ETV Bharat / state

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା: ସୂଚୀସ୍ମିତାଙ୍କ ଘରକୁ ସିଲ୍ କଲା ଭିଜିଲାନ୍ସ

author img

By

Published : Oct 13, 2022, 8:46 PM IST

Updated : Oct 13, 2022, 10:59 PM IST

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା । ସୂଚୀସ୍ମିତାଙ୍କ ଘରକୁ ସିଲ୍ କଲା ଭିଜିଲାନ୍ସ । ବୁଧବାର କାର୍ଯ୍ୟରତ ବିଇଓ ଠାକୁର ଚନ୍ଦ୍ର ସାହୁ, ବିଆରସି ଜୟକୁମାର ମାଝୀଙ୍କୁ ଜେରା କରିଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ସୂଚୀସ୍ମିତାଙ୍କ ଘରକୁ ସିଲ୍ କଲା ଭିଜିଲାନ୍ସ
ସୂଚୀସ୍ମିତାଙ୍କ ଘରକୁ ସିଲ୍ କଲା ଭିଜିଲାନ୍ସ

ଭବାନୀପାଟଣା: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା । ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଫେରାର ଥିବା ବେଳେ ତାଙ୍କ ୪ମହଲା ବିଶିଷ୍ଟ ଘରକୁ ସିଲ୍ କଲା ଭିଜିଲାନ୍ସ ବିଭାଗ । ଭବାନୀପାଟଣା ସହରର ଇରିଗେସନ କଲୋନୀର ୧୫ ନମ୍ବର ଲେନରେ ଥିବା କୋଠାକୁ ଭିଜିଲାନ୍ସ ବିଭାଗ ଦ୍ବାରା ସିଲ କରାଯାଇଥିବା ଜଣାପଡିଛି । ସେପଟେ ବର୍ତ୍ତମାନ ସୁଦ୍ଧା ସୂଚୀସ୍ମିତାଙ୍କ କୌଣସି ପତ୍ତା ମିଳିନାହିଁ । ତାଙ୍କୁ ଗିରଫ କରିବା ପରେ ପୁଣି ତଦନ୍ତ କରାଯିବ ବୋଲି ଶିକ୍ଷା ବିଭାଗ ସୂଚନା ଦେଇଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ ।

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା

ସେପଟେ ଜଣେ ମାଜିଷ୍ଟ୍ରେଟ ଓ ଭିଜିଲାନ୍ସ ବିଭାଗ ସମେତ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ସୂଚୀସ୍ମିତାଙ୍କ ଚାମ୍ବରରେ ଥିବା ଦୁଇଟି ଆଲମିରାକୁ ଖୋଲିଥିଲା ଶିକ୍ଷା ବିଭାଗ । ଆଲମିରାରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ପ୍ରତ୍ୟେକଟି ଦସ୍ତାବିଜକୁ ଶିକ୍ଷା ବିଭାଗ ଦ୍ବାରା ଯାଞ୍ଚ କରାଯାଉଛି । ସେପଟେ ଆଲମିରାରେ ଅନେକ ବ୍ୟାଙ୍କ ସମ୍ପର୍କିତ କାଗଜପତ୍ର ରହିଥିବା ବେଳେ ବିଭିନ୍ନ ସମୟରେ ସରକାରୀ ଆକାଉଣ୍ଟରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରିଥିବାର କାଗଜପତ୍ର ମଧ୍ୟ ଆଲମିରାରୁ ମିଳିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ଶିକ୍ଷକଙ୍କ ଦରମାରେ ଜାଲିଆତି, ଖୋଲାଗଲା ସୂଚୀସ୍ମିତାଙ୍କ ଆଲମିରା

ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆରଙ୍କ ବିରୋଧରେ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗର ୪ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ସୂଚୀସ୍ମିତାକୁ ଧରିବାରେ ବିଫଳ ରହିଛି । ଯାହାକୁ ନେଇ ଏବେ ଅନିଶ୍ଚିତତା ମଧ୍ୟରେ ୧୭୧ ଜଣ ଏକ୍ସ କେଡ଼ର ଶିକ୍ଷକ । ସୂଚୀସ୍ମିତା ଗିରଫ ହେଲେ ହିଁ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ, ମହିଳା ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ

ମିଳିଥିବା ସୂଚନା ଅନୁଯାୟୀ ଭବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହେବାରୁ ଶିକ୍ଷକ ମାନେ ଯାଇ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ତ ହୋଇଥିଲେ । ସେଠାରେ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିବା ପରେ ଦରମା ପ୍ରଦାନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା କହିବା ପରେ ଶିକ୍ଷକ ମାନେ ବ୍ୟାଙ୍କକୁ ଯାଇ ସେଠାରେ ଦରମାର ଯାଞ୍ଚ କରିଥିଲେ । ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇନଥିବା ନେଇ ବ୍ୟାଙ୍କ ସୂତ୍ରରୁ ଜଣାପଡିଥିଲା । ଏହି ଘଟଣାକୁ ନେଇ ନିଜପଟୁ ମାମଲା ରୁଜ୍ଜୁ କରିଥିଲେ ଅବସର ପ୍ରାପ୍ତ ତତ୍କାଳୀନ ବିଇଓ ଜଗନ୍ନାଥ ପୁରୋହିତ । ଭିଜିଲାନ୍ସ ବିଭାଗ ବୁଧବାର କାର୍ଯ୍ୟରତ ବିଇଓ ଠାକୁର ଚନ୍ଦ୍ର ସାହୁ, ବିଆରସି ଜୟକୁମାର ମାଝୀଙ୍କୁ ଜେରା କରିଥିଲା ।

କଳାହାଣ୍ଡି, ଇଟିଭି ଭାରତ

Last Updated :Oct 13, 2022, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.