ETV Bharat / city

ରାଜଧାନୀରେ ସିରିଜ ଦୁର୍ଘଟଣା, ୫ଟି ଗାଡିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ

author img

By

Published : Jun 2, 2022, 7:56 AM IST

ରାଜଧାନୀରେ ସିରିଜ ଦୁର୍ଘଟଣା, ୫ଟି ଗାଡିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ
ରାଜଧାନୀରେ ସିରିଜ ଦୁର୍ଘଟଣା, ୫ଟି ଗାଡିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ

ସହିଦନଗର ଥାନା ରସୁଲଗଡ ହାଇଓ୍ବେ ରେଲୱେ କ୍ରସିଂ ଉପରେ ସିରିଜ ଦୁର୍ଘଟଣା । ୪ଟି କାର ଓ ବାଇକକୁ ପଛ ପଟୁ ପିଟିଲା ଦ୍ରୁତଗାମୀ ଟ୍ରକ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ସିରିଜ ଦୁର୍ଘଟଣା । ୧୬ ସେକେଣ୍ଡରେ ୧୬ନମ୍ବର ଜାତୀୟ ରାଜପଥରେ ୪ଟି କାର ଓ ବାଇକକୁ ପଛ ପଟୁ ପିଟିଲା ଦ୍ରୁତଗାମୀ ଟ୍ରକ । ୧୨ରୁ ଅଧିକ ଆହାତ ହୋଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ସହିଦନଗର ଥାନା ରସୁଲଗଡ ହାଇଓ୍ବେ ରେଲୱେ କ୍ରସି ଉପରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା ।

ବରମୁଣ୍ଡା ପଟୁ କଟକ ଅଭିମୁଖେ ଯାଉଥିବା ଏକ ୧୬ ଚକିଆ ଟ୍ରକ ଦ୍ରୁତ ବେଗରେ ଆସି ପ୍ରଥମେ ଏକ କ୍ରେଟା କାରକୁ ଧକ୍କା ଦେଇ ପରେ ଏକ ବୋଲେରୋ, ଦୁଇଟି କାରକୁ ଧକ୍କା ଦେବା ପରେ ଜଣେ ବାଇକ ଆରୋହୀକୁ ଧକ୍କା ଦେଇଥିଲା । ଟ୍ରକଟିର ବେଗ ଏତେ ମାତ୍ରା ଥିଲା ଯେ ପ୍ରଥମେ ଧକ୍କା ଦେଇଥିବା କାରଟି ତିନିଥର ପଲଟି ଶେଷରେ ରାସ୍ତା କଡ ପାଣି ପାଇପରେ ପିଟି ହୋଇଥିଲା । ଫଳରେ କାରରେ ଥିବା ପିପିଲିର ଶ୍ରୀୟମ ବେହେରା ଓ ପ୍ରିୟମ ବେହେରା ନାମକ ଦୁଇ ଯୁବକ ଓ୍ବେଡ ସୁଟ କରି ରସୁଲଗଡ ଫେରୁଥିବା ବେଳେ ଆହତ ହୋଇଥିଲେ ।

ସେହିପରି ଜାମସେଦପୁରର ପ୍ରସନ୍ନ ନାୟକ ଯେକି ଭୁବନେଶ୍ୱରରେ ବାହାଘର ସାରି ସ୍ତ୍ରୀ ଓ ପିଲାଙ୍କ ସହ କେନ୍ଦ୍ରାପଡା ଯିବା ବେଳେ ଦୁର୍ଘଟଣାର ସାମ୍ନା କରିଥିଲେ । ପରେ ଅନ୍ୟ ଦୁଇଟି କାରକୁ ଧକ୍କା ଦେଇଥିଲା । ଶେଷରେ ରସୁଲଗଡରେ ଏକ ବାଇକକୁ ଧକ୍କା ଦେବାରୁ ବାଇକ ଆରୋହୀ ଜଣଙ୍କ ଡେଇଁ ପଡିଥିଲେ । ଏହା ପରେ ବାଇକଟିକୁ ଘୋଷାଡି ହୋଇ ୪ କିମି ଦୂର ହଂସପାଳ ଵ୍ରିଜରେ ପଡିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.