ETV Bharat / city

ଆଭ୍ୟନ୍ତରୀଣ ଓଡିଶାରେ ଲଘୁଚାପ ଦୁର୍ବଳ, ଦକ୍ଷିଣରେ ବର୍ଷିବ

author img

By

Published : Aug 30, 2019, 5:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଭ୍ୟନ୍ତରୀଣ ଓଡ଼ିଶାରେ ଲଘୁଚାପ ଦୁର୍ବଳ । ଏକ ମୌସୁମୀ ଟ୍ରଫ ଲାଇନ ବର୍ତ୍ତମାନ ରାଜସ୍ଥାନ, ଗବଳିଆର, ଝାରସୁଗୁଡା ଭୁବନେଶ୍ବର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଫଳରେ 4ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡ଼ିଶାରେ ଲଘୁଚାପ ଦୁର୍ବଳ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳ ଓଡିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହେବ । ଏକ ମୌସୁମୀ ଟ୍ରଫ ଲାଇନ ବର୍ତ୍ତମାନ ରାଜସ୍ଥାନ, ଗବଳିଆର, ଝାରସୁଗୁଡା ଭୁବନେଶ୍ବର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ଗୁଡିକରେ ଘଡଘଡି ବର୍ଷା ହେବ ବୋଲି ପାଣିପାଗ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି । ଗତ ୨୪ ଘଣ୍ଟା ଭିତରେ ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ସର୍ବାଧିକ ୧୩୩.୮ ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ଼.ହବିବୁର ରେହମାନ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା।


Body:ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଲଘୁଚାପ ଦୁର୍ବଳ ,ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ଉପକୂଳ ଓଡିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହେବ। ଏକ ମୌସୁମୀ ଟ୍ରଫ ଲାଇନ ବର୍ତ୍ତମାନ ରାଜସ୍ଥାନ,ଗବଳିଆର,ଝାରସୁଗୁଡା ଭୁବନେଶ୍ୱର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।ଏହାର ପ୍ରଭାବରେ ରାଜ୍ୟରେ ମାଲକାନଗିରି,କୋରାପୁଟ,ନବରଙ୍ଗପୁର ଓ ଗଜପତି ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।କଟକ,ଖୋର୍ଦ୍ଧା,ଯାଜପୁର,କେନ୍ଦ୍ରାପଡା,କେଓଁଝର,ମୟୁରଭଞ୍ଜ,ନୟାଗଡ଼,ଗଂଜାମ ଏବଂ କନ୍ଧମାଳ ,ଏହି ଜିଲ୍ଲାଗୁଡିକରେ ଘଡଘଡି ବର୍ଷା ହେବ ବୋଲି ପାଣିପାଗ ବିଭାଗ କତ୍ତୃପକ୍ଷ କହିଛନ୍ତି।ଗତ ୨୪ ଘଣ୍ଟା ଭିତରେ ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ସର୍ବାଧିକ ୧୩୩.୮ ମିମି ବର୍ଷା ରେକର୍ଡ କରାଯାଇଛି।ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.