ଗାଡିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ୍, ସାରା ରାଜ୍ୟରେ ଲାଗୁ ହେବ ନିୟମ

author img

By

Published : Sep 22, 2022, 6:44 PM IST

Updated : Sep 22, 2022, 10:06 PM IST

ଗାଡିରେ ଲାଗିବ ପାନିକ ବଟନ, ସାରା ରାଜ୍ୟରେ ଲାଗୁ ହେବ ନିୟମ

ଏଣିକି ଗାଡିରେ ଲାଗିବ ପ୍ୟାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବା ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଏଣିକି ଗାଡିରେ ଲାଗିବ ପ୍ୟାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବା ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି ।

ଗାଡିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ୍

ଆସନ୍ତା 2023 ବେଳକୁ ଗାଡି କିଣିବା ବେଳେ ଯେଉଁ ପଞ୍ଜିକରଣ ହେଉଛି ସେହି ସମୟରେ ଏହି ଟ୍ରାକିଂ ଡିଭାଇସ ବା ଯନ୍ତ୍ର ଲଗାଇବାକୁ ବାଧ୍ଯତାମୂଳକ କରିଛନ୍ତି । ଆଉ ଯେଉଁମାନେ 2023 ପୂର୍ବରୁ ଗାଡି କିଣିଥିବେ ସେମାନେ 2023 ମାର୍ଚ୍ଚ 31 ସୁଦ୍ଧା ଲଗାଇବେ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶ ପାଳନ କରୁଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଦତ୍ତ 53 ଟି ନିୟମରୁ 44 ଟି କଡାକଡି ଲାଗୁ ହୋଇଛି । ଅନ୍ୟ ବ୍ୟବସ୍ଥାକୁ ଖୁବଶୀଘ୍ର ଲାଗୁ କରାଯିବ । 2019 ମେ 19ରେ ପ୍ରଥମ ଏହି ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା ।

ଇଣ୍ଡିଆନ ଅଟୋ କମ୍ପାନୀ (ଆଇଏସି) ଦ୍ୱାରା କେରଳରେ ପ୍ୟାନିକ ବଟନ ସହିତ ବାହନ ଲୋକେସନ- ଟ୍ରାକିଂ (VLT) ଉପକରଣର ଶୁଭାରମ୍ଭ କରାଯାଇଛି । ଏହି ଡିଭାଇସରେ ଏକ ପ୍ୟାନିକ ବଟନ ରହିଛି । ଯାହାକୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରେସ କଲେ ସିଧାସଳଖ କଣ୍ଟ୍ରୋଲ ରୁମ ବା ସରକାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ସୂଚନା ଯିବ । ଯାହା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ସହଯୋଗ କରିବ । ଏହି ଗ୍ୟାଜେଟ ଟ୍ରକ ଏବଂ ବସରେ ମଧ୍ୟ ଲଗାଯିବ । ଯାହା ଫଳରେ ଚାଳକଙ୍କ ଗାଡି ଚଳାଇବା ଉପରେ ନଜର ରଖିହେବ । ଦୃତ ଗତି, ବ୍ରେକିଂ, ନାଇଟ ଡ୍ରାଇଭିଂ, ନିଶା ସେବନ କରି ଗାଡି ଚଳାଇବା ଉପରେ ରୋକ ଲାଗିପାରିବ । VLT ଉପକରଣ ଗାଡି ଗୁଡିକରେ ଲାଗିବା ପରେ ଏହି ଯାନକୁ ରାଜ୍ୟ ସରକାର ଟ୍ରାକିଂ କରିପାରିବେ । ପ୍ରତ୍ୟେକ ରାଜ୍ୟ ଏକ ଅପରେସନ ସେଣ୍ଟର ସ୍ଥାପନ କରିବେ । ଯେତେବେଳେ ପ୍ୟାନିକ ବଟନର ସୂଚନା ଆସିବ ସେତେବେଳେ ସଂପୃକ୍ତ ଅପରେସନ ସେଣ୍ଟର ଆବଶ୍ୟକ ପଦକ୍ଷେପ ନେବ । ମହିଳା, ଛାତ୍ର ଏବଂ ଅନ୍ୟାନ୍ୟ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା, ଜରୁରୀକାଳୀନ ପରିସ୍ଥିତି ଏବଂ ଚିକିତ୍ସା ଆବଶ୍ୟକତା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି ।

ଏକାକୀ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଏହି ଡିଭାଇସ ପାଇଁ ସୁରକ୍ଷିତ ଯାତ୍ରା କରିପାରିବେ । ଦୁର୍ଘଟଣା ଘଟିଲେ, ଜରୁରୀକାଳୀନ ସେବାକୁ ଡାକିବାକୁ ଏବଂ ଫୋନରେ ସେମାନଙ୍କୁ ସ୍ଥାନ ବୁଝାଇବା ପରିବର୍ତ୍ତେ ବଟନ ଚିପି ଅପଡେଟ ସୂଚନା ଦେଇପାରିବେ । 2018 କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ ଅନୁଯାୟୀ, 1989 ଅଧୀନରେ ଆସୁଥିବା ସମସ୍ତ ସର୍ବସାଧାରଣ ପରିବହନ ଯାନ ପାଇଁ ଏହି ନିୟମ ଲାଗୁ ହେବ । ହେଲେ ଅଟୋ ରିକ୍ସା ଏବଂ ଇ-ରିକ୍ସା ଏଥିରେ ଯୋଡି ହେବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 22, 2022, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.