ETV Bharat / city

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଟ୍ରେଡ ୟୁନିୟନ

author img

By

Published : Jun 30, 2020, 1:41 PM IST

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ 3 ଜୁଲାଇରେ ଦେଶବ୍ୟାବି ପ୍ରତିବାଦ। ଦେଶର ସବୁ ରାଜଧାନୀ , ଜିଲ୍ଲାର ମୁଖ୍ୟାଳୟ ଓ ଶିଳ୍ପାଞ୍ଚଳରେ ପ୍ରତୀକ ଧାରଣା ଓ ପ୍ରତିବାଦ କରାଯିବ ବୋଲି ଟ୍ରେଡ ୟୁନିୟନ ଧମକ ଦେଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଟ୍ରେଡ ୟୁନିୟନ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଟ୍ରେଡ ୟୁନିୟନ

ଭୁବନେଶ୍ବର: 6ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ 3 ଜୁଲାଇରେ ଦେଶବ୍ୟାବି ପ୍ରତିବାଦ। ଦେଶର ସବୁ ରାଜଧାନୀ , ଜିଲ୍ଲାର ମୁଖ୍ୟାଳୟ ଓ ଶିଳ୍ପାଞ୍ଚଳରେ ପ୍ରତୀକ ଧାରଣା ଓ ପ୍ରତିବାଦ କରାଯିବ ବୋଲି ଟ୍ରେଡ ୟୁନିୟନ ଧମକ ଦେଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଟ୍ରେଡ ୟୁନିୟନ

ଲକଡ଼ାଉନ ଓ ସଟଡ଼ାଉନ ଶ୍ରମିକ ଓ କର୍ମଜୀବୀଙ୍କ ଜୀବିକା ଛଡାଇ ନେଇଛି। ଶ୍ରମିକ ସଂଗଠନ ମାନଙ୍କ ପ୍ରତିକ୍ରିୟା 20 ଲକ୍ଷ କୋଟି ପ୍ୟାକେଜ ଘୋଷଣା ଗରିବଙ୍କ ପ୍ରତି ଉପହାସ। କୋଭିଡ ଆଳରେ ଶ୍ରମ ଆଇନ ସଂଶୋଧନ କରି ପୁଞ୍ଜି ପ୍ରତ୍ୟହାର କରାଯାଉଛି।

ଦେଶରେ 24 କୋଟି ଲୋକ ଜୀବିକା ହରାଇଲେଣି ବେକାରୀ 27 ପ୍ରତିଶତ। 35 ପ୍ରତିଶତ ଏମ୍ଏସ ଏମ୍ ଇ ପୁନରୁଦ୍ଧାର ଅବସ୍ଥାରେ ନାହିଁ। 48 ଲକ୍ଷ କେନ୍ଦ୍ର ସରକାର କର୍ମଚାରୀ ଓ 68 ଲକ୍ଷ ପେନସନଧାରୀଙ୍କ ମାହାଙ୍ଗା ଭତ୍ତା ବନ୍ଦ। ଗୋଟିଏ ମାସରେ ପେଟ୍ରୋଲ ଡିଜେଲ ଉପରେ 9 ଟଙ୍କାରୁ ଅଧିକ ଟିକସ। ପେଟ୍ରୋଲ ଓ ଡିଜେଲ ଉପରେ 31 ଟଙ୍କା ଓ ଡିଜେଲ 34 ଟଙ୍କା ଟିକସ ଲଗାଯାଉଛି।

ଓଡିଶା ସରକାର 17 ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। 2020 -21 ବଜେଟରେ 16880 କୋଟି ନିଆଣ୍ଟିଆ ଥିଲାବେଳେ ଟଙ୍କା କେଉଁଠୁ ଆସିବ। ରାଜ୍ୟରେ 45 ଲକ୍ଷ ଅଧିକ ଶ୍ରମିକ ଜୀବିକା ହରାଇଥିବା ବେଳେ 20 ଲକ୍ଷ ପ୍ରବାସୀ ଶ୍ରମିକ ଘର ମୁହାଁ। ଦରଦାମ ହୁହୁ ହୋଇ ବଢ଼ିଛି। ଆତ୍ମନିର୍ଭର ଭାରତ ନାଁରେ ପ୍ରତିରକ୍ଷା , କୋଇଲା,ରେଳବାଇ, ଆଣବିକ ଶକ୍ତି, ବ୍ୟାଙ୍କ ଓ ବୀମା ଖୁଚୁରା କ୍ଷେତ୍ରରେ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମ ଆରମ୍ଭ ହୋଇଛି।

ଶ୍ରମିକ ସଂଗଠନ ଗୁଡ଼ିକ ଦାବି 6 ମାସ ପର୍ଯ୍ୟନ୍ତ 10 କେଜି ବ୍ୟକ୍ତି ପିଛା ଖାଦ୍ୟ ଶସ୍ୟ ଯୋଗାଣ, ଆୟକର ଦେଉନଥିବା ପରିବାରକୁ 6 ମାସ ପର୍ଯ୍ୟନ୍ତ ମାସିକ 7500 ଟଙ୍କା ଦାବି ସହ ପେଟ୍ରୋଲ ଓ ଡିଜେଲ ବର୍ଦ୍ଧିତ ଦର ପରିବର୍ତ୍ତନ, ମନରେଗା ମଜୁରୀକୁ 500 ଟଙ୍କାକୁ ବଢାଇବା ସହ ଶ୍ରମଆଇନ ପ୍ରତ୍ୟାହାର ଦାବି କରିଛି। 3 ତାରିଖ ପରବର୍ତ୍ତୀ ସମୟରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.