ETV Bharat / city

One year of Vaccination: ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ବିଜେପି ସଭାପତି

author img

By

Published : Jan 16, 2022, 8:27 PM IST

କୋରୋନା ଟୀକାକାରଣକୁ ପୁରିଲା ବର୍ଷେ (One year of Vaccination) । ମହାମାରୀ କୋରୋନା ମୁକାବିଲାର ଟୀକାକରଣ। ଏହି ଅବସରରେ ଟୀକାକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଧିକ ପଢନ୍ତୁ

One year of Vaccination
ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ଦେଶରେ ଟୀକାକାରଣକୁ ପୁରିଲା ବର୍ଷେ (One year of Vaccination) । ମହାମାରୀ କୋରୋନା ମୁକାବିଲାର ଟୀକାକରଣ। ଏହି ଅବସରରେ ଟୀକାକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ଭାରତ ଟୀକାକାରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଏହା ପଛରେ ଟୀକାକରଣରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଅବଦାନ ରହିଥିବାରୁ ଆଜି କ୍ୟାପିଟାଲ ହସ୍ପିଟାଲ ଟୀକାକରଣ କେନ୍ଦ୍ର ବୁଲିବା ସହ ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ସଭାପତି ସମୀର ମହାନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣେଇଛନ୍ତି ସମୀର ମହାନ୍ତି। ଆରମ୍ଭରୁ ବହୁ ଚ୍ୟାଲେଞ୍ଜ ଥିଲା, ଏହା ପ୍ରଧାନମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇଥିବା କହିଛନ୍ତି । ଭାରତରେ ଟୀକାକରଣ ଡ୍ରାଇଭକୁ ଏକ ବର୍ଷ ପୁରୁଛି । ମହାମାରୀ ବିରୋଧରେ ଟୀକାକରଣ ଦେଶକୁ ଶକ୍ତି ଯୋଗାଇଛି । ଏହା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇଛି ।

ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ବିଜେପି ସଭାପତି

ଏହା ମଧ୍ୟ ପଢନ୍ତୁ: Odisha Covid Recovery Report : ଆଜି ସୁସ୍ଥ ହେଲେ 4452 କୋଭିଡ ସଂକ୍ରମିତ

ଯେତେବେଳେ ମହାମାରୀ ପ୍ରଥମେ ଆରମ୍ଭ ହୋଇଥିଲା। ସେତେବେଳେ ଭୂତାଣୁ ବିଷୟରେ ଅଧିକ କିଛି ଜଣାପଡି ନ ଥିଲା। ତଥାପି ଆମ ଦେଶର ବୈଜ୍ଞାନିକମାନେ ଟିକା ବିକାଶରେ ନିଜକୁ ନିୟୋଜିତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେମାନଙ୍କ ପାଇଁ ଭାରତ ଆଜି ଗର୍ବ କରୁଛି। ଟୀକାକରଣରେ ଯେଉଁ ମାନଙ୍କ ଭୂମିକା ରହିଛି ସେମାନଙ୍କୁ ମୁଁ ସଲାମ କରୁଛି । ଦେଶର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଭୂମିକା ଅତୁଳନୀୟ । ଗତବର୍ଷ ଜାନୁୟାରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିଲା କୋରୋନା ଟୀକାକରଣ ପ୍ରକ୍ରିୟା । ବର୍ତ୍ତମାନ ଦେଶରେ ଟୀକାକରଣକୁ ଗୋଟିଏ ବର୍ଷ ହୋଇଛି । ତେବେ ଏ ପର୍ଯ୍ୟନ୍ତ ଦେଶରେ 156.76 କୋଟିରୁ ଅଧିକ ଟୀକାକରଣ ହୋଇସାରିଛି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.