ETV Bharat / city

ନକଲି କୋରୋନା ଔଷଧ: ବ୍ୟବସାୟ ଓ ଡି ବ୍ରଦର୍ସଙ୍କ ମଧ୍ୟରେ ରହିଥିଲା ଘନିଷ୍ଠ ସମ୍ପର୍କ !

author img

By

Published : Jun 14, 2021, 9:08 PM IST

dbrothers link with duplicate medicine in cuttack
ନକଲି କୋରୋନା ଔଷଧ ଜବତ ଘଟଣା,ଔଷଧ ବ୍ୟବସାୟ ଓ ଡି ବ୍ରଦର୍ସଙ୍କ ମଧ୍ୟରେ ରହିଥିଲା ଘନିଷ୍ଠ ସମ୍ପର୍କ !

ନକଲି ଔଷଧର ଚେର କଟକରୁ ସମଗ୍ର ରାଜ୍ୟ ଏପରିକି ବିଭିନ୍ନ ରାଜ୍ୟକୁ ବ୍ୟାପି ଥିବା ବେଳେ ଏହାର ଖିଅ ସନ୍ଧାନରେ ଲାଗିଛି ଡ୍ରଗ କଣ୍ଟୋଲ ବିଭାଗ । ସେପଟେ ଔଷଧ ବ୍ୟବସାୟ ଓ ଡି ବ୍ରଦର୍ସଙ୍କ ମଧ୍ୟରେ ରହିଥିଲା ଘନିଷ୍ଠ ସମ୍ପର୍କ ସାମନାକୁ ଆସିଛି । ତାର ଖିଅ ଖୋଜିବା ଆରମ୍ଭ କରିଛି ତଦନ୍ତକାରୀ ଟିମ । ଅଧିକ ପଢନ୍ତୁ...

କଟକ: ନକଲି ଔଷଧର ଚେର କଟକରୁ ସମଗ୍ର ରାଜ୍ୟ ଏପରିକି ବିଭିନ୍ନ ରାଜ୍ୟକୁ ବ୍ୟାପି ଥିବା ବେଳେ ଏହାର ଖିଅ ସନ୍ଧାନରେ ଲାଗିଛି ଡ୍ରଗ କଣ୍ଟୋଲ ବିଭାଗ । ଏପର୍ଯ୍ୟନ୍ତ ହୋଇଥିବା ଅନୁସନ୍ଧାନକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ ଶିବ ଜେନା ବିରୁଦ୍ଧରେ ଦୁଇ ଦୁଇଟି ମାମଲା ରୁଜ୍ଜୁ କରିବା ପାଇଁ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିଛି କଟକ ଜିଲ୍ଲା ଡ୍ରଗ କଣ୍ଟ୍ରୋଲ ବିଭାଗ । ସେପଟେ ଅଭିଯୁକ୍ତ ଶିବ ଜେନା ର ଡି-ବ୍ରଦର୍ସ ଲିଙ୍କ୍ କଥା ଏବେ ସାମନାକୁ ଆସିବା ପରେ ଏବେ ତାର ଅଡ଼ୁଆ ବଢିଛି । କୁଖ୍ୟାତ ଅପରାଧୀ ଭ୍ରାତାଙ୍କୁ ସମାଜ ସେବା ଆଳରେ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଯେଉଁମାନେ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟ ଶିବ ଜେନା ଅନ୍ୟତମ ବ୍ୟକ୍ତି ବୋଲି ଅଭିଯୋଗ ହୋଇଛି ।

ନକଲି କୋରୋନା ଔଷଧ ଜବତ ଘଟଣା,ଔଷଧ ବ୍ୟବସାୟ ଓ ଡି ବ୍ରଦର୍ସଙ୍କ ମଧ୍ୟରେ ରହିଥିଲା ଘନିଷ୍ଠ ସମ୍ପର୍କ !

