ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ନିମ୍ନ ଅଦାଲତଙ୍କ ଶୁଣାଣି ଉପରେ ରୋକ ଲଗାଇଲେ ହାଇକୋର୍ଟ

author img

By

Published : Sep 7, 2022, 10:09 PM IST

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ନିମ୍ନ ଅଦାଲତଙ୍କ ଶୁଣାଣି ଉପରେ ରୋକ ଲଗାଇଲେ ହାଇକୋର୍ଟ

ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ବସ୍ତି । ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ ନେଇ ନିମ୍ନ ଆଦାଲତଙ୍କ ଶୁଣାଣି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଅଧିକ ପଢ଼ନ୍ତୁ

କଟକ: ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ ନେଇ ନିମ୍ନ ଆଦାଲତଙ୍କ ଶୁଣାଣି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ପାରଳାଖେମୁଣ୍ଡିର ତଳ କୋର୍ଟରେ ମାମଲା ଟ୍ରାଏଲ ହେଉଥିଲା । ତେବେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ ।

ନିମ୍ନ ଅଦାଲତରେ ଏହି ମାମଲାକୁ ନେଇ ଶୁଣାଣି ଉପରେ ମଧ୍ୟବର୍ତ୍ତିକାଳୀନ ପାଇଁ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଆଗାମୀ ଶୁଣାଣି ସେପ୍ଟେମ୍ବର ୨୮ ତାରିଖରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ସମ୍ବେଦନଶୀଳ ମାମଲା ହୋଇଥିବାକୁ ଏହି ମାମଲା କ୍ରାଇମ୍‌ ବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମ ବ୍ରାଞ୍ଚ ବିଦ୍ୟା ଭାରତୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା ।

ବର୍ତ୍ତମାନ ବିଦ୍ୟାଭାରତୀରେ ମୟୂରଭଞ୍ଜ ଜିଲ୍ଲା କପ୍ତିକଦାରେ ନିଜ ପରିବାର ସହ ରହୁଛନ୍ତି । ବେତନଟି ପଶୁ ଚିକିତ୍ସାଳୟରେ ଲାଇଭ୍‌ ଷ୍ଟକ୍‌ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ବିଦ୍ୟାଭାରତୀ । ପାରଳାଖେମୁଣ୍ଡି କୋର୍ଟରେ ତାଙ୍କ ବିରୋଧରେ ମାମଲାର ଟ୍ରାଏଲ୍‌ ହେଉଥିବାରୁ ତାଙ୍କୁ ପ୍ରାୟ ୫୦୦ରୁ ଅଧିକ କିମି ଯାତ୍ରା କରିବାକୁ ପଡ଼ୁଛି ବୋଲି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ବିଦ୍ୟାଭାରତୀ । ସେ ବ୍ୟକ୍ତିଗତ ଭାବରେ ହାଜର ନହେବା ନେଇ ହାଇକୋର୍ଟଙ୍କ ନିବେଦନ କରିଥିଲେ ।

ପୂର୍ବରୁ ଏହି ଆବେଦନକୁ ପାରଳାଖେମୁଣ୍ଡି କୋର୍ଟ ଅଗ୍ରାହ୍ୟ କରିଥିଲେ । ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଗତ ୨୦୨୧ ଜୁଲାଇ ୧୨ ତାରିଖରେ ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ଦେହରେ ସନ୍ଦେହଜନକ ଅବସ୍ଥାରେ ନିଆଁ ଲାଗିଥିଲା । ୧୩ ତାରିଖ ସକାଳେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରକାଶ ପାଇଥିଲା । ଏହି ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ଓ ରୋଷେଇଆଙ୍କୁ ଅଭିଯୁକ୍ତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.