ETV Bharat / city

ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦିଅନ୍ତୁ: ସମୀର ଦାସ

author img

By

Published : Jul 2, 2021, 9:41 PM IST

ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିବାଦ ଥମିବାର ନାମ ନେଉନାହିଁ । ଏଭଳି ସ୍ଥିତିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେୂବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢ଼ନ୍ତୁ...

ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ନିର୍ଦ୍ବନ୍ଦରେ ପରୀକ୍ଷା ଦିଅନ୍ତୁ: ସମୀର ଦାସ
ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ନିର୍ଦ୍ବନ୍ଦରେ ପରୀକ୍ଷା ଦିଅନ୍ତୁ: ସମୀର ଦାସ

ପୁରୀ: ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ଏଭଳି ସ୍ଥିତିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେୂବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଯେଉଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ଜୁଲାଇ 30 ରେ ପରୀକ୍ଷା ଦେବାପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା ହୋଇଛି ।

ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ନିର୍ଦ୍ବନ୍ଦରେ ପରୀକ୍ଷା ଦିଅନ୍ତୁ: ସମୀର ଦାସ

ଜୁଲାଇ 5 ତାରିଖରୁ ଫର୍ମ ପୂରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି । 14 ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ ଜାରି ରହିବ । ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ସେହିପରି ମନ୍ତ୍ରୀ କହିଛନ୍ତି 70 ପ୍ରତିଶତ ମାର୍କର ପରୀକ୍ଷା ହେବ । କୋଭିଡ ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ। । ପରୀକ୍ଷା ଦେବାର 15 ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ରେଜଲ୍ଟ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯେଉଁ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ନିଜ ପରୀକ୍ଷା ନମ୍ବର ନେଇ ସନ୍ତୁଷ୍ଟ ନାହାନ୍ତି ସେମାନେ ନିର୍ଦ୍ବନ୍ଦରେ ପରୀକ୍ଷା ଦେବା ଆବଶ୍ୟକ । କେତେ ସମୟ ପରୀକ୍ଷା ହେବ ତାହା ବୋର୍ଡ ପକ୍ଷରୁ ନୋଟିସ ଜାରି କରି ସୂଚନା ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.