ETV Bharat / city

ବାରବାଟୀ ମ୍ୟାଚ୍ ମାମଲା ଖାରଜ: କୁଚକ୍ରୀ ଗୋଷ୍ଠୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ କହିଲେ OCA ସମ୍ପାଦକ

author img

By

Published : Jun 7, 2022, 3:20 PM IST

ବାରବାଟୀ ମ୍ୟାଚ ମାମଲା ଖାରଜ: କୁଚକ୍ରି ଗୋଷ୍ଠୀଙ୍କ ଭଗବାନ ସଦବୁଦ୍ଧି ଦିଅନ୍ତୁ
ବାରବାଟୀ ମ୍ୟାଚ ମାମଲା ଖାରଜ: କୁଚକ୍ରି ଗୋଷ୍ଠୀଙ୍କ ଭଗବାନ ସଦବୁଦ୍ଧି ଦିଅନ୍ତୁ

ବାରବାଟୀରେ କ୍ରିକେଟ ମ୍ୟାଚ ସମ୍ପର୍କିତ ମାମଲା ଖାରଜ ନେଇ ପ୍ରତିକ୍ରିୟା ରଖିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଜାଣନ୍ତୁ କ'ଣ କହିଲେ

କଟକ: ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ସମ୍ପର୍କିତ ମାମଲା ଖାରଜ ହୋଇଛି । ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସେ କହିଛନ୍ତି, ''କିଛି କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏହା ଜନସ୍ବାର୍ଥ ମାମଲା ନଥିଲା ବରଂ ବ୍ୟକ୍ତିଗତ ସ୍ବାର୍ଥ ସମ୍ପର୍କିତ ମାମଲା ଥିଲା । ଯେଉଁ କାରଣରୁ ହାଇକୋର୍ଟ ସେମାନଙ୍କ ମାମଲାକୁ ଖାରଜ କରିଦେଇଛନ୍ତି ।''

ବାରବାଟୀ ମ୍ୟାଚ ମାମଲା ଖାରଜ: କୁଚକ୍ରି ଗୋଷ୍ଠୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ

ଓସିଏ ସମ୍ପାଦକ ଆହୁରିମଧ୍ୟ କହିଛନ୍ତି ଯେ, ''ବାରବାଟୀରେ ପୂର୍ବରୁ ଅନେକ ମ୍ୟାଚ ସଫଳ ଭାବରେ ଆୟୋଜନ ହୋଇଛି । ଅଗ୍ନି ନିରାପତ୍ତା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ଫଳରେ କୋର୍ଟ ଆମ ସପକ୍ଷରେ ରାୟ ପ୍ରଦାନ କରିଥିବା ସମ୍ପାଦକ କହିଛନ୍ତି । ତେବେ କିଛି କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ଏପରି ମାମଲା ଦାୟର କରିଥିଲେ । ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସମ୍ପାଦକ କହିଛନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.