ETV Bharat / city

ନାଇଜେରିଆ କଏଦୀଙ୍କ ମୃତଦେହ ହସ୍ତାନ୍ତର କଲା SCB

author img

By

Published : Jun 10, 2022, 11:05 AM IST

ଏସସିବି ମେଡ଼ିକାଲରେ 14 ଦିନ ଧରି ନାଇଜେରିଆ କଏଦୀଙ୍କ ମୃତଦେହ ପଡିରହିଥିବା ଘଟଣା । ଗତକାଲି (ଗୁରୁବାର) ବିଳମ୍ବିତ ରାତ୍ରିରେ ମୃତଦେହ ହସ୍ତାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ

cuttack scb medical handovered the dead body of nigerian prisoner
ନାଇଜେରିଆ କଏଦୀଙ୍କ ମୃତଦେହ ହସ୍ତାନ୍ତର କଲା SCB

କଟକ: ଏସସିବି ମେଡ଼ିକାଲରେ 14 ଦିନ ଧରି ନାଇଜେରିଆ କଏଦୀଙ୍କ ମୃତଦେହ ପଡିରହିଥିବା ଘଟଣା । ଗତକାଲି (ଗୁରୁବାର) ବିଳମ୍ବିତ ରାତ୍ରିରେ ମୃତଦେହ ହସ୍ତାନ୍ତର କରାଯାଇଛି । ପୁରୀ ଜେଲ ଅଧକାରୀ ଓ ଏସିବି ମେଡିକାଲ କତ୍ତୃପକ୍ଷଙ୍କ ଉପସ୍ଥିତିରେ ମୃତଦେହ ସ୍ଥାନାନ୍ତର କରାଯାଇଛି । ନାଇଜେରିଆ କଏଦୀ ଅଗଷ୍ଟିନ୍ ଓଡ଼ିକପୋଙ୍କୁ ଗୁରୁତର ଭାବେ ଗତ ମେ ୨୪ ତାରିଖରେ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ମେ ୨୬ ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନାଇଜେରିଆ କଏଦୀଙ୍କ ମୃତଦେହ ହସ୍ତାନ୍ତର କଲା SCB

ସୂଚନା ଥାଉକି, ସାଇବର ଅପରାଧ ମାମଲାରେ ଫ୍ରେବୁଆରୀ 2019ରୁ ଅଗଷ୍ଟିନ୍ ପୁରୀ ଜେଲରେ ବିଚାରଧୀନ କଏଦୀ ହିସାବରେ ସଜ୍ଜା କାଟୁଥିଲେ । ଗତ ମେ ମାସ 9 ତାରିଖ ତାଙ୍କ ଦେହ ଖରାପ ହେବାରୁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.