ETV Bharat / city

ରାଜଧାନୀରେ ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ, ଟ୍ରାଫିକ ବ୍ୟବସ୍ଥା କଡାକଡି

author img

By

Published : Oct 6, 2022, 8:04 PM IST

ରାଜଧାନୀରେ ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ, ଟ୍ରାଫିକ ବ୍ୟବସ୍ଥା କଡାକଡି
ରାଜଧାନୀରେ ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ, ଟ୍ରାଫିକ ବ୍ୟବସ୍ଥା କଡାକଡି

ଦଶଦିନର ପୂଜାର୍ଚ୍ଚନା ପରେ ଧରାଧାମରୁ ବିଦାୟ ନେଉଛନ୍ତି ଦେବୀ ଦୁର୍ଗା । ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ଭୁବନେଶ୍ବର: ସରିଲା ଶାରଦୀୟ ଦୁର୍ଗା ପୂଜା । ଦଶଦିନର ପୂଜାର୍ଚ୍ଚନା ପରେ ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା'। ରାଜଧାନୀରେ ଆରମ୍ଭ ହୋଇଯାଇଛି ମା'ଙ୍କ ମେଲଣ ଉତ୍ସବ । ଘଣ୍ଟଘଣ୍ଟାରେ କମ୍ପୁଛି ଭୁବନେଶ୍ବର। ଧୁମଧାମରେ ଦୁର୍ଗା ପୂଜା ଶେଷ ହେବା ପରେ ମା' ଜଗତଜନନୀଙ୍କୁ ଆଜି ବିସର୍ଜନ କରାଯାଉଛି । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ମା'ଙ୍କ ଭସାଣୀ ହେଉଛି । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ଭସାଣି ଶୋଭାଯାତ୍ରା ପାଇଁ ତିନୋଟି ରୁଟ୍ କରାଯାଇଛି । ନୟାପଲ୍ଲୀ ପାଖରେ ଏକଜୁଟ ହେବାକୁ ଥିବା ମେଢକୁ ସିଆରପିଏଫ ଦେଇ ଗଙ୍ଗନଗର ଛକ ଓ ଏୟାରପୋର୍ଟ ଛକ ଯାଏ ଆସିବେ । ଉତ୍ତର ଭୁବନେଶ୍ୱରରେ ଏକାଠି ହେବାକୁ ଥିବା ମେଢ ଡିଷ୍ଟ୍ରିକ୍ଟ ସେଣ୍ଟର୍ ଓ ତନିସ୍କ ଦେଇ ଯିବେ ।

ରାଜଧାନୀରେ ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ, ଟ୍ରାଫିକ ବ୍ୟବସ୍ଥା କଡାକଡି

ଏହା ମଧ୍ୟ ପଢନ୍ତୁ-ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଦେବୀ ଦୁର୍ଗା, ଘଣ୍ଟ ଘଣ୍ଟାରେ କମ୍ପୁଛି ସିଲଭର ସିଟି

ସେହିପରି ରସୁଲଗଡ଼ ପଟୁ ଆସୁଥିବା ମେଢ ସହିଦନଗର ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବେ । ମେଢର ଗତିବିଧି ଦେଖି ଲୋକଙ୍କ ଯାତାୟତ ପାଇଁ ଅଲଟରନେଟ ରୁଟ୍ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକଙ୍କ ଯାତାୟତରେ କୌଣସି ଅସୁବିଧା ନହେବା ପାଇଁ ଟ୍ରାଫିକ ପରିଚାଳନା କରାଯିବ । ଏନଏଚରେ ଏଥର ଶୋଭାଯାତ୍ରା ପାଇଁ ଅନୁମତି ନାହିଁ । ଆବଶ୍ୟକ ପଡିଲେ ସିଆରପିଏଫ ଓଭରବ୍ରିଜ ଅଣ୍ଡରପାସକୁ ଦୃଷ୍ଟିରେ‌ ରଖି ଏନଏଚରେ ଗାଡି ଗୁଡ଼ିକୁ ପାସ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଟ୍ରାଫିକ ଏସପି ସ୍ଵତିକ ପଣ୍ଡା କହିଛନ୍ତି ।

ଚଳିତ ବର୍ଷ ରାଜଧାନୀର ଭସାଣୀ ପାଇଁ ୪ଟି ଅସ୍ଥାୟୀ ପୋଖରୀ ତିଆରି ହୋଇଛି । ଖୁଆଖାଇ ଓ ଦୟା ନଦୀରେ ଉଭୟ ନଦୀରେ ୨ଟି ଲେଖାଏଁ ପୋଖରୀ କରାଯାଇଛି । ଏଥି ପାଇଁ ବିଏମସି, କମିଶନରରେଟ ପୋଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଧିରେ ଧିରେ ମେଢ଼ ଗୁଡ଼ିକୁ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀକୁ ଅଣାଯାଉଛି । ଶାନ୍ତିଶୃଙ୍ଖଳାର ସହ ଭସାଣୀ ଉତ୍ସବ ପାଇଁ କମିଶନରରେଟ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ଏଥିପାଇଁ ଟ୍ୱିନସିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଏହାସହିତ ବିସର୍ଜିତ ମୂର୍ତ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଓ ପଦାର୍ଥ ଯେପରି ନଦୀ କିମ୍ବା ପୁଷ୍କରିଣୀ ଜଳ ସଂସ୍ପର୍ଶରେ ନ ଆସେ ସେଥିପ୍ରତି ଧ୍ୟାନ ଦିଆଯିବା ସହ ମୂର୍ତ୍ତି ବିସର୍ଜନ ପୂର୍ବରୁ ସମସ୍ତ ଫୁଲ, ପତ୍ର, ବସ୍ତ୍ର, କାଗଜ ଏବଂ ଅନ୍ୟାନ୍ୟ ସାଜସଜ୍ଜା ଗୁଡିକୁ ମୂର୍ତ୍ତିରୁ କାଢି ପୃଥକୀକରଣ କରିବା ପାଇଁ ଜାରି ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣ ପାଇଁ ଭୁବନେଶ୍ବରରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ଭସାଣ ଉତ୍ସବ ପାଇଁ ୩ ଜଣ ଅତିରିକ୍ତ ଡିସିପି ଦାୟିତ୍ବରେ ରହିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.