ETV Bharat / city

ଖୋଲିଲା ଜଗା ଦ୍ବାର, ଭାବବିହ୍ଵଳ ଭକ୍ତ

author img

By

Published : Feb 1, 2022, 8:31 AM IST

20 ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମିଳନ । କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ପୂର୍ବଭଳି କେବଳ ରବିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଜଗା ଦୁଆର । ଅଧିକ ପଢନ୍ତୁ

ଭଗବାନଙ୍କୁ ଦେଖି  ଭକ୍ତ ଭାବବିହ୍ଵଳ
ଭଗବାନଙ୍କୁ ଦେଖି ଭକ୍ତ ଭାବବିହ୍ଵଳ

ପୁରୀ: ଆଜିଠୁ ଖୋଲିଛି ଶ୍ରୀମନ୍ଦିର । 20 ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମିଳନ । କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ପୂର୍ବଭଳି କେବଳ ରବିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଜଗା ଦୁଆର । ରାଜ୍ୟରେ ଓମିକ୍ରନ ଆତଙ୍କ ପରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଦର୍ଶନ ।

ଭଗବାନଙ୍କୁ ଦେଖି ଭକ୍ତ ଭାବବିହ୍ଵଳ

ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଗତ ଛତିଶା ନିଯୋଗ ବୈଠକରେ ମନ୍ଦିର ଖୋଲିବା ପାଈଁ ନିଷ୍ପତି ହୋଇଥିଲା । ପୂର୍ବ ପରି ଭକ୍ତମlନେ ଦୁଇଟି ଡୋଜ ଟିକା କିମ୍ବା RTPCR ଟେଷ୍ଟର ସାର୍ଟିଫିକେଟ ଦେଖାଇ ମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି l ସକାଳ 6 ଟାରୁ ରାତି 9 ଟା ପର୍ଯ୍ୟନ୍ତ ଜାରି ରହିବ ଦର୍ଶନ ।

ଭକ୍ତଙ୍କ ପାଇଁ ସିଂହଦ୍ବାରରେ ପ୍ରବେଶ ଓ ଉତ୍ତର ଦ୍ବାରରେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି l ପୁରୀର ସ୍ଥାନୀୟ ବାସିନ୍ଦାମlନେ ପଶ୍ଚିମଦ୍ବାର ଦେଇ ପ୍ରବେଶ କରିବା ନେଇ ବ୍ୟବସ୍ଥା ହୋଇଛି । ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ସାନିଟାଇଜ ପାଇଁ କେବଳ ପ୍ରତ୍ୟେକ ରବିବାର ଓ ବିଶେଷ ପର୍ବ ପର୍ବାଣୀରେ ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ରଖାଯିବ ।

ଶ୍ରୀମନ୍ଦିର ବନ୍ଦ ପାଇଁ ଭକ୍ତଙ୍କ ବିନା ପୁରୀ ସହର ଖାଁ ଖାଁ ହୋଇ ଯାଇଥିଲା । ହୋଟେଲ ବ୍ୟବସାୟୀ ଠାରୁ ଆରମ୍ଭ କରି ଉଠା ଦୋକାନୀ , ଅଟୋ , ରିକ୍ସା, ଟ୍ରାଭେଲ ବ୍ୟବସାୟୀ ଆର୍ଥିକ କ୍ଷତିର ସମ୍ମୁଖିନ ହେଉଥିଲେ । ବିଭିନ୍ନ ମହଲରେ ଶ୍ରୀମନ୍ଦିର ଖୋଲିବା ପାଇଁ ଦାବି ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଖୋଲିବା ପରେ ଭକ୍ତଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.