ETV Bharat / city

ଗ୍ରୀଡକୋକୁ ଦୈନିକ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବ ଜିନ୍ଦଲ

author img

By

Published : May 3, 2022, 2:19 PM IST

ଗ୍ରୀଡକୋକୁ ଦୈନିକ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବ ଜିନ୍ଦଲ
ଗ୍ରୀଡକୋକୁ ଦୈନିକ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବ ଜିନ୍ଦଲ

ଗ୍ରୀଡକୋକୁ ପ୍ରତିଦିନ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବ ଜିନ୍ଦଲ । ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ଗ୍ରୀଡକୋ(GRIDCO)କୁ ପ୍ରତିଦିନ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବ ଜିନ୍ଦଲ । ୟୁନିଟ ପିଛା ୩ ଟଙ୍କା ୩୬ ପଇସା ଦରରେ ଜିନ୍ଦଲ ଇଣ୍ଡିଆ ଥର୍ମାଲ ଲିମିଟେଡ୍ ପ୍ରତିଦିନ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜିନ୍ଦଲ ଏହାର ପ୍ରତିଶ୍ରୁତି ମୁତାବକ, ମେ ୬ ତାରିଖ ସୁଦ୍ଧା ୧୦୦ ମୋଗାୱାଟ ବିଦ୍ୟୁତ ଯୋଗାଇବ । ମେ ୧୩ ସୁଦ୍ଧା ବିଦ୍ୟୁତ ଯୋଗାଣ ୧୨୦ ମେଗାୱାଟ ହେବ ବୋଲି ହାଇକୋର୍ଟ କହିଛନ୍ତି ।

ଜିନ୍ଦଲ ବିଲ୍ ଦାଖଲର ଏକ ସପ୍ତାହ ଭିତରେ ଗ୍ରୀଡକୋ ଏ ବାବଦ ଅର୍ଥ ପ୍ରଦାନ କରିବ । ଏଭଳି ବ୍ୟବସ୍ଥା ଜୁଲାଇ ଶେଷ ପର୍ଯ୍ୟନ୍ତ ଏ ସଂପର୍କିତ ରିଟ୍ ପିଟିସନର ରାୟ ପ୍ରକାଶ ପର୍ଯ୍ୟନ୍ତ ଜାରି ରହିବ । ଏଭଳି ଅନ୍ତରୀଣ ବ୍ୟବସ୍ଥା ବଳବତ୍ତର ରଖିବା ପାଇଁ ଗ୍ରୀଡକୋ ପରବର୍ତ୍ତୀ ଶୁଣାଣି ସମୟରେ ମଧ୍ୟ ଆବେଦନ କରିପାରିବ । କିନ୍ତୁ ସେତେବେଳେ ସ୍ଥିତି ଦେଖି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି ।

ରାଜ୍ୟରେ ବିଦ୍ୟୁତ ସଂକଟକୁ ଦୃଷ୍ଟିରେ ରଖି ଏହି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ ପୂର୍ବରୁ ଜିନ୍ଦଲ ୬୫ ମେଗାୱାଟ ବିଦ୍ୟୁତ ଗ୍ରୀଡକୋକୁ ଯୋଗାଣ ଆରମ୍ଭ କରିସାରିଛି । ସେହିପରି ୧୨୦ ମେଗାୱାଟକୁ ବୃଦ୍ଧି ପ୍ରସଙ୍ଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି । ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗ୍ରୀଡକୋର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦କୁ ଧାର୍ଯ୍ୟ କରାଯାଇଛି । ଏଥିସହିତ ଏହି ମାମଲାରେ ଜିନ୍ଦଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅଙ୍କୁଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.