ETV Bharat / city

KBC ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନେଇ 3.20 ଲକ୍ଷର ପ୍ରଶ୍ନ

author img

By

Published : Oct 1, 2021, 8:27 AM IST

କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା
କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା । ଧର୍ମେନ୍ଦ୍ର କେଉଁ ନାମରେ ପରିଚିତ ବୋଲି ହଟ୍ ସିଟରେ ବସିଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରିଲେ ଅମିତାଭ ବଚ୍ଚନ । ଅଧିକ ପଢନ୍ତୁ...

ଭୁବନେଶ୍ବର: ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା । ଧର୍ମେନ୍ଦ୍ରଙ୍କୁ ନେଇ କାର୍ଯ୍ୟକ୍ରମରେ ହୋଷ୍ଟ୍ ତଥା ଅଭିନେତା ଅମିତାଭ ବଚ୍ଚନ ପଚାରିଥିଲେ ପ୍ରଶ୍ନ । ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ସେ କେଉଁ ନାମରେ ପରିଚିତ ବୋଲି ପ୍ରଶ୍ନ କରିଥିଲେ । ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ହଟ୍ ସିଟରେ ବସିଥିବା ବ୍ୟକ୍ତି ଅଶ୍ବିନୀ କୁମାର ସିହ୍ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜ୍ବଳା ମ୍ୟାନ୍ ବୋଲି ଅଭିହିତ କରିଥିଲେ ।

କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା
କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲର ଆଜି(30.09.2021) ରାତ୍ରିରେ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ର ହୋଷ୍ଟ କରୁଥିବା ଦେଶର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ସେ କେଉଁ ନାମରେ ପରିଚିତ ବୋଲି ପ୍ରଶ୍ନ ପଚାରିଥିଲେ । ପ୍ରଶ୍ନର 4ଟି ଅପସନ୍ ଥିଲା – ସ୍ବଚ୍ଛ ଭାରତ ମ୍ୟାନ, ମନ୍ ଧନ ମ୍ୟାନ, ଜନଧନ ମ୍ୟାନ ଏବଂ ଉଜ୍ଜ୍ବଳା ମ୍ୟାନ୍ । ଅଶ୍ବିନୀ କୁମାର ସିହ୍ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜ୍ବଳା ମ୍ୟାନ ବୋଲି କହିଥିଲେ । ଅଭିନେତା ଅମିତାଭ ବଚ୍ଚନ ଏହା ସଠିକ୍ ଉତ୍ତର କହିବା ପରେ ଉପସ୍ଥିତ ଦର୍ଶକ ତାଳି ମାରିଥିଲେ ଏବଂ ପରେ ଅମିତାଭ୍ 2014ରୁ 2021 ପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହିସାବରେ ଉଜ୍ଜ୍ବଳା ଯୋଜନାର ସଫଳ ରୂପାୟନକୁ ପ୍ରଶଂସା କରିଥିଲେ ।

'କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

ତେବେ ଏହି ପ୍ରଶ୍ନ ଆସିବା ପରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚାର ବିଷୟ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.