ETV Bharat / city

ରାତି ପାହିଲେ ସାବିତ୍ରୀ, ବଜାରରେ ଅସମ୍ଭାଳ ଭିଡ

author img

By

Published : Jun 9, 2021, 10:53 PM IST

ରାତି ପହିଲେ ସାବିତ୍ରୀ, ବଜାରରେ ଅସମ୍ଭାଳ ଭିଡ
ରାତି ପହିଲେ ସାବିତ୍ରୀ, ବଜାରରେ ଅସମ୍ଭାଳ ଭିଡ

ସାବିତ୍ରୀକୁ ନେଇ ଫଳ ବଜାର ଠୁ ଆରମ୍ଭ କରି ସମସ୍ତ ହାଟ ମାର୍କେଟରେ ଦେଖିବାକୁ ମିଳିଛି ଖଚାଖଚ ଭିଡ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାତିପହିଲେ ସାବିତ୍ରୀ । ସ୍ୱାମୀର ଦୀର୍ଘଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଥାଏ ସଧବା ନାରୀ । ହେଲେ ଲକଡାଉନ ପାଇଁ ଏସବୁ ଫିକା ପଡିଛି । କାରଣ କଟକଣାକୁ ନେଇ ସଧବା ନାରୀଟିଏ ନା ବଜାର ଆସିପାରିବ ନା ମନ୍ଦିର ଯାଇପାରିବ । ହେଲେ କଟକଣା ଭିତରେ ଯେତିକି କୋହଳ କରାଯାଇଥିଲା ଅର୍ଥାତ ୧୧ଟା ସମୟ ଭିତରେ ଲୋକମାନେ ଯେଉଁ କିଣା କିଣିକରିଥିଲେ ସେଥିରେ ବେଶ ଭିଡ ଦେଖିବାକୁ ମିଳିଥିଲା ।

ରାତି ପହିଲେ ସାବିତ୍ରୀ, ବଜାରରେ ଅସମ୍ଭାଳ ଭିଡ

ଭୁବନେଶ୍ୱର ୟୁନିଟ-୧ ବଜାରରେ ଲାେକମାନେ ଫଳ କିଣିବା ପାଇଁ ଆସିଥିବାବେଳେ ଭୁଲିଯାଇଥିଲେ କଟକଣା। ମାର୍କେଟରେ ସାମାଜିକ ଦୂରତାକୁ ଲୋକମାନେ ଭୁଲିଯାଇଥିବାବେଳେ କଟକଣାକୁ ଖୋଲାଖୋଲି ଫୁ କରିଦେଇଥିଲେ । ଯାହା ଦେଖିଲେ ମନେହେଉଥିଲା ସାବିତ୍ରୀ ବଜାରର ଭିଡ ଯେଭଳି କୋରୋନା ସଂକ୍ରମଣକୁ ହାତ ଠାରି ଡାକୁଥିଲା । କାରଣ ଭିଡ ଭିତରେ ଆଉ କିଣାକିଣି ବ୍ୟସ୍ତରେ ଅନେକଙ୍କ ମୁହଁରେ ଭଲଭାବେ ମାସ୍କ ବି ନଥିଲା । ପରମ୍ପରା ବଞ୍ଚାଇବା ପାଇଁ ଲୋକମାନେ ବ୍ରତ ପାଳନ ପାଇଁ ଫଳ ଓ ଶାଢ଼ୀ କିଣୁଥିଲେ ସତ କିନ୍ତୁ ଫଳ ବଜାରର ଭିଡ଼ କିନ୍ତୁ ରାଜଧାନୀବାସୀଙ୍କୁ କୋରୋନା ସଂକ୍ରମଣ ଆଡକୁ ଟାଣି ନେଉଥିବା ମନେହେଉଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଦେଖିବାକୁ ମିଳିଥିଲା ଯେ, ପୋଲିସର ଦୋକାନ ବନ୍ଦ ଡାକରା ପରେ ବି ଲୋକମାନେ କିଣାକିଣି କରୁଥିବାର ଦେଖିବାକୁ ମିଳିଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.