ETV Bharat / bharat

କୋଲକାତାରେ ହିନ୍ଦୁ ମହାସଭାର ବିବାଦୀୟ ଦୁର୍ଗା ମେଢ, ମହିଷାସୁରଙ୍କ ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତି

author img

By

Published : Oct 3, 2022, 1:27 PM IST

କୋଲକାତାରେ ହିନ୍ଦୁ ମହାସଭାର (Hindu Mahasabha) ବିବାଦୀୟ ଦୁର୍ଗା ମେଢ । ମହିଷାସୁର ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତିକୁ ସ୍ଥାନ ଦେବା ନେଇ ବଢିଲା ବିବାଦ । ପ୍ରଶାସନର ହସ୍ତକ୍ଷପ ପରେ ହଟିଲା ଗାନ୍ଧୀଜୀଙ୍କ ମୂର୍ତ୍ତି । ଅଧିକ ପଢନ୍ତୁ

କୋଲକାତାରେ ଦୁର୍ଗାମେଢକୁ ନେଇ ବିବାଦ, ମହିଷାସୁର ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତି
କୋଲକାତାରେ ଦୁର୍ଗାମେଢକୁ ନେଇ ବିବାଦ, ମହିଷାସୁର ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତି

କୋଲକାତା: କୋଲକାତାରେ ଦୁର୍ଗା ମେଢକୁ ନେଇ ବିବାଦ । ଗତକାଲି (ଅକ୍ଟୋବର ୨) ସାରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରୁଥିବା ବେଳେ ମା’ ଦୁର୍ଗାଙ୍କ ମେଢରେ ମହିଷାସୁରଙ୍କ ସ୍ଥାନରେ ମହତ୍ମା ଗାନ୍ଧୀଙ୍କ ମୁର୍ତ୍ତିକୁ ସ୍ଥାନ ଦେଇଛି ଅଖିଳ ଭାରତୀୟ ହିନ୍ଦୁ ମହାସଭା (Mahatma Gandhi as Mahishasura)। କୋଲକାତାର କସବାରେ ମହାସଭାର ପ୍ରଦେଶ ଶାଖା ଦ୍ବାରା ଆୟୋଜିତ ଏହି ମେଢରେ ଏପରି ଅଭାବନୀୟ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିବାଦ ମୁଣ୍ଡ ଟେକିବାରେ ଲାଗିଛି ।

ଏପରି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି । ଏ ସମ୍ପର୍କରେ ଆୟୋଜକ ଅଖିଳ ଭାରତ ହିନ୍ଦୁ ମହାସଭାର ପଶ୍ଚିମବଙ୍ଗ ପ୍ରଦେଶ ଅଧ୍ୟକ୍ଷଙ୍କୁ ପଚାର ଯିବାରୁ ସେ ମଧ୍ୟ ବିଚିତ୍ର ଉତ୍ତର ରଖିଛନ୍ତି । ସଂଗଠନର ପ୍ରଦେଶ ଅଧ୍ୟକ୍ଷ ମହନ୍ତ ସୁନ୍ଦରଗିରି ମହାରାଜ କହିଛନ୍ତି, ‘‘ଆମ ବିଚାରଧାରାରେ ମହାତ୍ମା ଗାନ୍ଧୀ କେବେ ରାଷ୍ଟ୍ରପିତା ନୁହନ୍ତି । ସେ ଅସୁର, ତେଣୁ ତାଙ୍କୁ ଆମେ ଉକ୍ତ ସ୍ଥାନରେ ସ୍ଥାନିତ କରିଥିଲୁ । ସମସ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଆମେ ପୂଜା ପାଇଁ ଅନୁମତି ନେଇଥିଲେ ସୁଦ୍ଧା ଏପରି ମେଢ ହଟାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆମ ଉପରେ ଚାପ ପକାଯାଉଛି ।’’

ତେବେ ଗୃହ ମନ୍ତ୍ରଣାଳୟ ମଧ୍ୟ ଏପରି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଏହାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ପରେ ସେ ଗାନ୍ଧୀଜୀଙ୍କ ମୁର୍ତ୍ତି ହଟାଯାଇ ପୁନଶ୍ଚ ପାରମ୍ପରିକ ମହିଷାସୁର ମୂର୍ତ୍ତି ଲଗାଯାଇଥିବା ମଧ୍ୟ ସୂଚନା ମିଳିଛି । କିଛି ବର୍ଷ ପୂର୍ବରୁ ଗାନ୍ଧୀ ଜୟନ୍ତୀକୁ କଳା ଦିବସ ଭାବେ ପାଳନ କରି ବିବାଦୀୟ ହେବା ସହ ବ୍ୟାନ ମଧ୍ୟ ଘୋଷିତ ହୋଇଥିଲା ଦକ୍ଷିଣପନ୍ଥୀ ସଂଗଠନ ବିଶ୍ବ ହିନ୍ଦୁ ମହାସଭା ।

ଆଜିର ଘଟଣାକୁ ରାଜ୍ୟରେ ଶାସନରେ ଥିବା ତୃଣମୂଳ କଂଗ୍ରେସ କଡା ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଦଳର ମୁଖପାତ୍ର କୁନାଲ ଘୋଷ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏପରି ଘଟଣାକୁ ନିନ୍ଦା କରିବା ପାଇଁ ଶବ୍ଦ ନାହିଁ । ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ଦାବିରେ କିଛି ସ୍ଥାନରେ ସଂଗଠନ ବିରୋଧରେ ଏତଲା ମଧ୍ୟ ଦାଏର ହୋଇଥିବା ସୂଚନା ମିଳୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.