ETV Bharat / city

Prakruti Babusan Controversy: ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Sep 13, 2022, 10:04 PM IST

ବାବୁଶାନ୍‌ ମହାନ୍ତିଙ୍କ ପତ୍ନୀ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଶୁଣାଣି କରିଛନ୍ତି ହାଇକୋର୍ଟ । ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି (Prakruti Babusan controversy)। ଅଧିକ ପଢ଼ନ୍ତୁ

Prakruti Babusan Controversy: ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ
Prakruti Babusan Controversy: ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ଓଡ଼ିଆ ଷ୍ଟାର୍‌ ବାବୁଶାନ୍‌ ମହାନ୍ତିଙ୍କ ପତ୍ନୀ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଶୁଣାଣି କରିଛନ୍ତି ହାଇକୋର୍ଟ (prakruti babusan controversy)। ଏହି ମାମଲାରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ପୋଲିସର ନଷ୍କ୍ରିୟତାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ପ୍ରକୃତି ମିଶ୍ର ।

ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହାକୁ ନେଇ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, "ପ୍ରକୃତି ଦାଖଲ କରିଥିବା ମାମଲାକୁ ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ମାମଲାର ବିଭିନ୍ନ ଦଫାକୁ ପୋଲିସ୍‌ ଉଦ୍ଦେଶ୍ୟମୂଳକ ଭାବରେ ଲଗାଇନଥିବା ଆମେ କୋର୍ଟଙ୍କୁ କହିଥିଲୁ । ଏହି ମାମଲାରେ ସବିଶେଷ ତଥ୍ୟ ଦେବାକୁ ଭୁବନେଶ୍ବର ଡିସିପି । ସଠିକ ତଦନ୍ତ ପାଇଁ ଜଣେ ନିରପେକ୍ଷ ତଦନ୍ତ ହାତକୁ ଏହି ମମଲା ଦିଆଯାଉ ବୋଲି କହିଛୁ ।"

ଏହା ବି ପଢ଼ନ୍ତୁ 5 କୋଟିର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର

ସେପ୍ଟେମ୍ବର ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ଜୁଲାଇ ୨୩ ତାରିଖରେ ବାବୁଶାନଙ୍କ ପତ୍ନୀ ଓ ପ୍ରକୃତି ମିଶ୍ରଙ୍କ କଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ ଚେନ୍ନାଇ ଯାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଗାଡି ଅଟକାଇ ନିଜ ସ୍ବାମୀଙ୍କୁ ମାଡ଼ ମାରିଥିଲେ । ଏହାସହ ପ୍ରକୃତିଙ୍କ ଦୁର୍ବବ୍ୟବାହର କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ବେଶ କିଛି ଦିନ ଧରି ଏହି ଘଟଣା ରାଜ୍ୟରେ ଚର୍ଚ୍ଚାରେ ରହିଥିଲା । ଘଟଣାକୁ ନେଇ ପ୍ରଥମେ ପ୍ରକୃତିକଙ୍କ ବାପା ଥାନାରେ ଏତଲା ଦେଇଥିଲେ । ପରେ କାଉଣ୍ଟର ଏତଲା ଦେଇଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ।

ଖାରବେଳ ନଗର ଥାନାରେ ପ୍ରକୃତି ଏତଲା ଦାଖଲ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ସେ ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଏହି ଘଟଣାର ଯାଞ୍ଚ କରୁ ବୋଲି ହାଇକୋର୍ଟରେ ଆବେଦନ କରିଛନ୍ତି । ପ୍ରକୃତି ଦାଖଲ କରିଥିବା ମାମଲାରେ ଖାରବେଳ ନଗର ଥାନା IIC, ଭୁବନେଶ୍ବର DCP, DGP, ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଏହାପୂର୍ବରୁ ଭୁବନେଶ୍ବର କୋର୍ଟରେ ମାନହାନୀ ମକଦ୍ଦମା କରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର (Prakruti Mishra filed a defamation case )। ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ (Babushan wife Trupti Satpathy ) ତୃପ୍ତି ଓ ତାଙ୍କ ଶ୍ବଶୁର ଲଳିତ ଶତପଥୀଙ୍କ ନାଁମରେ ମାମଲା ଦାଖଲ କରିଥିଲେ ପ୍ରକୃତି । ଉଭୟଙ୍କ ବିରୋଧରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରିଥିଲେ । ଏହି ମାମଲାରେ ସୋସିଆଲ ମିଡିଆ ୟୁଟ୍ୟୁବ୍‌କୁ ପକ୍ଷଭୁକ୍ତ କରାଯାଇଥିଲା ।

ୟୁଟ୍ୟୁବ୍‌ରେ ପ୍ରକୃତି ମିଶ୍ରଙ୍କୁ ମାଡ଼ ଓ ଧସ୍ତାଧସ୍ତି ଭିଡିଓ ସହ ଅନେକ ଅପମାନଜନକ ଭିଡିଓ ଥିବାରୁ ଏହାକୁ ପକ୍ଷଭୁକ୍ତ କରାଯାଇଛି । ଦାଖଲ ହୋଇଥିବା ମାମଲାରେ ପ୍ରକୃତିଙ୍କୁ ନେଇ ଅପ୍‌ଲୋଡ ହୋଇଥିବା ସମସ୍ତ ଭିଡିଓ ୟୁଟ୍ୟୁବ୍‌ରୁ ହଟାଇବାକୁ କୁହାଯାଇଛି । ପୂରା ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.