ETV Bharat / city

ନନ୍ଦନକାନନରେ ଭୋଜି ପାଇଁ ମିଳିଲା ଅନୁମତି: ଅନଲାଇନରେ ବୁକ୍ କରନ୍ତୁ ପିଣ୍ଡି ଓ କଟେଜ୍

author img

By

Published : Nov 29, 2021, 10:25 PM IST

State Botanical Garden Nandankanan will open from December 1 for Visiters
ନନ୍ଦନକାନନରେ ଭୋଜି ପାଇଁ ମିଳିଲା ଅନୁମତି, ପିଣ୍ଡି ଓ କଟେଜ୍ ଅନଲାଇନ ବୁକିଂ

ଡିସେମ୍ବର ୧ରୁ ଖୋଲିବ ନନ୍ଦନକାନନ ବଟାନିକାଲ ଗାର୍ଡେନ(Botanical Garden) । ପିଣ୍ଡି, କଟେଜ୍ ପାଇଁ ଅନଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନରେ ଏଣିକି ଭୋଜି ପାଇଁ ମିଳିବ ଅନୁମତି । ତେବେ ପିଣ୍ଡି ଓ କଟେଜ୍ ଅନଲାଇନରେ ଆଗୁଆ ବୁକିଂ କରିବାକୁ ହେବ ।

State Botanical Garden Nandankanan will open from December 1 for Visiters
ନନ୍ଦନକାନନରେ ଭୋଜି ପାଇଁ ମିଳିଲା ଅନୁମତି, ପିଣ୍ଡି ଓ କଟେଜ୍ ଅନଲାଇନ ବୁକିଂ

ଡିସେମ୍ବର1ରୁ ଖୋଲିବ ନନ୍ଦନକାନନ(Nandankanan) ବଟାନିକାଲ ଗାର୍ଡେନ । ପିଣ୍ଡି, କଟେଜ୍ ପାଇଁ ଅନଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଆଗକୁ ନୂଆ ବର୍ଷ ଆସୁଥିବାରୁ ଭୋଜି ପାଇଁ ଅନୁମତି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବଟାନିକାଲ ଗାର୍ଡେନରେ ହୋଇପାରିବ ଭୋଜିଭାତ। ବଟାନିକାଲ ଗାର୍ଡେନରେ ଥିବା ପିଣ୍ଡି, କଟେଜ ପାଇଁ ଅନଲାଇନ୍‌ରେ ବୁକିଂ କରିବାକୁ ହେବ । ନନ୍ଦନକାନନର ଅଫିସିଆଲ ୱେବସାଇଟକୁ ଯାଇ ବୁକିଂ କରିବେ ପର୍ଯ୍ୟଟକ । ତେବ ଭୋଜିଭାତ ସମୟରେ କୋଭିଡ ନିୟମ ପାଳନ କରିବାକୁ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କ କଡା ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.