ETV Bharat / city

ବାରବାଟୀରେ ଟି୨୦ କ୍ରେଜ୍‌, ଗୋଟିଏ ଦିନରେ ଅଫଲାଇନ ଟିକେଟ ଶେଷ

author img

By

Published : Jun 9, 2022, 10:22 PM IST

ବାରବାଟୀରେ ଟି୨୦ କ୍ରେଜ୍‌, ଗୋଟିଏ ଦିନରେ ଅଫଳାଇନ ଟିକେଟ ଶେଷ
ବାରବାଟୀରେ ଟି୨୦ କ୍ରେଜ୍‌, ଗୋଟିଏ ଦିନରେ ଅଫଳାଇନ ଟିକେଟ ଶେଷ

ଗୋଟିଏ ଦିନ ମଧ୍ୟରେ ଶେଷ ହୋଇଗଲା ଅଫଲାଇନ୍‌ ଟିକେଟ । ଜୁନ୍‌ ୯ ଓ ୧୦ ଅଫ୍‌ଲାଇନ୍‌ ଟିକେଟ ବିକ୍ରି କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା । ଅଧିକ ପଢ଼ନ୍ତୁ

କଟକ: ବାରବାଟୀରେ ଟି୨୦ ମୁକାବିଲା ପାଇଁ କ୍ରିକେଟପ୍ରେମୀଙ୍କ କ୍ରେଜ୍‌ ଆକଳନ କରିବା ମୁସ୍କିଲ ହୋଇ ପଡ଼ିଛି । ଏଥିପାଇଁ ଗୋଟିଏ ଦିନ ମଧ୍ୟରେ ଶେଷ ହୋଇଗଲା ଅଫଲାଇନ୍‌ ଟିକେଟ । ଜୁନ୍‌ ୯ ଓ ୧୦ ଅଫ୍‌ଲାଇନ୍‌ ଟିକେଟ ବିକ୍ରି କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା ।

ବାରବାଟୀରେ ଟି୨୦ କ୍ରେଜ୍‌, ଗୋଟିଏ ଦିନରେ ଅଫଳାଇନ ଟିକେଟ ଶେଷ

ତେବେ ଗୋଟିଏ ଦିନରେ ଫ୍ୟାନ୍‌ସ୍‌ ୧୨ ହଜାର ଟିକେଟ କିଣିଛନ୍ତି । ଗୁରୁବାର ଅଫ୍‌ଲାଇନ୍‌ ଟିକେଟ କିଣିବା ପାଇଁ ଷ୍ଟାଡିୟମ କାଉଣ୍ଟର ନିକଟରେ ୪୦ ହଜାର କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ । ଭିଡ଼ ନିୟନ୍ତ୍ରିତ ନହେବାରୁ ଶେଷରେ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା ପୋଲିସ ।

ଗୋଟିଏ ଦିନରେ ସବୁ ଟିକେଟ ବିକ୍ରି ହେବାପରେ କ୍ରିକେଟ ପ୍ରତି ଫ୍ୟାନ୍ସଙ୍କ ଥିବା ଜୋଶ୍‌ ଓ ଉତ୍ସାହକୁ ଇଙ୍ଗିତ କରୁଛି । ଯେଉଁମାନେ ଟିକେଟ କିଣିବାରେ ବିଫଳ ହୋଇଛନ୍ତି ସେମାନେ ଷ୍ଟାଡିଅମ ନିକଟ ପଡ଼ିଆରେ ଥିବା ଫ୍ୟାନ୍ସ କ୍ଳବରେ ମ୍ୟାଚ୍‌ର ମଜା ଉଠାଇପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.