ଷା ନିମନ୍ତେ ପୁଣିଥରେ ଗୋଲାକାର ଭାବେ ତାଙ୍କୁ ଶ୍ରୀମନ୍ଦିର ଚୂଡ଼ାରେ ଅବସ୍ଥାପିତ କଲେ । ପ୍ରଭୁ ଏକଥା ମଧ୍ୟ ଜଣାଇଲେ ଯେ ଦୂରରୁ ସୁଦର୍ଶନଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ ସମ ପୁଣ୍ୟ ପ୍ରାପ୍ତି ହେବ । ଏହାଦ୍ବାରା ତେଜହୀନ ହୋଇ ମଧ୍ୟ ସୁଦର୍ଶନଙ୍କ ବୈଶିଷ୍ଟ୍ୟ ଅକ୍ଷୁର୍ଣ୍ଣ ରହିଲା ।

ସେହିପରି ନୀଳଚକ୍ର ସହ ପତିତପାବନ ବାନାର ମଧ୍ୟ ରହିଛି ବିଶେଷତ୍ବ । ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ବଡ଼ ଦେଉଳରେ ଉଡ଼ାଉଛନ୍ତି ପତିତ ପାବନ ବାନା । ଭକ୍ତଟିଏ ନିଜର କୌଣସି ମନସ୍କାମନା ନେଇ ନୀଳଚକ୍ରରେ ପତିତପାବନ ବାନା ଟିଏ ଚଢାଇଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ପ୍ରତିଦିନ ଶହ ଶହ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତିତପାବନ ବାନା ଶ୍ରୀମନ୍ଦିରରେ ଚଢାଇଥାନ୍ତି ।

ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ଚୂନରା ସେଵାୟତ ଏହାକୁ ପରିବର୍ତ୍ତନ କରି ନୂଆ ବାନା ଲଗାଇ ଥାନ୍ତି । ଯଦି କୌଣସି କାରଣରୁ ନୀଳଚକ୍ରରେ ବାନା ନ ଲାଗିପାରେ ତେବେ ବନ୍ଦ ହୋଇଯାଏ ମହାପ୍ରଭୁଙ୍କ ନୀତିକାନ୍ତି । କେବଳ ଲାଲ, ହଳଦିଆ ଓ ଧଳା ରଙ୍ଗର ବାନା ହିଁ ଲାଗିଥାଏ ନୀଳଚକ୍ରରେ । ପୂର୍ବରୁ ନୀଳଚକ୍ରରେ ଦେଢ ସହ ହାତର ବିଶାଳ ବାନା ଲାଗି ହେଉଥିଲା । ତେବେ ପବନ ଚାପ ଯୋଗୁଁ ନୀଳଚକ୍ରର କ୍ଷତି ହେବା ଆଶଙ୍କା କରି ପ୍ରତ୍ନତାତ୍ତ୍ବିକ ବିଭାଗର ନିର୍ଦ୍ଦେଶ କ୍ରମେ ମାତ୍ର 14 ହାତିଆ ବାନା ଲାଗି ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.