ETV Bharat / city

ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଗଣ ଶିକ୍ଷାମନ୍ତ୍ରୀ

author img

By

Published : Jul 26, 2021, 1:34 PM IST

ପ୍ରାଥମିକ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି : ଗଣ ଶିକ୍ଷାମନ୍ତ୍ରୀ
ପ୍ରାଥମିକ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି : ଗଣ ଶିକ୍ଷାମନ୍ତ୍ରୀ

ଆଜିଠୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଓ କଲେଜ ଖୋଲିଛି । ପ୍ରାଥମିକ ବିଦ୍ୟାଳୟ ଗୁଡିକୁ କୋଭିଡ ସ୍ଥିତି ଦେଖି ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ପୁରୀ: ଖୋଲିଲା ସ୍କୁଲ, ବାଜିଲା ବେଲ୍, କ୍ଲାସ ରୁମରେ ପହଞ୍ଚିଲେ ଛାତ୍ରଛାତ୍ରୀ । ଆଜିଠୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଓ କଲେଜ ଖୋଲିଛି । ଏନେଇ ଆଜିଠାରୁ କ୍ଲାସ୍ ରୁମରେ ପାଠପଢା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ। ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି । ଦୀର୍ଘଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।

ପ୍ରାଥମିକ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି : ଗଣ ଶିକ୍ଷାମନ୍ତ୍ରୀ

ଅଗଷ୍ଟ 16ରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବା ନେଇ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପ୍ରାଥମିକ ସ୍କୁଲ ଗୁଡିକୁ କେବେ ଖୋଲିବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ତେବେ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଓ କଲେଜ ଖୋଲିଥିବା ବେଳେ ଏଥିପାଇଁ ସ୍କୁଲଗୁଡିକରେ ସମସ୍ତ ପ୍ରସ୍ତୁତି ସରିଛି। କ୍ଲାସ୍ ରୁମ୍ ସାନିଟାଇଜ୍ କରାଯିବା ସହିତ ପରିସରକୁ ସଫା ସୁତୁରା କରାଯାଇଛି। ପିଲାମାନେ ଯେପରି ହାତ ଭଲ କରି ଧୋଇବେ, ସାମାଜିକ ଦୂରତ୍ୱ ମାନି କ୍ଲାସରେ ବସିବେ ଏବଂ ସବୁବେଳେ ମାସ୍କ ପିନ୍ଧିବେ ସେଥିପ୍ରତି ସ୍କୁଲ ପକ୍ଷରୁ ସଚେତନ କରାଯାଇଛି। ଏହାସହ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଚେତନ କରିଛନ୍ତି କର୍ତ୍ତୃପକ୍ଷ। ଯେଉଁମାନେ ସ୍କୁଲ ନ ଆସିବେ ସେମାନଙ୍କ ଅନଲାଇନ୍ କ୍ଲାସ ଜାରି ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.