ETV Bharat / city

ରାଜଧାନୀରେ ଯୁକ୍ତ ୨ ଛାତ୍ରଙ୍କ ଆତ୍ମହତ୍ୟା, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର

author img

By

Published : Sep 13, 2022, 3:53 PM IST

Updated : Sep 13, 2022, 7:24 PM IST

ରାଜଧାନୀରେ ଯୁକ୍ତ ୨ ଛାତ୍ରଙ୍କ ଆତ୍ମହତ୍ୟା, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର
ରାଜଧାନୀରେ ଯୁକ୍ତ ୨ ଛାତ୍ରଙ୍କ ଆତ୍ମହତ୍ୟା, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର

ରାଜଧାନୀର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଏକ ଘରୋଇ ହଷ୍ଟେଲରେ ଯୁକ୍ତ ୨ ଛାତ୍ର ଆତ୍ମହତ୍ୟା କରିଛନ୍ତି । କଲେଜ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିବାରୁ ଏପରି ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ପୁଣି ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । କଲେଜ ହଷ୍ଟେଲରେ ଜୀବନ ହାରିଛନ୍ତି ଯୁକ୍ତ ୨ ଛାତ୍ର । ଇନଫୋଭ୍ୟାଲି ଥାନା ଘରୋଇ କଲେଜ ହଷ୍ଟେଲର ଏଭଳି ଅଭାବନୀୟ ଘଟଣା ଘଟିଛି । ପରିବାର ଲୋକେ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି । ସେପଟେ ମୃତ ଛାତ୍ରର ହୋମ୍‌ ସିକନେସ୍‌ ଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

ରାଜଧାନୀରେ ଯୁକ୍ତ ୨ ଛାତ୍ରଙ୍କ ଆତ୍ମହତ୍ୟା, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର

ସୂଚନା ଅନୁସାରେ, ଛାତ୍ର ଜଣକ ଏକୁଟିଆ ଥିବା ବେଳେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଥିବା ଜଣା ଯାଇଛି । ମୃତ ଛାତ୍ର ଜଣକ ହେଲେ ପୁରୀ ବ୍ରହ୍ମଗିରି ପାରିକୁଦ ଅଞ୍ଚଳର ସୂର୍ଯ୍ୟ ପ୍ରକାଶ ପଲେଇ । ମୃତ ସୂର୍ଯ୍ୟପ୍ରକାଶ ଇନଫୋଭ୍ୟାଲି ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର । ତେବେ ଗତକାଲି (ସୋମବାର) ରାତିରେ ସୂର୍ଯ୍ୟପ୍ରକାଶ ହଷ୍ଟେଲରୁ ରାତ୍ରି ଭୋଜନ ପାଇଁ ନ ଆସିବା ପରେ ସହପାଠୀଙ୍କ ସନ୍ଦେହଜାତ ହୋଇଥିଲା । ଏହାପରେ ଉକ୍ତ ଛାତ୍ରର ବନ୍ଧୁ ମାନେ ତା' ରୁମ ଲକ ଥିବା ଜାଣିବାକୁ ପାଇଥିଲେ। ପରେ ତାଲା ଭାଙ୍ଗି ରୁମ ଭିତରକୁ ପ୍ରବେଶ କରିବା ପରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ ।

ତେବେ ଏନେଇ କଲେଜ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ଦୀର୍ଘ ୨୨ ଦିନ ହେବ କଲେଜର ହଷ୍ଟେଲରେ ରହୁଥିଲା । ପିଲାଟି ଏକୁଟିଆ ରୁମରେ ଥିବା ଯୋଗୁଁ ଆଇସୋଲେଟେଡ୍‌ ହୋଇଯାଇଥିଲା । ଯାହାକୁ ନେଇ ସେଭଳି ପଦକ୍ଷେପ ନେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ୯୧ ପ୍ରତିଶତ ରଖିଥିବା ପିଲାକୁ ବହୁତ ଟଙ୍କା ଦେଇ ଆଡମିଶନ କରାଇଥିଲେ । ହେଲେ ପିଲାଟିକୁ କଲେଜ କର୍ତ୍ତୃପକ୍ଷ ଧ୍ୟାନ ଦେଲେନି ବୋଲି ଅଭିଯୋଗ ଆଣିଛନ୍ତି ପରିବାର । ଛାତ୍ରର ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି । ଉକ୍ତ ନୋଟରେ ଛାତ୍ର ଜଣକ ଲେଖିଛି, " ଆଇ ଲଭ ୟୁ ମାମା । ଆଇ କେମ ବ୍ୟାକ୍‌ ।" ଏହାସହିତ ୨ ସହପାଠୀଙ୍କ ନାମ ମଧ୍ୟ ନୋଟରେ ଲେଖାଥିବା ବେଳେ ଉଭୟ ସହପାଠୀ ତାର ବନ୍ଧୁ ଥିବା କହିଛି । ପୋଲିସ ସୁଇସାଇଡ ନୋଟ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

ଏହା ବି ପଢନ୍ତୁ- ଆର୍ଥିକ ସ୍ଥିତି ପାଇଁ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ଲେଖିଲେ ଶୋଇପାରୁ ନଥିଲି ନିଦ ହେଉନଥିଲା

ସେପଟେ କଲେଜ କର୍ତ୍ତୃପକ୍ଷ କହିଛନ୍ତି, "ତାର ହୋମ ସିକନେସ ଥିଲା ଯେହେତୁ ୨୨ଦିନ ହେଲା ସେ ଘର ଛାଡ଼ି ଆସି ହଷ୍ଟେଲରେ ରହିଥିଲା । ଏଣୁ ସେ ଘରକୁ ଭୁଲିପାରୁନଥିଲା । ସବୁଦିନ ପରି ଛାତ୍ର ଜଣକ କ୍ଲାସ କରିଥିଲା, ହେଲେ ଏପରି ଆତ୍ମହତ୍ୟା କରିବା ଦୁଃଖଦାୟକ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 13, 2022, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.