ETV Bharat / city

ଅନୁଭବ ବର୍ଷା ବିବାହ ବିଚ୍ଛେଦ: ଆସନ୍ତା ୧୭ରେ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

author img

By

Published : Oct 11, 2022, 6:47 PM IST

ଅନୁଭବ ବର୍ଷା ବିବାହ ବିଚ୍ଛେଦ: ଆସନ୍ତା ୧୭ରେ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ
ଅନୁଭବ ବର୍ଷା ବିବାହ ବିଚ୍ଛେଦ: ଆସନ୍ତା ୧୭ରେ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ବିବାଦ ମାମଲା । ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ରହିଥିବା ବେଳେ ଏହା ସମ୍ଭବ ହୋଇପାରିନାହିଁ । ଆସନ୍ତା ୧୭ରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

କଟକ: ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲା (Anubhav Varsha Marital Discord) । ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ଆଜି ସମୟ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହାର ଶୁଣାଣି ଆସନ୍ତା ୧୭ ତାରିଖରେ ହେବ ବୋଲି କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।

ଅନୁଭବ ବର୍ଷା ବିବାହ ବିଚ୍ଛେଦ: ଆସନ୍ତା ୧୭ରେ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ଆଜି ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହା ସମ୍ଭବପର ହୋଇପାରି ନଥିଲା । ସାକ୍ଷ୍ୟ ଗ୍ରହଣ ପାଇଁ ତାଙ୍କ ପକ୍ଷରୁ ଦାଖଲ କେତେକ ଦସ୍ତାବିଜର କପି ଅନୁଭବଙ୍କ ପକ୍ଷଙ୍କୁ ଦିଆଯାଇନଥିଲା । ତେବେ ସେ ସବୁର ସାର୍ଟିଫାଏଡ କପି ଅନୁଭବଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସେହି ଦିନ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ।

ସୂଚନା ଥାଉ କି ଏହି ବିବାହ ବିଚ୍ଛେଦ ମାମଲାର ଶୁଣାଣି କରିବା ପୂର୍ବରୁ କୋର୍ଟ ଦମ୍ପତିଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ମଧ୍ୟସ୍ଥତା ଚାହୁଁନଥିବା କହି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ସାଂସଦ ଅନୁଭବ ମହାନ୍ତି । ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ସେ ଉଲ୍ଲେଖ କରିଥିଲେ । ଅନ୍ୟପଟେ କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) । କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ-Anubhav-Varsha Marital Discord: ମଧ୍ୟସ୍ଥତା ପାଇଁ ଚାହୁଁନାହାନ୍ତି ଅନୁଭବ

ଅନ୍ୟପଟେ ଗତ କିଛି ଦିନ ପୂର୍ବରୁ ପୁଣି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଟ୍ବିଟ କରିଥିଲେ । ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ କଟାକ୍ଷ କରିବା ସହ ଅଡିଓଟି ବର୍ଷା ଓ ତାଙ୍କ ଭଉଣୀମାନଙ୍କର ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ । ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯାତନାକୁ ନେଇ ସେ ବିବ୍ରତ ରହୁଥିବା ସାଂସଦ କହିଛନ୍ତି । ଏଥିସହ ଏହା ଏକ ବନ୍ଧୁତ୍ବପୂର୍ଣ୍ଣ ଟ୍ବିଟ୍ ବୋଲି ଅନୁଭବ ଶେଷରେ ଉଲ୍ଲେଖ କରିଥିଲେ ।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି । ଏହି ମାମଲାରେ କୋର୍ଟ କଣ ରାୟ ଶୁଣାଉଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଉଭୟ ଅନୁଭବ ଓ ବର୍ଷାଙ୍କ ପ୍ରଶଂସକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.