ETV Bharat / city

Akshaya Tritiya: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀଜିଉଙ୍କ ରଥକାଠ ଅନୁକୁଳ

author img

By

Published : May 3, 2022, 10:51 AM IST

ଶ୍ରୀଜିଉଙ୍କ ରଥକାଠ ଅନୁକୁଳ
ଶ୍ରୀଜିଉଙ୍କ ରଥକାଠ ଅନୁକୁଳ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳ ଚଞ୍ଚଳ ହୋଇଛି ରଥଖଳା । ଅଧିକ ପଢନ୍ତୁ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ତିଥିରେ ଶ୍ରୀଜୀଉଙ୍କ ରଥନିର୍ମାଣ ପାଇଁ ଅନୁକୂଳ ହୋଇଥାଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ଏହି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଏ । ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି ।

ଶ୍ରୀଜିଉଙ୍କ ରଥକାଠ ଅନୁକୁଳ

ମହାପ୍ରଭୁଙ୍କ ଠାରୁ ରଥ ନିର୍ମାଣ ନେଇ ଆଜ୍ଞା ମାଳ ଆସିବା ପରେ ରଥ ଖଳାରେ ମହାରଣାମାନେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବେ । ସେପଟେ ଆଜି ଠାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ। 21 ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମହାପ୍ରଭୁ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇ ରହିଛି । ଏପଟେ ଆଜି ପୁରୀରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବ । ଏହାପରେ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠ ଅନୁକୂଳ ହେବ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି ।

ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରୁ ୩୨ ଖଣ୍ଡ ରଥକାଠ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ସେଥିମଧ୍ୟରୁ ୨୦ ଫୁଟିଆ ୧୯ଟି, ୧୨ ଫୁଟିଆ ୩ଟି, ୪୦ ଫୁଟିଆ ୧୦ ଖଣ୍ଡ ରଥକାଠ ପହଞ୍ଚିଛି। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବା ବେଳେ ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି । ସମୁଦାୟ ୫୩୬ ଖଣ୍ଡ ରଥକାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ଥିବାବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ଆବଶ୍ୟକୀୟ କାଠ ପହଞ୍ଚିବ‌ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.