ETV Bharat / city

ଶକ୍ତି ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ: ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

author img

By

Published : Sep 29, 2021, 6:54 PM IST

କଟକ ଚଣ୍ଡୀ
କଟକ ଚଣ୍ଡୀ

କଟକର ସମସ୍ତ ଶକ୍ତି ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଗତକାଲି ପୀଠ ଗୁଡିକରେ ମା’ ଚଣ୍ଡୀଙ୍କ ସହସ୍ରା କୁମ୍ଭାଭିଷେକ ଜଳ ଲାଗି ହେବା ପରେ ଆଜି କଳସ ସ୍ଥାପନା କରି ଧରାପୃଷ୍ଠକୁ ଆବାହନ କରାଯାଇଛି ଜଗତଜନନୀ ମା' ଦୁର୍ଗାଙ୍କୁ । ଆଜି ଠାରୁ ବିଜୟା ଦଶମୀ ଯାଏଁ ସମସ୍ତ ଶକ୍ତି ପୀଠରେ ୧୬ଟି ବେଶରେ ଦର୍ଶନ ଦେବେ ଜଗତଜନନୀ ମା' ଦୁର୍ଗା । ଅଧିକ ପଢନ୍ତୁ...

କଟକ: କଟକର ସମସ୍ତ ଶକ୍ତି ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଗତକାଲି ପୀଠ ଗୁଡିକରେ ମା’ ଚଣ୍ଡୀଙ୍କ ସହସ୍ରା କୁମ୍ଭାଭିଷେକ ଜଳ ଲାଗି ହେବା ପରେ ଆଜି କଳସ ସ୍ଥାପନା କରି ଧରାପୃଷ୍ଠକୁ ଆବାହନ କରାଯାଇଛି ଜଗତଜନନୀ ମା' ଦୁର୍ଗାଙ୍କୁ । ଆଜି ଠାରୁ ବିଜୟା ଦଶମୀ ଯାଏଁ ସମସ୍ତ ଶକ୍ତି ପୀଠରେ ୧୬ଟି ବେଶରେ ଦର୍ଶନ ଦେବେ ଜଗତଜନନୀ ମା' ଦୁର୍ଗା ।

ଶକ୍ତି ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ; ମାଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ମାଙ୍କର ଷୋଡଶ ଉପଚାର ପୂଜା ପାଇଁ ସଜେଇ ହୋଇଛି କଟକର ସମସ୍ତ ଶକ୍ତି ପୀଠ । ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜେଇ ହେବା ସହ ନୂଆ ରୂପରେ ଝଲସୁଛି ଶକ୍ତିପୀଠ । ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବାରୁ ଶକ୍ତି ପୀଠ ଗୁଡିକରେ ମନ୍ତ୍ର ଉଚ୍ଚାରଣରେ ସୃଷ୍ଟି ହୋଇଛି ଆଧ୍ୟାତ୍ମକି ପରିବେଶ । କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ଓ ମା ଗଡଚଣ୍ଡୀ ମନ୍ଦିର ପରିସରରେ ଚାଲିଛି ସମସ୍ତ ନୀତିକାନ୍ତି ।

ଆଜି ସକାଳୁ ସୂର୍ଯ୍ୟ ପୂଜା, ନବଶକ୍ତି ପୂଜା, ଦ୍ବାରପାଳ ପୂଜା ପରେ ମା’ଙ୍କ ଚଣ୍ଡୀପାଠ ଆରମ୍ଭ ହୋଇଛି । ପ୍ରତିଟି ଦିନରେ ମାଙ୍କ ବେଶର ସ୍ବତନ୍ତ୍ର ମହତ୍ବ ରହିଥାଏ । ପ୍ରତି ବର୍ଷ ଏହି ସମୟରେ ମାଙ୍କ ୧୬ ଦିନାତ୍ମକ ବେଶର ଦର୍ଶନ ପାଇଁ ଚାହିଁ ବସିଥାନ୍ତି ଶ୍ରଦ୍ଧାଳୁମାନେ । କିନ୍ତୁ ଗତବର୍ଷ କୋରୋନା ସଂକ୍ରମଣ ପାଇଁ ମା'ଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ ।

ମାତ୍ର ଚଳିତବର୍ଷ ମନ୍ଦିର ଖୋଲା ରହିଥିବାରୁ ଦୀର୍ଘ ୨ ବର୍ଷ ପରେ ମାଙ୍କ ଶରତକାଳୀନ ବେଶ ଦର୍ଶନର ସୁଯୋଗ ମିଳିଛି ଭକ୍ତଙ୍କୁ । ମାଙ୍କୁ ଦର୍ଶନ ପାଇଁ ଦୀପ ଜାଳି ମୁଣ୍ଡିଆ ମାରି ମନ୍ଦିର ଆଗରେ ଭିଡ ଜମାଇଛନ୍ତି ଭକ୍ତ । ତେବେ ଷୋଡଶ ଉପଚାର ପୂଜାରେ ଆଜି ମା କଟକ ଚଣ୍ଡୀ ସୁନା ବେଶରେ ଓ ମା’ ଗଡଚଣ୍ଡୀ ନିଜସ୍ବ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ମା କଟକ ଚଣ୍ଡୀଙ୍କର ଭୁବନେଶ୍ବରୀ ବେଶ ଓ ମା’ଗଡଚଣ୍ଡୀଙ୍କର ସୁନା ବେଶ ଅନୁଷ୍ଠିତ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.