ETV Bharat / city

ପୁରୀ ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପ୍ରସଙ୍ଗ: ଭାଇରାଲ ଭିଡିଓକୁ ନେଇ ବଢୁଛି ସସପେନ୍ସ

author img

By

Published : Nov 23, 2020, 8:26 AM IST

ପୁରୀ ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପ୍ରସଙ୍ଗ: ଏବେ ଭାଇରାଲ ଭିଡିଓକୁ ନେଇ ବଢୁଛି ସସପେନ୍ସ
ପୁରୀ ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପ୍ରସଙ୍ଗ: ଏବେ ଭାଇରାଲ ଭିଡିଓକୁ ନେଇ ବଢୁଛି ସସପେନ୍ସ

ଘରକୁ ଫେରିନାହାନ୍ତି ପୁରୀ ବାସେଳିସାହି ହାଜତରେ ମୃତ୍ୟୁ ବରଣ କରିଥିବା କେ.ରମେଶଙ୍କ ବାପା ଓ ମାଆ । ପୋଲିସ ସେମାନଙ୍କୁ ଲୁଚାଇ ରଖିଥିବା ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ...

ପୁରୀ: ପୁରୀ ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁ ଅଭିଯୋଗ ଘଟଣା । ଦିନକୁ ଦିନ ଏହା ଚର୍ଚ୍ଚିତ ହେବାରେ ଲାଗିଛି। ଏଯାବତ ଘରକୁ ଫେରିନାହାନ୍ତି ମୃତ କେ.ରମେଶଙ୍କ ବାପା କେ.ଗୁରୁମୂର୍ତ୍ତି ଓ ମା’ କେ. ଭାରତୀ ଫେରି ନାହାନ୍ତି । ତେବେ ପୋଲିସ‌‌ କେବଳ ରମେଶଙ୍କ ଦାଦା କେ. ଆରିଆଙ୍କୁ ଛାଡିଛି। ତେବେ କେଉଁଠି ବାପା ମା' ଅଛନ୍ତି ଜଣା ପଡି ନ ଥିବା ବେଳେ, ପୋଲିସ ତାଙ୍କୁ କୌଣସି ସ୍ଥାନରେ ରଖିଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି। ଏନେଇ ତୁରନ୍ତ ପୋଲିସ ରମେଶଙ୍କ ବାପା ଓ ମା'ଙ୍କୁ ଘରକୁ ଛାଡିବାକୁ ପରିବାର ସମ୍ପର୍କୀୟ ଦାବି କରିଛନ୍ତି। ଏହାଫଳରେ ଶେଷକୃତ୍ୟ ପରେ ସୁଦ୍ଧିକ୍ରିୟା ପରମ୍ପରା ହୋଇପାରିବ।

ପୁରୀ ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପ୍ରସଙ୍ଗ: ଏବେ ଭାଇରାଲ ଭିଡିଓକୁ ନେଇ ବଢୁଛି ସସପେନ୍ସ

ତେବେ ଅଭିଯୁକ୍ତ ପୋଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କେ.ରମେଶଙ୍କ ସମ୍ପର୍କୀୟ। ସେପଟେ ତାଙ୍କ ବାପା ଓ ମା'ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଛି। ରମେଶଙ୍କ ମା' କହିଛନ୍ତି ମିଡିଆ ଓ ରାଜନେତା ସେମାନଙ୍କ ପରିବାରକୁ ଅଯଥାରେ ହଇରାଣ ନ କରନ୍ତୁ। ସେମାନେ ପୁଅର ସୁଦ୍ଧିକ୍ରିୟା ଭଲରେ କରିବାକୁ ଚାହୁଁଛନ୍ତି। କିନ୍ତୁ ମିଡିଆ ଓ ରାଜନେତା ହଇରାଣ ନ କରନ୍ତୁ। ସେମାନେ କେଉଁଠି ଅଛନ୍ତି ସ୍ଥାନର ନାଁ ପ୍ରକାଶ କରି ନ ଥିଲେ ମଧ୍ୟ ଜଣେ ବନ୍ଧୁ ଘରେ ରହିଥିବା କହିଛନ୍ତି। ତେବେ ଏହି ଭିଡ଼ିଓ ପୋଲିସ ତିଆରି କରି ଭାଇରାଲ କରିଥିବା ଚର୍ଚ୍ଚା ହେଉଛି। ଏବେବି ଏହାକୁ ନେଇ ସସପେନ୍ସ ଲାଗି ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.