ETV Bharat / city

ଦୁର୍ଗାବାଡି ପୂଜା ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା, ଛୁଟୁଛି ବଙ୍ଗୀୟ ପର୍ଯ୍ୟଟକଙ୍କ ସୁଅ

author img

By

Published : Oct 3, 2022, 4:48 PM IST

ଦୁର୍ଗାବାଡି ପୂଜା ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା
ଦୁର୍ଗାବାଡି ପୂଜା ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା

ଆଜି ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ଶାରଦୀୟ ଦୁର୍ଗା ପୂଜାକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ପୁରୀରେ ଥିବା ବଙ୍ଗୀୟ ପରିବାର । ଅଧିକ ପଢନ୍ତୁ

ପୁରୀ: ଜଗତ ଜନନୀ ମା’ ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବମୁଖର ସାରା ସହର । ଆଜି ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ଶାରଦୀୟ ଦୁର୍ଗା ପୂଜାକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ପୁରୀରେ ଥିବା ବଙ୍ଗୀୟ ପରିବାର । ବିଶେଷକରି ପୂଜା ଛୁଟିରେ ଆସିଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ସହ ଏହି ବଙ୍ଗୀୟ ପରିବାର ମଧ୍ୟ ପୂଜାର ନିଆରା ଆନନ୍ଦ ଉଠାଇଛନ୍ତି ।

ଦୁର୍ଗାବାଡି ପୂଜା ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା

ଏହା ମଧ୍ୟ ପଢନ୍ତୁ:କୋଲକାତାରେ ହିନ୍ଦୁ ମହାସଭାର ବିବାଦୀୟ ଦୁର୍ଗା ମେଢ, ମହିଷାସୁରଙ୍କ ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତି

ସ୍ଥାନୀୟ ଦୁର୍ଗାବାଡ଼ି ସମିତି ପକ୍ଷରୁ ଆଜକୁ ୯୫ ବର୍ଷ ଧରି ପାଳନ ହେଉଛି ଏହି ଦୁର୍ଗାତ୍ସୋବ । ଷଷ୍ଠୀ ଠାରୁ ପାଳନ ହେଉଥିବା ଏହି ପୂଜାର ଆଜି ଅଷ୍ଟମୀ ତିଥିରେ ସନ୍ଧୀପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ନବମୀ ଅବସରରେ କୁମାରୀ ପୂଜାର ଏକ ସ୍ୱତନ୍ତ୍ର ପରମ୍ପରା ପାଳନ ହେବ । କୁମାରୀ ଝିଅ ମାନଙ୍କୁ ବଙ୍ଗୀୟ ରିତିନୀତିରେ ବେଶ କରାଯାଇ ମା'ଙ୍କର ମୃଣ୍ମୟ ପ୍ରତିମା ନିକଟରେ ପୂଜାର୍ଚ୍ଚନା କରାଯିବ ।

ପୁରୀରେ ରହୁଥିବା ଶହ ଶହ ବଙ୍ଗୀୟ ପରିବାର ଏକାଠି ହୋଇ ୯୫ ବର୍ଷ ତଳେ ସ୍ଥାପନ କରିଥିଲେ ଦୁର୍ଗାବାଡ଼ୀ ସମିତି । ଆଉ ଏହି ସମିତି ମାଧ୍ୟମରେ ସମ୍ପୂର୍ଣ୍ଣ ବଙ୍ଗୀୟ ରିତି ନୀତି ଅନୁଯାୟୀ ଏହି ପୂଜାତ୍ସୋବ ପାଳନ ହୋଇ ଆସୁଛି । ଏଠାରେ ନିର୍ମାଣ ହେଉଥିବା ମୃଣ୍ମୟ ପ୍ରତିମା ପାଇଁ ଗଙ୍ଗା ନଦୀ ଠାରୁ ମାଟି ଅଣାଯାଉଥିବା ବେଳେ ବଙ୍ଗୀୟ କାରିଗରମାନେ ପ୍ରସ୍ତୁତ କରିଥାନ୍ତି ଏହି ମୃଣ୍ମୟ ପ୍ରତିମା। ବଙ୍ଗୀୟ ଶୈଳୀ ଓ ପରିପାଟିରେ ମା'ଙ୍କୁ ସାଜ ସଜ୍ଜା ମଧ୍ୟ କରାଯାଇଥାଏ ।

ଏନେଇ ପୁରୀ ଦୁର୍ଗାବାଡି ସମିତିର କର୍ମକର୍ତ୍ତା କହିଛନ୍ତି ଯେ, "ଆଜି ମାଙ୍କର ମହାଷ୍ଟମୀ ପୂଜା ହେଉଛି। ସକାଳୁ 7ଟାରୁ ମା'ଙ୍କର ପୂଜା ଆରମ୍ଭ ହୋଇଯାଇଛି। ଏହାପରେ ଅଷ୍ଟମୀ ଓ ନବମୀର ସନ୍ଧି ମୁହୂର୍ତ୍ତରେ ଚଣ୍ଡୀପୂଜା କରାଯିବ। 3ଟାରୁ 4ଟା ପର୍ଯ୍ୟନ୍ତ ଏହି ପୂଜା କରାଯିବ। ଏହାପରେ ମା'ଙ୍କର ଆରତୀ କରାଯାଇ ପ୍ରସାଦ ସେବନ କରାଯିବ। ଦୁର୍ଗାବାଡ଼ି ସମିତି ପକ୍ଷରୁ ଆଜକୁ ୯୫ ବର୍ଷ ଧରି ପାଳନ ହେଉଛି ଏହି ଦୁର୍ଗାତ୍ସୋବ। ପୂର୍ବପୁରୁଷମାନଙ୍କ ପରମ୍ପରାକୁ ନେଇ ଆମେ ଏହି ପୂଜା କରୁଛୁ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.