ETV Bharat / city

କଟକରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ

author img

By

Published : Jul 20, 2022, 8:35 PM IST

କଟକରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ
କଟକରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ଧରା ପଡ଼ିଲା ବ୍ରାଉନ ସୁଗାର ବେପାରୀ । ଲକ୍ଷାଧିକ ଟଙ୍କାର ବେପାର କରୁଥିଲା ବେପାରୀ । ଅଧିକ ପଢ଼ନ୍ତୁ

କଟକ : କଟକ ନିଆଳିରୁ ୩୦ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ ଫ୍ଲାଇଂ ସ୍ବାର୍ଡ । ଜବତ ହୋଇଥିବା ବ୍ରାଉନ ସୁଗାରର ଓଜନ ୩୦୫ ଗ୍ରାମ ବୋଲି ଫ୍ଲାଇଙ୍ଗ ସ୍ବାର୍ଡ ଟିମ୍ ପକ୍ଷରୁ କୁହାଯାଇଛି । ନିଆଳି ଥାନା ଅନ୍ତର୍ଗତ ବେତଣ୍ଡା ଛକ ନିକଟରେ ରେଡ କରି ଏହି ବ୍ରାଉନସୁଗାର ଜବତ କରାଯାଇଛି ।

କଟକରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ବ୍ରାଉନସୁଗାର କାରବାର ଅଭିଯୋଗରେ କୈଳାସ ସ୍ୱାଇଁ ନାମକ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରାଯାଇଛି । ଏହାସହ କୈଳାସ ଠାରୁ ନଗଦ ୮ହଜାର ଟଙ୍କା ଜବତ କରିଛି ଅବକାରୀ ବିଭାଗ । କୈଳାସ ନାଁରେ ପୂର୍ବରୁ ମଧ୍ୟ ନିଶା କାରବାର ମାମଲା ରହିଥିବା ଜଣା ପଡ଼ିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.