କଟକରୁ ପୁଣି ଲକ୍ଷାଧିକ ଟଙ୍କାର ନକଲି ଔଷଧ ଜବତ

author img

By

Published : Sep 19, 2022, 5:04 PM IST

Updated : Sep 19, 2022, 5:10 PM IST

କଟକରୁ ପୁଣି ଲକ୍ଷାଧିକ ଟଙ୍କାର ନକଲି ଔଷଧ ଠାବ

କଟକ ନକଲି ଔଷଧ (Duplicate Medicine) ଧରପଗଡ଼ ମାମଲାରେ ପୁଣି ଠାବ ହେଲା ଲକ୍ଷାଧିକ ଟଙ୍କାର ବିଷାକ୍ତ ଔଷଧ ।କଳା ତାଲିକା ଭୁକ୍ତ ଭି.ଆର ଏଜେନସିର ପ୍ରାୟ 15 ଶହ ଷ୍ଟ୍ରିପ ଔଷଧକୁ ପୋଲିସ ଜବତ କରିଛି । କଟକ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ( Drug control Administration raid) ଜବତ କରିଛନ୍ତି । ଅଧିକ ପଢନ୍ତୁ

କଟକ: ପୁଣି ନକଲି ଔଷଧ (Duplicate Medicine) ଜବତ । ଠାବ ହେଲା ଲକ୍ଷାଧିକ ଟଙ୍କାର ବିଷାକ୍ତ ଔଷଧ । କଟକ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ( Drug control Administration raid) ମିଳିତ ଟିମ କଳା ତାଲିକା ଭୁକ୍ତ ଭି. ଆର୍ ଏଜେନ୍ସିର ପ୍ରାୟ 15ସହ ଷ୍ଟ୍ରିପ ଔଷଧକୁ ଜବତ କରିଛି । ଜବତ ସମସ୍ତ ଔଷଧ ପୂର୍ବରୁ ଜବତ ହୋଇଥିବା ଟେଲମା ବ୍ରାଣ୍ଡର ଏବଂ କଟକ ମହତାବ ରୋଡ଼ ଠାରେ ଥିବା ଏକ ଟ୍ରାନ୍ସପୋର୍ଟରୁ ଏହି ଔଷଧ ଗୁଡିକୁ ସିଜ କରାଯାଇଛି ।

କଟକରୁ ପୁଣି ଲକ୍ଷାଧିକ ଟଙ୍କାର ନକଲି ଔଷଧ ଠାବ

ସୂଚନା ଅନୁଯାୟୀ, କଲିକତାର ଏକ ସଂସ୍ଥା ପ୍ରାୟ 3ଲକ୍ଷ ଟଙ୍କା ମୂଲ୍ୟର ବିଷାକ୍ତ ଔଷଧ ଭି. ଆର ଏଜେନ୍ସିକୁ କୋରିଅର କରିଥିଲା । ଏନେଇ ଗତ 10 ତାରିଖ ଦିନ ଏହି ଔଷଧ କଲିକତାରୁ ଆସି କଟକରେ ପହଞ୍ଚିଥିଲା । କିନ୍ତୁ ସେହି ଦିନ ଭି.ଆର ଏଜେନ୍ସିର ମାଲିକ ଗିରଫ ହୋଇଥିଲେ । ଫଳ ସ୍ବରୂପ ଟ୍ରାନ୍ସପୋର୍ଟ ଯୋଗେ ଆସିଥିବା ଏହି ନକଲି ଔଷଧ ରିସିଭ ନ ହୋଇ ଟ୍ରାନ୍ସପୋର୍ଟରେ ହିଁ ରହି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ନକଲି ଔଷଧ ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି : କଟକ ଡିସିପି

ତେବେ ତଦନ୍ତ ସମୟରେ ଗଚ୍ଛିତ ଥିବା ଏହି ଔଷଧ ବାବଦରେ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗକୁ ସୂଚନା ମିଳିଥିଲା । ତେବେ ଏହି ଭଳି ଅନେକ ଟ୍ରାନ୍ସପୋର୍ଟରେ ଭି.ଆର ଏଜେନ୍ସିର ଔଷଧ ଗଚ୍ଛିତ ଥିବା ଆଶଙ୍କା ବୃଦ୍ଧି ପାଇଛି । ତେବେ ସେଥିପାଇଁ କଟକରେ ଥିବା 15 ଟି ଟ୍ରାନ୍ସପୋର୍ଟର ଷ୍ଟକ ଯାଞ୍ଚ କରାଯିବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ନକଲି ଔଷଧ ମାମଲା, ଦୁଇ ଅଭିଯୁକ୍ତ ଗିରଫ

ସୂଚନା ଥାଉକି, " କିଛି ଦିନ ପୂର୍ବେ ଏହି ନକଲି ଔଷଧ କାରବାର ଘଟଣାକୁ ଗୁରୁତର ସହ ନେଇଥିଲା କମିଶନରେଟ ପୋଲିସ । ଜବତ ଔଷଧ ଗୁଡିକ ନକଲି ଥିବା ସହିତ ବିଷାକ୍ତ ବୋଲି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ରିପୋର୍ଟ ଦେବା ପରେ ତଦନ୍ତକୁ ଆହୁରି ଗଭୀର କରିଥିଲା ପୋଲିସ । ସେହି ତଥ୍ୟକୁ ଆଧାର କରି ତଦନ୍ତ କରାଯିବା ଏବଂ ଗିରଫ ଦୁଇ ଷ୍ଟକିଷ୍ଟଙ୍କ ଠାରୁ ଔଷଧ କିଣିଥିବା ଅସାଧୁ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ଏନେଇ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଆକାଉଣ୍ଟରୁ 12 ଲକ୍ଷ ଟଙ୍କା ଫ୍ରିଜ କରିଥିଲା ପୋଲିସ । ନକଲି ଔଷଧ କାରବାର ଅଭିଯୋଗ ପରେ ତତ୍ପର ଡ୍ରଗ୍ସ ବିଭାଗ । ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଟିମ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ଇଟିଭି ଭାରତ , କଟକ

Last Updated :Sep 19, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.