ନକଲି କୋଭିଡ ଔଷଧର ସୌଦାଗର ଶିବ ଜେନା ବିରୁଦ୍ଧରେ ଗ୍ରହଣ କରାଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ଡ୍ରଗ କଣ୍ଟ୍ରୋଲ ବିଭାଗ । ଶିବ ଜେନାକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ତା ବିରୁଦ୍ଧରେ ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ମାମଲା ଦାୟର କରିବାକୁ ଯାଉଛି ବିଭାଗ । ପ୍ରଥମ ମାମଲାଟି ନିଜ ଘର ତଥା ଗୋଦାମରେ ନକଲି କୋଭିଡ ଔଷଧ ଗଚ୍ଛିତ ରଖିବା ସହିତ ଏହାର କାରବାର କରିବା । ଏବଂ ଦ୍ବିତୀୟ ମାମଲାଟି ମଙ୍ଗଳାବାଗ ସ୍ଥିତ ଏକ ଔଷଧ ହୋଲସେଲରକୁ ବିଶାକ୍ତ ମେଡିଅକ୍ସି -300 ବଟିକା ଯୋଗାଇବା ଅଭିଯୋଗରେ ରୁଜ୍ଜୁ ହେବାକୁ ଯାଉଛି । ଏନେଇ ଜିଲ୍ଲା ଡ୍ରାଗ୍‌ କଣ୍ଟ୍ରୋଲ ବିଭାଗ କଟକ ଏସ.ଡି.ଜେ.ଏମଙ୍କ କୋର୍ଟଙ୍କୁ ଅବଗତ କରାଇ ସାରିଛନ୍ତି । ତେବେ ଶିବ ଜେନା ଦ୍ବାରା ମାର୍କେଟିଂ କରାଯାଉଥିବା ଔଷଧ ଗୁଡ଼ିକ କନିକଛକ ସମେତ କଟକ ସହରର ବିଭିନ୍ନ ଔଷଧ ଦୋକାନ ଓ ହସ୍ପିଟାଲଗୁଡ଼ିକରେ ବ୍ୟବହାର ହୋଇଥିବା ଆଶଙ୍କା କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି ବୁଦ୍ଧିଜୀବି ।

ତେବେ ଏହାରି ଭିତରେ ଶିବ ଜେନାର ଡି-ଲିଙ୍କ କଥା ସାମନାକୁ ଆସିବା ପରେ ପୁରା ଘଟଣା ଏକ ଭିନ୍ନ ମୋଡ଼ ନେଇଛି । ଅଭିଯୋଗ ମୁତବାକ 2015 ମସିହାରେ ଯେତେ ବେଳେ ଗ୍ୟାଙ୍ଗଷ୍ଟର ଶୁଶିଲ ଧଳସାମନ୍ତ ନିଜକୁ ସମାଜସେବୀର ଖେଳପା ପିନ୍ଧାଇବାକୁ ଉଦ୍ୟମ କରୁଥିଲା ସେହି ସମୟରେ ଶିବ ଜେନା ତାକୁ ଏଥିରେ ସହଯୋଗ କରିଥିଲେ । ଏପରିକି ଶୁଶିଲ ଧଳସାମନ୍ତ ଦ୍ବାରା ଗଠନ କରାଯାଇଥିବା କଟକ ନଗର ଯୁବକ ସଂଘର ପ୍ରଥମ ବୈଠକଟି କନିକାଛକ ଅଞ୍ଚଳରେ କରାଯାଇଥିଲା । ଶିବ ଜେନା ଏହି ବୈଠକର ମୁଖ୍ୟ ପୃଷ୍ଠପୋଷକ ଥିଲା ବୋଲି ମଧ୍ୟ କୁହାଯାଉଛି । ଏହା ଜଣାପଡ଼ିବା ପରେ ଏହାର ଛାନବିନ ଆରମ୍ଭ କରିସାରିଛି କମିଶନରେଟ ପୋଲିସ ।

ତେବେ କେବଳ ଅପରାଧୀକ ଗୋଷ୍ଠୀ ନୁହଁନ୍ତି ଶିବ ଜେନାର ଏହି ନକଲି ଔଷଧର କାରବାର ପଛରେ ବହୁ ବଡ଼ ବଡ଼ିଆ ଥିବା ଅଭିଯୋଗ କରି ଏହାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବୀ କରିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଆହୁରି ଅନେକ ଗୁମର ଫିଟିବ। ବନ୍ଧା ହେବେ ଆହୁରି ଅନେକ ଅସାଧୁ ବ୍ୟବସାୟୀ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.