ETV Bharat / city

ଗିରଫ ହେଲେ କୁବେର କିରାଣୀ, କୋଟିଏ ଟଙ୍କାର ସମ୍ପତ୍ତି ଠାବ

author img

By

Published : Oct 13, 2022, 10:38 PM IST

ଗିରଫ ହେଲେ କୁବେର କିରାଣୀ, କୋଟିଏ ଟଙ୍କାର ସମ୍ପତ୍ତି ଠାବ
ଗିରଫ ହେଲେ କୁବେର କିରାଣୀ, କୋଟିଏ ଟଙ୍କାର ସମ୍ପତ୍ତି ଠାବ

ଗିରଫ ହେଲେ କୁବେର କିରାଣୀ । କେନ୍ଦୁଝର ବଂଶପାଳ ବ୍ଲକର କୁବେର କିରାଣୀଙ୍କୁ ଗିରଫ କଲା ଭିଜିଲାନ୍ସ । କୋଟିଏ ଟଙ୍କାର ସମ୍ପତ୍ତି ଠାବ । ଅଧିକ ପଢନ୍ତୁ

କଟକ: ଗିରଫ ହେଲେ କୁବେର କିରାଣୀ । କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକରେ BEO ର କିରାଣୀ ଗଙ୍ଗାଧର ସାହୁ (Clerk Gangadhar Sahu arrested)। ଗଙ୍ଗାଧରଙ୍କ ଠାରୁ ମୋଟ ୨୦୯ ପ୍ରତିଶତ ଆୟ ବହିର୍ଭୁତ ସମ୍ପତି ଠାବ ହୋଇଥିବା ଜଣାପଡିଛି । ଭିଜିଲାନ୍ସ ଟିମ କିରାଣୀ ଗଙ୍ଗାଧର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

  • Today , Sri Gangadhar Sahoo, Junior Clerk, Office of BEO, Banspal, Keonjhar has been arrested by #Odisha #Vigilance for possession of assets disproportionate to the tune of 209% of known sources of income. He has been forwarded to the Court & remanded to jail custody.

    — Odisha Vigilance (@OdishaVigilance) October 13, 2022 " class="align-text-top noRightClick twitterSection" data=" ">

ଗଙ୍ଗାଧରଙ୍କର କୋଟିଏ ଟଙ୍କାରୁ ଊର୍ଦ୍ଧ ସମ୍ପତି ଠାବ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିଥିଲା ଭିଜିଲାନ୍ସ (Vigilance raid) । ଗତକାଲି କେନ୍ଦୁଝର ଜିଲ୍ଲାର ୫ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ରେଡରେ ସାମିଲ ଥିଲେ ୩ ଜଣ DSP, ୫ ଜଣ ଇନିସ୍ପେକ୍ଟର ଓ ୩ ଜଣ ASI । ବଂଶପାଳରେ ଥିବା ଗଙ୍ଗାଧରଙ୍କ ସରକାରୀ ବାସଭବନ ଓ କେନ୍ଦୁଝର ତେଲକୋଇଠାରେ ଥିବା ପୈତୃକ ସମ୍ପତ୍ତି ଉପରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

ଏହା ବି ପଢନ୍ତୁ: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା: ସୂଚୀସ୍ମିତାଙ୍କ ଘରକୁ ସିଲ୍ କଲା ଭିଜିଲାନ୍ସ

ଏ ନେଇ ଭିଜିଲାନ୍ସ ଅଧିକାରୀ କହିଛନ୍ତି, " ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରାଯାଇନାହିଁ । ତଦନ୍ତ ଚାଲିଛି । ତଦନ୍ତ ଶେଷ ହେବା ପରେ ଏ ନେଇ ସୂଚନା ଦିଆଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.