ETV Bharat / city

ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ପ୍ରସଙ୍ଗ: ‘ଦଳ ଅପେକ୍ଷା ତାଙ୍କ ନିଜର ବେଶୀ କ୍ଷତି ଘଟିବ’

author img

By

Published : Oct 23, 2021, 9:48 PM IST

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରିଖିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ...

Congress mla mohammad mokim reaction on pradip majh
ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ପ୍ରସଙ୍ଗ,ଦଳ ଅପେକ୍ଷା ତାଙ୍କ ନିଜର ବେଶୀ କ୍ଷତି ଘଟିବ

କଟକ: ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଦଳ ଅପେକ୍ଷା ତାଙ୍କର ନିଜର ବେଶୀ କ୍ଷତି ଘଟିବ । କଂଗ୍ରେସ ତାଙ୍କୁ ପରିଚୟ ଦେଇଥିଲା ବୋଲି ମୋକିମ କହିଛନ୍ତି ।

ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ପ୍ରସଙ୍ଗ,ଦଳ ଅପେକ୍ଷା ତାଙ୍କ ନିଜର ବେଶୀ କ୍ଷତି ଘଟିବ

କଂଗ୍ରେସ ପାଇଁ ଏହା ଅଳ୍ପ ସମୟ ପାଇଁ ପ୍ରଭାବ ପକାଇବ। ସେ ଯେଉଁ ସ୍ଥାନରେ ପ୍ରତିନିଧିତ୍ବ କରୁଥିଲେ , ଉକ୍ତ ସ୍ଥାନ କଂଗ୍ରେସର ଗଡ଼। ବିଗତ ଦିନ ମାନଙ୍କରେ ଯେଉଁମାନେ ଦଳ ଛାଡି ଯାଇଛନ୍ତି ସେମାନେ କେହି ବି ସଫଳତା ପାଇନାହାଁନ୍ତି। ପ୍ରଦୀପ ଜଣେ ଆଦିବାସୀ ନେତା ଥିଲେ । ରାଜନୀତି ପାଇଁ ତାଙ୍କର ବୟସ ଥିଲା । ସେ ଧର୍ଯ୍ୟହରା ହୋଇପଡିଲେ । ଦଳ ଅପେକ୍ଷା ତାଙ୍କର ନିଜସ୍ବ ବେଶୀ କ୍ଷତି ହେବ ବୋଲି କଂଗ୍ରେସ ବିଧାୟକ ମୋକିମ କହିଛନ୍ତି ।

ସୂଚନାଥାଉକି ଗତକାଲି (ଶୁକ୍ରବାର) ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ଆଗକୁ ସେ କେଉଁ ଦଳରେ ସାମିଲ ହେବେ ସେ ନେଇ କୌଣସି ସୂଚନା ଦେଇନାହାଁନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.