ETV Bharat / city

ବାରବାଟୀରେ ଅଗ୍ନି ନିରାପତ୍ତା ଢିଲା ପ୍ରସଙ୍ଗ: OHRCଙ୍କ ନୋଟିସ ମିଳିନି କହିଲା OCA

author img

By

Published : May 17, 2022, 7:50 PM IST

Updated : May 18, 2022, 9:43 AM IST

ବାରବାଟୀରେ ଅଗ୍ନି ନିରାପତ୍ତା ଢିଲା ପ୍ରସଙ୍ଗ: OHRCଙ୍କ ନୋଟିସ ହସ୍ତଗତ ହୋଇନି କହିଲେ OCA ସମ୍ପାଦକ
ବାରବାଟୀରେ ଅଗ୍ନି ନିରାପତ୍ତା ଢିଲା ପ୍ରସଙ୍ଗ: OHRCଙ୍କ ନୋଟିସ ହସ୍ତଗତ ହୋଇନି କହିଲେ OCA ସମ୍ପାଦକ

ବାରବାଟୀ ଷ୍ଟାଡିୟମରେ ଫାୟାର ସେଫ୍ଟି ସାର୍ଟିଫିକେଟ ନଥିବା ନେଇ OHRCଙ୍କ ପକ୍ଷରୁ କୌଣସି ନୋଟିସ ହସ୍ତଗତ ହୋଇନଥିବା କହିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଅଧିକ ପଢନ୍ତୁ

କଟକ: ବାରବାଟୀ ଷ୍ଟାଡିୟମରେ ଫାୟାର ସେଫ୍ଟି ସାର୍ଟିଫିକେଟ ନଥିବା ମାମଲାରେ ଟ୍ବିଷ୍ଟ । OHRC ଙ୍କ ପକ୍ଷରୁ କୌଣସି ନୋଟିସ ହସ୍ତଗତ ହୋଇନଥିବା କହିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ବର୍ତ୍ତମାନ ସୁଦ୍ଧା ବାରବାଟୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ କୌଣସି ନୋଟିସ୍ ଓସିଏର ହସ୍ତଗତ ହୋଇନାହିଁ ବୋଲି ସଞ୍ଜୟ ପ୍ରତିକ୍ରିୟା ରଖି କହିଛନ୍ତି ।

ବାରବାଟୀରେ ଅଗ୍ନି ନିରାପତ୍ତା ଢିଲା ପ୍ରସଙ୍ଗ: OHRCଙ୍କ ନୋଟିସ ମିଳିନି କହିଲା OCA

ଏହା ମଧ୍ୟ ପଢନ୍ତୁ:- ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଅଡୁଆ ବଢିଲା ! ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ସେ କହିଛନ୍ତି ଯେ, 'ବାରବାଟୀ ଷ୍ଟାଡିୟମରେ 26 ରୁ ଅଧିକ ମ୍ୟାଚ ହୋଇ ସାରିଛି । ସରକାରଙ୍କ ସହଯୋଗ ଓ ସମସ୍ତଙ୍କ ଅନୁମତିରେ ମ୍ୟାଚ ହୁଏ । ଫାୟାର ସେଫ୍ଟି ନେଇ ସମସ୍ତ ବ୍ୟବସ୍ଥା କରାଯାଏ ।' ବାରବାଟୀ ଷ୍ଟାଡିୟମରେ ଫାୟାର ସେଫ୍ଟି ସାର୍ଟିଫିକେଟ ନଥିବା ଦର୍ଶାଇ ଓଡ଼ିଆ ମାନବାଧିକାର କମିଶନଙ୍କ ଠାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ କମିଶନ ଆସନ୍ତା 26 ତାରିଖ ସୁଦ୍ଧା ଜବାବ ରଖିବାକୁ ଓସିଏ ଓ କଟକ ଡିସିପିଙ୍କୁ ନିର୍ଦ୍ଦେଶ ହୋଇଛି ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated :May 18, 2022, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.