ଜଷ୍ଟିସ ଯଶୱନ୍ତ ସିଂହ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

author img

By

Published : Sep 30, 2022, 11:59 AM IST

Updated : Sep 30, 2022, 12:47 PM IST

SC Collegium Recommends Elevation of Justices Jaswant Singh

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ଜଷ୍ଟିସ ଏସ.ମୁରଲିଧରନଙ୍କ ବଦଳି ପରେ ଜଶୱନ୍ତ ସିଂଙ୍କୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ଅଧିକ ପଢ଼ନ୍ତୁ

କଟକ: ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯଶୱନ୍ତ ସିଂହଙ୍କୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ୧୯୬୧ ମସିହା ଫେବୃଆରୀ ୨୩ ତାରିଖରେ ରୋହତକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ଯଶୱନ୍ତ ସିଂ। ସେହିପରି ଜଷ୍ଟିସ ପି. ବି. ବରାଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅଲ୍ଲି ମୋହମ୍ମଦ ମାଗରେଙ୍କ ନାମ ସୁପାରିଶ ହୋଇଛି।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲିଧରନଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ତାଙ୍କ ସ୍ଥାନରେ ଜଷ୍ଟିସ ଯଶୱନ୍ତ ସିଂହ ଆସିବେ । ୨୦୨୧ ଜାନୁଆରୀ ୪ ତାରିଖରେ ଜଷ୍ଟିସ୍‌ ଏସ୍‌ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଜଷ୍ଟିସ୍‌ ଏସ.ମୁରଲିଧରନ ୧୯୮୪ ମସିହା ସେପ୍ଟେମ୍ବର ମାସରେ ଚେନ୍ନାଇରୁ ଓକିଲାତି ଆରମ୍ଭ କରିଥିଲେ । ତିନି ବର୍ଷପରେ ସେ ଦିଲ୍ଲୀକୁ ଆସି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି ଅଭ୍ୟାସ ଜାରି ରଖିଥିଲେ । ଜଷ୍ଟିସ୍‌ ଏସ.ମୁରଲିଧରନ ପ୍ରଥମେ ୨୦୦୬ରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହାପରେ ସେ ୨୦୦୬ ମେ’ ମାସରେ ପଞ୍ଜାବ ହରିୟାଣାକୁ ବଦଳି ହୋଇଥିଲେ । ଏହାପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି, ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ

ସୁପ୍ରିମକୋର୍ଟ କଲେଜିୟମରେ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ସଞ୍ଜୟ କିଶାନ କୌଲ ରହିଛନ୍ତି । ବୁଧବାର ହାଇକୋର୍ଟର ବିଚାରପତିଙ୍କ ସ୍ଥାନାନ୍ତର ନେଇ କଲେଜିୟମରେ ଆଲୋଚନା ହୋଇଥିଲେ । ପରେ ଏହି ସୁପାରିଶ କରିଛନ୍ତି କଲେଜିୟମ ।

ଇଟିଭି ଭାରତ, କଟକ

Last Updated :Sep 30, 2022, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.