ETV Bharat / city

ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ !

author img

By

Published : Aug 9, 2022, 9:51 PM IST

ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ !
ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ !

ବର୍ଷକୁ ତିନୋଟି ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ପରୀକ୍ଷା ନଦେଲେ ବାର୍ଷିକ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଭୁବେନଶ୍ବର: ଯୁକ୍ତ ଦୁଇ ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଅର୍ଥାତ ବର୍ଷକୁ ତିନୋଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରତିତିନି ମାସରେ ପରୀକ୍ଷା ହେବ । କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷା ନଦେଲେ ବାର୍ଷିକ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ !

କୋରୋନା କାଳରେ ଆରମ୍ଭ ହୋଇଥିବା ଶିକ୍ଷା ଢାଞ୍ଚାକୁ ଚଳିତ ଶିକ୍ଷା ବର୍ଷରେ ଲାଗୁ କରିବାକୁ ଯୋଜନା କରୁଛି ଉଚ୍ଚ ଶିକ୍ଷା ପରିଷଦ । ତେବେ ତ୍ରୈମାସିକ ପରୀକ୍ଷାର ରେଜଲ୍ଟ ମୁଖ୍ୟ ପରୀକ୍ଷାରେ ମିଶିବ କି ନାହିଁ ତାହାକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ତିନି ମାସିଆ ପରୀକ୍ଷା ପାଇଁ ଆଲୋଚନା ଶେଷ ହୋଇ ସାରିଛି । ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।

ତେବେ ଉଚ୍ଚ ଶିକ୍ଷ ପରିଷଦର ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିଛି ଅଭିଭାବକ ମହାସଂଘ । ଅଭିଭାବକ ମହାସଂଘର ଉପାଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି, " ପିଲାମାନେ କେବେ ଆଡମିଶନ କରିଛନ୍ତି ଓ କେତେ ଦିନ କ୍ଲାସ୍‌ ହୋଇଛି ? କଲେଜରେ ପ୍ରର୍ଯ୍ୟାପ୍ତ ଅଧ୍ୟାପକ ଅଛନ୍ତି ନା ନାହିଁ ତାହା ଜାଣିବା ଦରକାର । କିନ୍ତୁ ତ୍ରୈମାସିକ ପରୀକ୍ଷା ନିତାନ୍ତ ଆବଶ୍ୟକ । କିନ୍ତୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଭିତ୍ତି ଭୁମି ମିଳିବା ଦରକାର ।"

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.