ETV Bharat / city

CMC ଡେପୁଟି ମେୟରଙ୍କୁ IDCOର ଉଚ୍ଛେଦ ନୋଟିସ

author img

By

Published : May 3, 2022, 11:39 AM IST

Updated : May 3, 2022, 12:01 PM IST

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘର ଭାଙ୍ଗିବାକୁ IDCOର ନୋଟିସ । ଜଗତପୁର ଅଞ୍ଚଳରେ ଏକ ଡ୍ରେନ୍‌ ତିଆରି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ଇଡକୋ । ଏ ନେଇ ଦମୟନ୍ତୀଙ୍କ ବସ୍ତି ଘର ଆସୁଥିବାରୁ ଘର ଖାଲି କରିବାକୁ ଜାରି କରାଯାଇଛି ନୋଟିସ । ଅଧିକ ପଢନ୍ତୁ

CMC ଡେପୁଟି ମେୟରଙ୍କୁ IDCOର ଉଚ୍ଛେଦ ନୋଟିସ
CMC ଡେପୁଟି ମେୟରଙ୍କୁ IDCOର ଉଚ୍ଛେଦ ନୋଟିସ

କଟକ: ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ IDCOର ଉଚ୍ଛେଦ ନୋଟିସ । ଜଗତପୁର ଅଞ୍ଚଳରେ ଏକ ଡ୍ରେନ୍‌ ତିଆରି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ଇଡକୋ । ଏ ନେଇ ଦମୟନ୍ତୀଙ୍କ ବସ୍ତି ଘର ଆସୁ ଥିବାରୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଛି । ଏନେଇ ଡେ଼ପୁଟି ମେୟର ଦମୟନ୍ତୀ ପତିକ୍ରିୟା ଦେବାକୁ ମନା କରିଛନ୍ତି ।

CMC ଡେପୁଟି ମେୟରଙ୍କୁ IDCOର ଉଚ୍ଛେଦ ନୋଟିସ

୭ ଦିନ ମଧ୍ୟରେ ଜଗା ଖାଲି କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ମେ ୧୦ ତାରିଖରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ ଉଚ୍ଛେଦ କରିବ। ଜଗତପୁର ଶିଳ୍ପାଞ୍ଚଳରେ ଥିବା ସିଏମ୍‌ସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ବସ୍ତି ଘର । ବସ୍ତି ଅଞ୍ଚଳଟି ଇଡକୋ ଜାଗାରେ ଥିବାରୁ ସମସ୍ତଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି ହୋଇଛି ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାଷ ସିଂ । ଇଡ଼କୋ CMCକୁ ନ ଜଣାଇ ନୋଟିସ ଜାରି ରହିଛି । CMCଙ୍କ ବିନା ଅନୁମତିରେ ବସ୍ତି ଉଛେଦ ହୋଇ ପାରିବ ନାହିଁ ବୋଲି କହିଛନ୍ତି ମେୟର ସୁବାସ ସିଂ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 3, 2022, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.