ETV Bharat / city

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

author img

By

Published : Jul 30, 2020, 8:59 AM IST

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ କରିବ ଖୋଳତାଡ । ଏହାପରେ ମୃତ୍ୟୁ ମାମଲାର ଗୁମର ଖୁବ ଶୀଘ୍ର ଖୋଲିବା ନେଇ ଆଶା କରାଯାଉଛି। ଅଧିକ ଖବର ପଢନ୍ତୁ...

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ କରିବ ଖୋଳତାଡ । ଏହାପରେ ମୃତ୍ୟୁ ମାମଲାର ଗୁମର ଖୁବ ଶୀଘ୍ର ଖୋଲିବା ନେଇ ଆଶା କରାଯାଉଛି। ଜିଆରପି ଥାନାର କେସ ନମ୍ବର ୮୧/୨୦କୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ପୋଲିସ ମହାନିର୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି ।

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସୂଚନା ଅନୁସାରେ ଚଳିତ ମାସ 7 ତାରିଖରେ ସମାଜସେବୀ ଆଦିତ୍ୟଙ୍କ ମୃତଦେହ ମିଳିଥିଲା ଲିଙ୍ଗରାଜ ଷ୍ଟେସନ ରେଳ ଟ୍ରାକରୁ । ଯାହାକୁ ନେଇ ଜିଆରପି ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ଅପମୃତ୍ୟୁ ମାମଲା ଓ ପରେ ଆଦିତ୍ୟଙ୍କ ସାଙ୍ଗ ପପୁଙ୍କ ଅଭିଯୋଗ କ୍ରମେ ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଇଥିଲା ।

ଏପରିକି ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ , ସାଙ୍ଗ ଏପରିକି ପରିବାର ଲୋକଙ୍କୁ ମିଶାଇ ମୋଟ 20 ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ଏଥିସହ ଷ୍ଟେଟ ହ୍ୟାଣ୍ଡରାଇଟ ବ୍ୟୁରୋରୁ ଆଦିତ୍ୟଙ୍କ ଏକ ହାତଲେଖା ଡାଏରୀ ମଧ୍ୟ ପଠାଯାଇ ତାଙ୍କର ବୋଲି ପ୍ରମାଣିତ ହୋଇଥିଲା ।

ଏହା ସହ ଆଦିତ୍ୟଙ୍କ ସିସିଟିଭି ଫୁଟେଜ ଏବଂ ଯେଉଁସ୍ଥାନରୁ ତାଙ୍କର ମୃତଦେହ ଜବତ କରାଯାଇଥିଲା ସେ ସ୍ଥାନ ଦେଇ ଯାଇଥିବା ସମସ୍ତ ଟ୍ରେନର ଡିଟେଲ୍ସ ସହ ଜିଆରପି ଏକ ଟ୍ରେନ ମେମୋ ମଧ୍ୟ ସଂଗ୍ରହ କରିଥିଲା । ତେବେ ଅନେକ ତଦନ୍ତ ପ୍ରକ୍ରିୟ ସରିଥିବା ବେଳେ କେବଳ ଅନ୍ତିମ ପର୍ଯାୟରେ ପହଞ୍ଚିବା ପୂର୍ବରୁ ଏହାକୁ କ୍ରାଇମବ୍ରାଞ୍ଚକୁ ଏହି କେସ ହସ୍ତାନ୍ତର କରିବାକୁ ଡିଜିପି ନିର୍ଦ୍ଦେଶ ଦେବା ପରେ ଖୁବଶୀଘ୍ର କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିବ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.