ETV Bharat / city

ଜାନୁଆରୀ 16ରୁ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ୍‌ର ନିୟମିତ ସେବା

author img

By

Published : Dec 20, 2021, 9:16 PM IST

Regular service of Puri-Anugul special train from January 16
ଜାନୁଆରୀ 16ରୁ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ୍‌ର ନିୟମିତ ସେବା

ଆସନ୍ତା ଜାନୁୟାରୀ ମାସ 16 ତାରିଖରୁ ପୁରୀ-ଅନୁଗୁଳ ସ୍ବତନ୍ତ୍ର ଟ୍ରେନର ନିୟମିତ ସେବା । ଜାନୁୟାରୀ ମାସର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ଠାରୁ ଅନୁଗୁଳ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା ଜାନୁୟାରୀ ମାସ 16 ତାରିଖରୁ ପୁରୀ-ଅନୁଗୁଳ ସ୍ବତନ୍ତ୍ର ଟ୍ରେନର ନିୟମିତ ସେବା । ଜାନୁୟାରୀ ମାସର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ଠାରୁ ଅନୁଗୁଳ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ । ଜାନୁୟାରୀ ମାସ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଅନ୍ୟ ଦିନ ମାନଙ୍କରେ ଉଭୟ ପାର୍ଶ୍ବରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ଆଂଶିକ ବାତିଲ ରହିବ ।

ପୁରୀରୁ 08428 ପୁରୀ-ଅନୁଗୁଳ ସ୍ବତନ୍ତ୍ର ଟ୍ରେନ ରବିବାର, ମଙ୍ଗଳବାର ଏବଂ ଗୁରୁବାର ଦିନ (2, 4, 6, 9, 11 ଏବଂ 13.01.2022) ଜାନୁୟାରୀ ମାସ 02 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରା କରିବ। ପୁରୀରୁ 08428 ପୁରୀ-ଅନୁଗୁଳ ସ୍ବତନ୍ତ୍ର ଟ୍ରେନ୍‌ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ (1, 3, 5, 7, 8, 10, 12, 14 ଏବଂ 15.01.2022) ଜାନୁୟାରୀ ମାସ ପହିଲା ଠାରୁ 15 ତାରିଖ ପର୍ଯ୍ୟନ୍ତ ତାଳଚେର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ତାଳଚେର ଠାରୁ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ।

ଏହାମଧ୍ୟ ପଢନ୍ତୁ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି, ପ୍ରଶାସନିକ କାର୍ଯ୍ୟାଳୟ ଗେଟ୍‌ ଭାଙ୍ଗିବାକୁ ଉଦ୍ୟମ

ଅନୁଗୁଳରୁ 08427 ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ (3, 5, 7, 10, 12 & 14.01.2022) ଜାନୁୟାରୀ ମାସ 03 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ପୁରୀ ଯାତ୍ରା କରିବ । ଅନୁଗୁଳରୁ 08427 ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାର (2, 4, 6, 8, 9, 11, 13, 15 ଏବଂ 16.01.2022) ଦିନ ମାନଙ୍କରେ ଅନୁଗୁଳ ପରିବର୍ତ୍ତେ ତାଳଚେରରୁ ପୁରୀ ଯାତ୍ରା କରିବ ଏବଂ ଅନୁଗୁଳ ଓ ତାଳଚେର ମଧ୍ୟରେ ବାତିଲ ରହିବ ।

08428/08427 ପୁରୀ-ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ ନିୟମିତ ସେବା ପୁରୀରୁ 16.01.2022 ଠାରୁ ଏବଂ ଅନୁଗୁଳରୁ 17.01.2022 ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନର ସମୟ ସାରଣୀ ଓ ବିଭିନ୍ନ ସ୍ଥିରୀକୃତ ଷ୍ଟେସନ ମାନଙ୍କରେ ରହଣି ଅପରିବର୍ତ୍ତିତ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.