ETV Bharat / city

କଟକରେ ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଚିହ୍ନଟ

author img

By

Published : Sep 24, 2022, 1:59 PM IST

କଟକରେ ନକଲି ଔଷଧ କାରବାର ମାମଲା
କଟକରେ ନକଲି ଔଷଧ କାରବାର ମାମଲା

କଟକ କମିଶନରେଟ ପୋଲିସ ଟିମକୁ ସଫଳତା । ନକଲି ଔଷଧ କାରବାର ମାମଲାରେ ଚିହ୍ନଟ ହେଲେ ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀ । ଅଧିକ ପଢନ୍ତୁ

କଟକ: ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିଶନରେଟ ପୋଲିସ ଟିମକୁ ସଫଳତା । ଚିହ୍ନଟ ହେଲେ ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀ । ଏନେଇ ଶନିବାର ସୂଚନା ଦେଇଛନ୍ତି କଟକ ଡିସିପି । ଉତ୍ପାଦନ କେଉଁଠାରେ ହୋଇଥଲା ତାର ଯାଞ୍ଚ କରୁଛି କମିଶନରେଟ ପୋଲିସ ।

କଟକରେ ନକଲି ଔଷଧ କାରବାର ମାମଲା

ଏନେଇ କଟକ ଡିସିପି(Cuttack DCP) ପିନାକ ମିଶ୍ର କହିଛନ୍ତି ଯେ, "ନକଲି ଔଷଧ କାରବାର ମାମଲାରେ ତଦନ୍ତ ଚାଲିଛି । ଆମ ଅଫିସର ସେଠାରେ ଅଛନ୍ତି । ଏବେ ମଧ୍ୟ ତଦନ୍ତ ଜାରି ରହିଛି । ଗୟା ପୋଲିସ ସହ ମିଶି ବିଭିନ୍ନ ସ୍ଥାନରେ ରେଡ କରାଯିବା ସହ ପଚରାଉଚରା କରାଯାଉଛି । ଏହି ଘଟଣାରେ ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁଠାରୁ ମେଡିସିନ ଆସିଥିଲା ଆମେ ସେଠାରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛୁ । ବର୍ତ୍ତମାନ ତଦନ୍ତ ଜାରି ରହିଛି ।"

ଏହା ମଧ୍ୟ ପଢନ୍ତୁ: କଟକରୁ ପୁଣି ଲକ୍ଷାଧିକ ଟଙ୍କାର ନକଲି ଔଷଧ ଜବତ

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ (ସୋମବାର) କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା । ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜରି ରହିବ ବୋଲି କହିଥିଲେ କଟକ ଡିସିପି (duplicate medicine link in Cuttack ) ।

ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ (duplicate medicine seized in Cuttack) । ଏହି ମାମଲାର ତଦନ୍ତ କରି ମୁଖ୍ୟ କାର୍ପେଟଦାରକୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଗତ 21 ତାରିଖ ଦିନ ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପୋଲିସ ଟିମ ରାଜ୍ୟ ବାହାରକୁ ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.