ETV Bharat / city

ପେଟାନାଳ ପୁନଃରୁଦ୍ଧାର ପାଇଁ ପଙ୍କରେ ପଶିଲେ ମୋକିମ

author img

By

Published : Jun 30, 2022, 9:43 PM IST

ପେଟନାଳର ପୁନଃରୁଦ୍ଧାର ପାଇଁ ନାଳ ଭିତରେ ପଶି ପ୍ରତିବାଦ କଲେ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ । ଅଧିକ ପଢନ୍ତୁ

ପେଟାନାଳ ପୁନଃରୁଦ୍ଧାର ପାଇଁ ପଙ୍କରେ ପଶିଲେ ବାରବାଟୀ ବିଧାୟକ
ପେଟାନାଳ ପୁନଃରୁଦ୍ଧାର ପାଇଁ ପଙ୍କରେ ପଶିଲେ ବାରବାଟୀ ବିଧାୟକ

କଟକ: ପେଟନାଳ ଭିତରେ ପଶିଲେ ବାରବାଟୀ ବିଧାୟକ । ନାଳର ପୁନଃରୁଦ୍ଧାର ପାଇଁ ବିଧାୟକ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ । କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କଲେ ନାହିଁ । ଯାହାକୁ ନେଇ ଆଜି(ଗୁରୁବାର) ବିଧାୟକ ଇଂ ମହମ୍ମଦ ମୋକିମ ପେଟାନାଳ ଭିତରେ ଆଣ୍ଠୁଏ ପଙ୍କରେ ଛିଡା ହୋଇ ପ୍ରତିବାଦ କରିଛନ୍ତି । ସେ ହାତଲେ ପ୍ଲାକାର୍ଡ ଧରି ପେଟାନାଳ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ରାଜ୍ୟ ସରକାରଙ୍କ ଅବହେଳା କାହା ସ୍ବାର୍ଥରେ ବୋଲି ଜାବବ ମାଗିଛନ୍ତି । ଗୋଟିଏ ମାସ ମଧ୍ୟରେ ଏହି ପୁନଃରୁଦ୍ଧାର କାର୍ଯ୍ୟ କରାନଗଲେ ଆନ୍ଦୋଳନ କରିବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି ବିଧାୟକ ।

ପେଟାନାଳ ପୁନଃରୁଦ୍ଧାର ପାଇଁ ପଙ୍କରେ ପଶିଲେ ମୋକିମ

କେବଳ ସେତିକି ନୁହେଁ, ଆସନ୍ତା ୩ ମାସ ମଧ୍ୟରେ ଏହାର ସୌନ୍ଦର୍ଯ୍ୟକରଣ କିମ୍ବା ପୁନଃରୁଦ୍ଧାର କରାନଗଲେ ସେ ଆମରଣ ଅନଶନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ଜଣେ ବିଧାୟକ ପଙ୍କ ଭିତରେ ପ୍ରତିବାଦ କରିବା ଘଟଣା ଏବେ କଟକ ସହରରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.