ETV Bharat / city

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡା ଓ ଶୀତଳ ଷଷ୍ଠୀ ନୀତି

author img

By

Published : Jun 5, 2022, 7:28 PM IST

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡା ଓ ଶୀତଳ ଷଷ୍ଠୀ ନୀତି । ଆଜି ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ । ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ନୀତି ପାଳିତ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡା ଓ ଶୀତଳ ଷଷ୍ଠୀ ନୀତି
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡା ଓ ଶୀତଳ ଷଷ୍ଠୀ ନୀତି

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡା ଓ ଶୀତଳ ଷଷ୍ଠୀ ନୀତି । ଆଜି ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ । ଶ୍ରୀମନ୍ଦିରରେ ଶୀତଳ ଷଷ୍ଠୀ ନୀତି ପାଳିତ ହୋଇଥାଏ । ପରମ୍ପରା ଅନୁଯାୟୀ ଆଜି ସନ୍ଧ୍ୟାଧୂପ ନୀତି ଶେଷ ହେବାପରେ ଦୋଳଗୋବିନ୍ଦ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଖଟଶେଯ ଘରେ ବିଜେ ହୋଇଥାନ୍ତି । ଏହାପରେ ରତ୍ନ ସିଂହାସନରେ ଶ୍ରୀବିଗ୍ରହମାନଙ୍କ ମଇଲମ ହୋଇ ଆଲଟ ଲାଗି ପଣା ଭୋଗ, ଚନ୍ଦନ ଲାଗି ଓ ବଡସିଂହାର ଭୋଗ ହୋଇଥାଏ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡା ଓ ଶୀତଳ ଷଷ୍ଠୀ ନୀତି

ଇତି ମଧ୍ୟରେ ମହାଜନ ସେବକମାନଙ୍କ ହସ୍ତରେ ପଞ୍ଚ ମହାଦେବ ଜଗମୋହନ ସ୍ଥିତ ଖଟଶେଯ ଉପରେ ବିଜେ ହୋଇଥାନ୍ତି । ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଣିଥିବା ଆଜ୍ଞାମାଳ ଲାଗି ପରେ ମହାଦେବ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ଥିବା ଖଟଶେଯ ଉପରେ ବିଜେ ହୁଅନ୍ତି । ଏହାପରେ ମହାଜନ ସେବକମାନେ ଘଣ୍ଟ, ଛତା, କାହାଳି ସହ ଦୋଳଗୋବିନ୍ଦଙ୍କୁ ବିଜେ କରାଇ ଲକ୍ଷ୍ମୀ ମନ୍ଦିର ସ୍ଥିତ ଜଗମୋହନରେ ପଞ୍ଚ ମହାଦେବଙ୍କ ସମ୍ମୁଖରେ ବସାଇବେ । ବିଜେ ପ୍ରତିମାମାନଙ୍କ ଉଦ୍ଦେଶ୍ୟରେ ସେଠାରେ ଶୀତଳ ଭୋଗ ଓ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି ।

ପୂଜାପଣ୍ଡା ପଞ୍ଚୋପଚାର ବିଧିରେ ୧୧ଟି ପନ୍ତି ଭୋଗ କରିଥାନ୍ତି । ତା'ପରେ ବନ୍ଦାପନା ହୋଇ ଦୋଳଗୋବିନ୍ଦ ଦକ୍ଷୀଣୀ ଘରକୁ ବାହୁଡା ବିଜେ କରନ୍ତି । ଏହିପରି ଭାବେ ଶୀତଳ ଷଷ୍ଠି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ବଲ୍ଲଭ ନୀତି ଶେଷ ହେବାପରେ ପଞ୍ଚ ମହାଦେବ ଶ୍ରୀମନ୍ଦିରରୁ ସ୍ଵାଭିମାନରେ ବିଜେ ହୋଇ ନଗର ପରିକ୍ରମା କରିଥାନ୍ତି । ପଞ୍ଚ ମହାଦେବଙ୍କର ସେବକମାନେ ଏହି ପରିକ୍ରମା ସମୟରେ ଉପସ୍ଥିତ ରହିଥାନ୍ତି । ସେପଟେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଚାଲି ଥିବାବେଳେ ଆଜି ଜଳକ୍ରୀଡା ମଣ୍ଡପ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.