ETV Bharat / city

2 ଥର ସଂକ୍ରମିତ ହେଲେ ଗୁରୁତର ହେଉଛନ୍ତି ରୋଗୀ: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Jul 17, 2021, 8:02 PM IST

2 ଥର ସଂକ୍ରମିତ ହେଲେ ଗୁରୁତର ହେଉଛନ୍ତି ରୋଗୀ: ସ୍ବାସ୍ଥ୍ୟ ବିଶେଷଜ୍ଞ
2 ଥର ସଂକ୍ରମିତ ହେଲେ ଗୁରୁତର ହେଉଛନ୍ତି ରୋଗୀ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଦୁଇ ଥର ସଂକ୍ରମିତ ହେଉଥିବା ରୋଗୀ ଗୁରୁତର ହେଉଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ଭୁବନେଶ୍ବର: ଥରେ ସଂକ୍ରମିତ ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଗୁରୁତର ହେଉଛନ୍ତି । ଏଥିଲାଗି ଜେନମ ସିକ୍ୟୁଏନିସିଂ ବଢାଇବାକୁ ପଡିବ। ଫଳରେ ନୂଆ ଷ୍ଟ୍ରେନ ଉପରେ ନଜର ରଖାଯାଇପାରିବ । ନଭେମ୍ବର ମାସ ପର୍ଯ୍ୟନ୍ତ ଆମକୁ କୋଭିଡ କଟକଣା ମାନିବାକୁ ପଡିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

2 ଥର ସଂକ୍ରମିତ ହେଲେ ଗୁରୁତର ହେଉଛନ୍ତି ରୋଗୀ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଟିକା ନେବା ପରେ ବି ସଂକ୍ରମଣ ହେଉଛି । ତେଣୁ ଲୋକମାନେ କଟକଣା ମାନନ୍ତୁ । ଡବଲ ଡୋଜ ନେବା ପରେ 95 ପ୍ରତିଶତ ଲୋକଙ୍କ ମୃତ୍ୟୁ ଆଶଙ୍କା କମିଯିବ। ମାତ୍ର 5 ପ୍ରତିଶତ ପାଇଁ ମଧ୍ୟ ଆମକୁ ସତର୍କ ରହିବାକୁ ପଡିବ। ଥରେ ସଂକ୍ରମିତ ହେବା ପରେ ପୁଣି ଥରେ ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହେଉଛନ୍ତି। ସୁସ୍ଥ ହେଲାପରେ ମଧ୍ୟ ଭାଇରସ ଶରୀର ମଧ୍ୟରେ ରହିପାରେ । ଡେଲ୍ଟା ଭ୍ୟାରିଆଣ୍ଟ ବହୁ ମାରାତ୍ମକ । ଏହି ଭାଇରସ ଶରୀର ଭିତରେ ଅଧିକ ଦିନ ରହିପାରେ।

ଏକ ମାସ ତଳେ ଡେଲଟା ଭ୍ୟାରିଆଣ୍ଟରେ ଆକ୍ରମଣ ହୋଇଥିବା ଯୁବକ ଏବେ ପୁଣିଥରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେ ଗୁରୁତର ହୋଇପଡିବା ସହ ତାଙ୍କ ଅକ୍ସିଜେନ ଲେଭେଲ କମିଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଆଉ ଏକ ଡାକ୍ତରଙ୍କ 3 ଥର ପଜିଟିଭ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ତାଙ୍କର ନେଗେଟିଭ ଆସିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରୋଜ ମିଶ୍ର । ଟିକା ନେଲା ପରେ ବି ଲୋକମାନେ ସଂକ୍ରମିତ ହେଉଛନ୍ତି । ମାତ୍ର ସେହି କ୍ଷେତ୍ରରେ ସିଭିୟରିଟି କମ ରହୁଛି । ଦୁଇଟି ଡୋଜ ନେଲା ପରେ ବି ନିୟମକୁ ମାନନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.